ଓଡିଶା

odisha

ETV Bharat / state

ସମ୍ଭାବ୍ୟ କୋଭିଡ ତୃତୀୟ ଲହର ପାଇଁ କେନ୍ଦ୍ରାପଡ଼ା ପ୍ରଶାସନର ପ୍ରସ୍ତୁତି - ନୋଡାଲ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି

କୋଭିଡର ସାମ୍ଭାବ୍ୟ ତୃତୀୟ ଲହର ପାଇଁ ଆଶଙ୍କାରେ ସାରା ରାଜ୍ୟ। ଏନେଇ କେନ୍ଦ୍ରାପଡ଼ା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ନିଆଯାଇଛି ପଦକ୍ଷେପ। ସମସ୍ତ କୋଭିଡ ହସ୍ପିଟାଲଗୁଡିକୁ ପ୍ରସ୍ତୁତ ରଖାଯାଇଥିବା ବେଳେ ସମସ୍ତ ଚିକିତ୍ସା ପଦ୍ଧତି ମଧ୍ୟ ପ୍ରସ୍ତୁତ ରହିଛି । ଅଧିକ ପଢନ୍ତୁ...

ସମ୍ଭାବ୍ୟ କୋଭିଡ ତୃତୀୟ ଲହର ପାଇଁ କେନ୍ଦ୍ରାପଡ଼ା ପ୍ରଶାସନର ପ୍ରସ୍ତୁତି
ସମ୍ଭାବ୍ୟ କୋଭିଡ ତୃତୀୟ ଲହର ପାଇଁ କେନ୍ଦ୍ରାପଡ଼ା ପ୍ରଶାସନର ପ୍ରସ୍ତୁତି

By

Published : Aug 17, 2021, 10:34 AM IST

କେନ୍ଦ୍ରାପଡ଼ା: କୋଭିଡର ସାମ୍ଭାବ୍ୟ ତୃତୀୟ ଲହର ପାଇଁ ଆଶଙ୍କାରେ ସାରା ରାଜ୍ୟ। ଏନେଇ କେନ୍ଦ୍ରାପଡ଼ା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ନିଆଯାଇଛି ପଦକ୍ଷେପ। ସମସ୍ତ କୋଭିଡ ହସ୍ପିଟାଲଗୁଡିକୁ ପ୍ରସ୍ତୁତ ରଖାଯାଇଥିବା ବେଳେ ସମସ୍ତ ଚିକିତ୍ସା ପଦ୍ଧତି ମଧ୍ୟ ପ୍ରସ୍ତୁତ ରହିଛି । ଏପଟେ ବିଦ୍ୟାଳୟରେ ଦଶମ ଶ୍ରେଣୀ ପାଠପଢ଼ାକୁ ୨୦ଦିନ ପୁରିଛି । ହେଲେ କୌଣସି ବିଦ୍ୟାଳୟରୁ ସଂକ୍ରମଣ ସୂଚନା ନ ଆସିଥିବାରୁ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟବିଭାଗ ପାଇଁ ଏହା ଏକ ଶୁଭ ସୂଚନା ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ର।

ସମ୍ଭାବ୍ୟ କୋଭିଡ ତୃତୀୟ ଲହର ପାଇଁ କେନ୍ଦ୍ରାପଡ଼ା ପ୍ରଶାସନର ପ୍ରସ୍ତୁତି

ଏପର୍ଯ୍ୟନ୍ତ ୦-୧୮ ବର୍ଷ ବୟସ୍କ ୧୦୦ରୁ ଉର୍ଦ୍ଧ୍ବ କୋଭିଡ ସଂକ୍ରମଣର ଶିକାର ହୋଇଥିବା ବେଳେ ସେମାନଙ୍କ ପାଖରେ ଆଂଶିକ ଲକ୍ଷଣ ରହିଥିଲା ଓ ମାତ୍ର ୬-୭ ଜଣଙ୍କୁ କୋଭିଡ ମେଡିକାଲ ଆଡମିଶନ ପରେ ଡିସଚାର୍ଜ କରାଯାଇଥିବା ସୂଚନା ଦେଇଛନ୍ତି। ସେହିପରି ଜିଲ୍ଲାରେ ୧୮ ବର୍ଷରୁ ଉର୍ଦ୍ଧ୍ବ ପ୍ରଥମ ଡୋଜ ଟୀକା ନେଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ଟପିଛି ଏବଂ ଦୁଇଟି ଡୋଜ ଟୀକା ନେଇଥିବା ସଂଖ୍ୟା ୧ଲକ୍ଷରୁ ଉର୍ଦ୍ଧ୍ବ।

ଆସନ୍ତା ୨ମାସ ମଧ୍ୟରେ ଟୀକାକରଣ ୧୦ଲକ୍ଷ ପୂରଣ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ଏଡିଏମଓ ତଥା କୋଭିଡ ନୋଡାଲ ଅଧିକାରୀ ଡ଼ଃ ସଚ୍ଚିଦାନନ୍ଦ। ତେବେ ତୃତୀୟ ଲହର ପାଇଁ କଣ ରହିଛି ପ୍ରସ୍ତୁତି ସେନେଇ ନୋଡାଲ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details