କେନ୍ଦ୍ରାପଡ଼ା: ପ୍ରକାଶ ପାଇଲା କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ର ତିନୋଟି ବିଭାଗ ପରୀକ୍ଷା ଫଳାଫଳ । ଏଥର ଛାତ୍ରୀମାନଙ୍କ ଅପେକ୍ଷା ଛାତ୍ରମାନେ ଭଲ ରେଜଲ୍ଟ କରିଥିବା ସୂଚନା ଦେଇଛନ୍ତି ମହାବିଦ୍ୟାଳୟ ଅଧ୍ୟକ୍ଷ । ଭିନ୍ନକ୍ଷମ ଛାତ୍ର ବରଜ ଦାସ ପଦାର୍ଥ ବିଜ୍ଞାନ(ସମ୍ମାନ)ରେ ଟପ୍ପର ହୋଇ କଲେଜ କର୍ତ୍ତୃପକ୍ଷଙ୍କ ଦ୍ବାରା ସମ୍ମାନିତ ହୋଇଛନ୍ତି ।
କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର କଳା, ବାଣିଜ୍ୟ, ବିଜ୍ଞାନ ଆଦି ବିଷୟର ସମ୍ମାନ(HONS)ରେ ୨୪ ଟପ୍ପରଙ୍କ ମଧ୍ୟରୁ ଛାତ୍ରୀ ୧୭ ରହିଛନ୍ତି । ହେଲେ ସମୁଦାୟ ପାସ ହାରରୁ ବାଜି ମାରି ନେଇଛନ୍ତି ଛାତ୍ର । ଘୋଷଣା କରାଯାଇଥିବା କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ଫଳାଫଳରୁ ପ୍ରକାଶିତ ହୋଇଥିବା ତଥ୍ୟ ଅନୁଯାୟୀ, ଚଳିତବର୍ଷ ମୋଟ ୧୦୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୮୧ ଜଣ କୌଣସି କାରଣରୁ ପରୀକ୍ଷା ଦେଇନଥିବା ବେଳେ ସେମାନଙ୍କ ମଧ୍ୟରୁ ୯୫୩ ଜଣ ପାସ କରିଛନ୍ତି ଏବଂ ୩୫ ଜଣ ଫେଲ ହୋଇଛନ୍ତି । ପାସ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮୩ ଜଣ ଛାତ୍ର ରହିଥିବା ବେଳେ ୪୭୦ ଜଣ ଛାତ୍ର ରହିଛନ୍ତି । ଯାହାକି ଗତବର୍ଷ ଛାତ୍ରୀଙ୍କ ତୁଳନାରେ ଚଳିତବର୍ଷ ଛାତ୍ରଙ୍କ ପାସ ହାରରେ ବୃଦ୍ଧି ଘଟିଛି । କଳାରେ ୩୩୧ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୨୦ ଜଣ,ବାଣିଜ୍ୟରେ ୩୪୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୧୬ ଜଣ,ବିଜ୍ଞାନରେ ୩୨୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୧୭ ଜଣ ପାସ କରିଛନ୍ତି । ଚଳିତ ବର୍ଷ ପାସ ହାରରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସମେତ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଖୁସିବ୍ୟକ୍ତ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ : ଛାତ୍ରଙ୍କୁ ଟପିଲେ ଛାତ୍ରୀ