ଓଡିଶା

odisha

ETV Bharat / state

ଅମ୍ଫାନ ମୁକାବିଲା ପାଇଁ ପ୍ରସ୍ତୁତ ପ୍ରଶାସନ, 11500 ଲୋକ ସ୍ଥାନାନ୍ତର - ବାତ୍ୟା ଅମ୍ଫାନ ମୁକାବିଲା

ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି କରିଛି । ସହର ଓ ଜିଲ୍ଲାର କଚ୍ଚା ଘରେ ରହୁଥିବା ଅନ୍ୟ ଲୋକମାନଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି । ଅଧିକ ପଢନ୍ତୁ...

ଅମ୍ଫାନ ମୁକାବିଲା ପାଇଁ ପ୍ରସ୍ତୁତ ପ୍ରଶାସନ, 11500 ଲୋକ ସ୍ଥାନାନ୍ତର
ଅମ୍ଫାନ ମୁକାବିଲା ପାଇଁ ପ୍ରସ୍ତୁତ ପ୍ରଶାସନ, 11500 ଲୋକ ସ୍ଥାନାନ୍ତର

By

Published : May 20, 2020, 1:05 AM IST

Updated : May 20, 2020, 2:56 PM IST

କେନ୍ଦ୍ରାପଡା: ବାତ୍ୟା ଅମ୍ଫାନକୁ ନେଇ ପ୍ରଶାସନିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଜିଲ୍ଲାର ମୋଟ 11 ହଜାର 500 ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସେଥିମଧ୍ୟରୁ ମହାକାଳପଡା ଓ ରାଜନଗର ବ୍ଲକର ମୋଟ 8000 ଲୋକ ସାମିଲ ଅଛନ୍ତି ।

ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି କରିଛି । ସହର ଓ ଜିଲ୍ଲାର କଚ୍ଚା ଘରେ ରହୁଥିବା ଅନ୍ୟ ଲୋକମାନଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି । ମଧ୍ୟାହ୍ନରେ କିଛି ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ଦିଆଯାଇଥିବାବେଳେ ମଙ୍ଗଳବାର ରାତିରେ ସମସ୍ତଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବରିଷ୍ଠ ଆଇଏଏସ ଅଧିକାରୀ ତଥା ଶିଳ୍ପ ସଚିବ ମହାକାଳପଡା ବ୍ଲକର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲିଥିଲେ ।

ଅମ୍ଫାନ ମୁକାବିଲା ପାଇଁ ପ୍ରସ୍ତୁତ ପ୍ରଶାସନ, 11500 ଲୋକ ସ୍ଥାନାନ୍ତର

ଏହାସହ ଉପକୂଳ ଅଞ୍ଚଳରେ ଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ଆସିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ବରିଷ୍ଠ ଆଇପିଏସ ଅଧିକାରୀ ତଥା କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ତାଳଚୁଆ ମେରାଇନ ଥାନା ଅଞ୍ଚଳର ବିଭିନ୍ନ ଖାଲୁଆ ଅଞ୍ଚଳକୁ ଗସ୍ତ କରିଥିଲେ । ଏହାସହ ଲୋକମାନଙ୍କୁ ଉପର ଅଞ୍ଚଳକୁ ଆସିବା ପାଇଁ ପରାମର୍ଶ ଦେଇଥିଲେ । ଉପକୂଳ ଅଞ୍ଚଳର 5 କିଲୋମିଟର ପରିଧି ପର୍ଯ୍ୟନ୍ତ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି କହିଛନ୍ତି ଜିଲ୍ଳାପାଳ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : May 20, 2020, 2:56 PM IST

ABOUT THE AUTHOR

...view details