ଓଡିଶା

odisha

ETV Bharat / state

Cyclone Asani: ଲଗାଣ ବର୍ଷାକୁ ନେଇ ପ୍ରସ୍ତୁତ କେନ୍ଦ୍ରାପଡା ପ୍ରଶାସନ

ବାତ୍ୟା ଅସାନି(Cyclone Asani) ପ୍ରଭାବରେ ହେବାକୁ ଥିବା ଲଗାଣ ବର୍ଷାକୁ ନେଇ ପ୍ରସ୍ତୁତ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

By

Published : May 9, 2022, 1:33 PM IST

ସମ୍ଭାବ୍ୟ ବାତ୍ଯା ଜନିତ ଲଗାଣ ବର୍ଷାକୁ ନେଇ ପ୍ରସ୍ତୁତ କେନ୍ଦ୍ରାପଡା
ସମ୍ଭାବ୍ୟ ବାତ୍ଯା ଜନିତ ଲଗାଣ ବର୍ଷାକୁ ନେଇ ପ୍ରସ୍ତୁତ କେନ୍ଦ୍ରାପଡା

କେନ୍ଦ୍ରାପଡ଼ା:ଟଳିଛି ବାତ୍ୟା ବିପଦ ମାତ୍ର ବାତ୍ୟା ଅସାନି ପ୍ରଭାବରେ ହେବାକୁ ଥିବା ଲଗାଣ ବର୍ଷାକୁ ନେଇ ପ୍ରସ୍ତୁତ ହୋଇଛି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ । ବର୍ଷା ଜନିତ କ୍ଷୟକ୍ଷତି ଓ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପରିସ୍ଥିତିର ମୁକବିଲା ପାଇଁ ବିଭିନ୍ନ ବ୍ଲକର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ଭାବ୍ୟ ବାତ୍ଯା ଜନିତ ଲଗାଣ ବର୍ଷାକୁ ନେଇ ପ୍ରସ୍ତୁତ କେନ୍ଦ୍ରାପଡା

୧୧୭ଟି ଓସଡମା ଓ ୱାଇଆରସି ସହ ୭୧୯ଟି ପ୍ରାଥମିକ ବିଦ୍ୟାଳୟକୁ ଜରୁରୀକାଳୀନ ଭିତ୍ତିରେ ବ୍ୟବହାର କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଏହି ୯୩୬ଟି ବାତ୍ୟା ଆଶ୍ରୟସ୍ଥଳୀରେ ୧୫୯ଟି ଆସ୍କାଲାଇଟ, ୫୯ଟି ଜେନେରେଟର ରଖାଯାଇଛି ଓ ଏହି ଆଶ୍ରୟସ୍ଥଳୀ ମାନଙ୍କରେ ପାନୀୟଜଳ, ମାସ୍କ, ସାନିଟାଇଜର ଇତ୍ୟାଦି ମହଜୁଦ ରଖାଯାଇ ସ୍ଥାନୀୟ ଲୋକପ୍ରତିନିଧି ଏବଂ ବିଦ୍ୟାଳୟ ଶିକ୍ଷକ ମାନଙ୍କୁ ଦାୟିତ୍ୱ ଦିଆଯାଇଛି ।

ଅନ୍ୟପଟେ ୧୪୩ଟି ପାୱାର କଟର, ୫୯ଟି JCB ସମେତ ବିଭିନ୍ନ ଲାଇନ ବିଭାଗ ପକ୍ଷରୁ ୭୭ଟି ଜେନେରେଟର, ୯୪ଟି ଟ୍ରାକ୍ଟର, ୪୧ଟି ଏସ୍କାଭେଟର ସହ ମାନବ ସମ୍ବଳ ମହଜୁଦ କରିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଆଳି ସାଲାଇନ ବିଭାଗ ପକ୍ଷରୁ ବାଲି ବସ୍ତା ସହ କୌଣସି ପ୍ରକାର ବିପର୍ଯ୍ୟୟର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିଛନ୍ତି ଲୋକେ ।

ମହାକାଳପଡ଼ା ବ୍ଲକର ଖରିନାସୀ, ଜମ୍ବୁ, ବତୀଘର ସହ ରାଜନଗର ବ୍ଲକର ରଙ୍ଗଣୀ, ତାଳଚୁଆ, ମଗରକନ୍ଦା, ଈଶ୍ୱରପୁର ଭଳି ତଳିଆ ଅଞ୍ଚଳର କଚ୍ଚା ଘରେ ବସବାସ କରୁଥିବା ଲୋକମାନଙ୍କୁ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସୁରକ୍ଷିତ ସ୍ଥାନକୁ ନେଇଆସିବା ପାଇଁ ବିଡ଼ିଓ ମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଜିଲ୍ଲାପାଳ । ଆଜି ପୂର୍ବାହ୍ନରେ ୨୪ ସଦସ୍ୟ ବିଶିଷ୍ଟ ଗୋଟିଏ ଓଡ୍ରାଫ ଟିମ ଜିଲ୍ଲାରେ ପହଞ୍ଚି ମୁଖ୍ୟାଳୟରେ ରହିଛନ୍ତି। ଆବଶ୍ୟକସ୍ଥଳକୁ ଏହି ଓଡ୍ରାଫ(ODRAF) ଟିମକୁ ପ୍ରଭାବିତ ଅଞ୍ଚଳକୁ ପଠାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଆପାଦକାଳୀନ ଅଧିକାରୀ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details