କେନ୍ଦ୍ରାପଡା: କୋଭିଡ କଟକଣା ମଧ୍ୟରେ ଖୋଲିଲା କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର । ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର ସମେତ ୧୦୦ ଜଣ ଭକ୍ତଙ୍କ ଏକକାଳୀନ ପ୍ରବେଶକୁ କଡା ନଜର ଦିଆଯାଇଛି ।
କୋଭିଡ କଟକଣା ସହ ଖୋଲିଲା ବଳଦେବଜୀଉ ମନ୍ଦିର
କୋଭିଡ କଟକଣା ମଧ୍ୟରେ ଖୋଲିଲା କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର । ଅଧିକ ପଢନ୍ତୁ...
ତେବେ ଦୀର୍ଘଦିନ ପରେ ମନ୍ଦିର ଖୋଲାଯାଇ ଥିବାରୁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । କୋଭିଡ ସଂକ୍ରମଣଜନିତ ଲକଡାଉନ ଯୋଗୁଁ ଗତ ମେ ମାସ ୫ ତାରିଖରୁ ବଳଦେବଜୀଉ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା । ଆଜି(ବୁଧବାର) ମନ୍ଦିର ଖୋଲାଯିବା ପରେ ଭକ୍ତମାନେ ମଣି ବିଗ୍ରହଙ୍କୁ ଦର୍ଶନ କରି ପ୍ରଭୁକୃପା ଲାଭ କରିବା ସହ ସାରା ବିଶ୍ୱରୁ କୋରୋନା ଦୂରେଇ ଯାଉ ବୋଲି ପ୍ରାର୍ଥନା କରିଛନ୍ତି । ଅନ୍ୟପଟେ ମନ୍ଦିରକୁ କୌଣସି ପ୍ରସାଦ ନେବା ଉପରେ ରୋକ୍ ଲଗାଯାଇଛି । ଭକ୍ତ ନ ଆସୁଥିବା କାରଣରୁ ସେବାୟତଙ୍କ ଦର୍ଶନୀ ଦକ୍ଷିଣା ମିଳୁନଥିବାବେଳେ ଏବେ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ପରେ ଖୁସି ବ୍ୟକ୍ତ କରିଛନ୍ତି ସେବାୟତ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ