ଓଡିଶା

odisha

ETV Bharat / state

ଅରଡ଼ପଲି ହତ୍ୟା ଘଟଣାର ପର୍ଦ୍ଦାଫାଶ, 7 ଗିରଫ - ଅରଡ଼ପଲି ହତ୍ୟା ଘଟଣାର ପର୍ଦ୍ଦାଫାସ

ପଟ୍ଟାମୁଣ୍ଡାଇ ଅରଡ଼ପଲି ଗାଁର ମିନତୀ ଜେନା ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କେନ୍ଦ୍ରାପଡା ପୋଲିସ । ଘଟଣାରେ 7 ଜଣଙ୍କୁ ଗିରଫ କରିବା ସହ 5ଟି ମୋବାଇଲ ଫୋନ, ନଗଦ 5 ଲକ୍ଷ 64 ହଜାର ଟଙ୍କା, 5 ଟି ବାଇକ, ଏକ କାନ ଫୁଲ ଓ ରକ୍ତ ଭିଜା ଛୁରୀ ଜବତ କରିଛି ।

ଅରଡ଼ପଲି ହତ୍ୟା ଘଟଣାର ପର୍ଦ୍ଦାଫାସ, 7 ଗିରଫ
ଅରଡ଼ପଲି ହତ୍ୟା ଘଟଣାର ପର୍ଦ୍ଦାଫାସ, 7 ଗିରଫ

By

Published : Aug 22, 2020, 10:34 PM IST

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଅରଡ଼ପଲି ଗାଁର ମିନତୀ ଜେନା ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କେନ୍ଦ୍ରାପଡା ପୋଲିସ । ମୃତ ମିନତୀ ଜେନାଙ୍କର ସାନ ପୁଅ ସତ୍ୟଜିତ ଜେନାର ସାଙ୍ଗ ତଥା ପଡୋଶୀ ଅନିଲ ଜେନା ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା କେନ୍ଦ୍ରାପଡା ଏସପି ନୀତି ଶେଖର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅନିଲ ଜେନା ମିନତୀଙ୍କ ଘରକୁ ବାରମ୍ବାର ଯିବା ଆସିବା କରନ୍ତି । ମିନତୀଙ୍କ ଘରେ ଅଧିକ ଟଙ୍କା ଥିବା ଜାଣି ଅନିଲ ଅନ୍ୟ 6 ଜଣ ସହଯୋଗୀଙ୍କ ସହାୟତାରେ ହତ୍ୟା ଏବଂ ଲୁଟ କରିଥିବା ଏସପି କହିଛନ୍ତି ।

ଅରଡ଼ପଲି ହତ୍ୟା ଘଟଣାର ପର୍ଦ୍ଦାଫାସ, 7 ଗିରଫ

ଗତ 17 ତାରିଖରେ ନିକଟସ୍ଥ ଦୋକାନରୁ ମିଠା ନେଇ ମିନତୀଙ୍କ ଘରେ ବନ୍ଧୁ ହିସାବରେ ଯାଇଥିଲେ ଅନିଲ । ଏହାପରେ ସେ ଲୁଟ ଉଦ୍ୟମ କରିଥିଲେ । ତେବେ ମିନତୀ ଏହାକୁ ପ୍ରତିବାଦ କରିବାରୁ ଅନିଲ ତାଙ୍କୁ ଛାତିରେ ଓ କାନ୍ଧରେ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ମିନତୀଙ୍କର ମୃତ୍ୟୁ ହୋଇଥିଲା । କେନ୍ଦ୍ରାପଡା ପୋଲିସ ଅନିଲଙ୍କ ସମେତ 7 ଜଣଙ୍କୁ ଗିରଫ କରିବା ସହ 5 ଟି ମୋବାଇଲ ଫୋନ, ନଗଦ 5 ଲକ୍ଷ 64 ହଜାର ଟଙ୍କା, 5ଟି ବାଇକ, ଏକ କାନ ଫୁଲ ଓ ରକ୍ତ ଭିଜା ଛୁରୀ ଜବତ କରିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details