ଓଡିଶା

odisha

ETV Bharat / state

Cyclone Jawad: ଆସୁଛି ବାତ୍ୟା, ମୁକାବିଲା ପାଇଁ ପ୍ରସ୍ତୁତ କେନ୍ଦ୍ରାପଡା - preparation for cyclone jawad in kendrapara

ସମ୍ଭାବ୍ୟ ବାତ୍ୟା ଜୱାଦ(Cyclone Jawad)କୁ ନେଇ ପ୍ରସ୍ତୁତ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ (Kendrapara administration)। ତଟବର୍ତ୍ତି ଅଞ୍ଚଳ ଗୁଡିକରେ ୧୧୭ଟି ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଥିବା ବେଳେ ୯୦୦ରୁ ଊର୍ଦ୍ଧ୍ବ ବିଦ୍ୟାଳୟକୁ ସାମୟିକ ବାତ୍ୟା ଆଶ୍ରୟସ୍ଥଳୀ ରୂପେ ବ୍ୟବହାର କରାଯିବ । ଅଧିକ ପଢନ୍ତୁ

Cyclone Jawad: କେନ୍ଦ୍ରାପଡାରେ NDRF,  ଜୱାଦ ମୁକାବିଲା ପାଇଁ  ପ୍ରସ୍ତୁତ କହିଲା ପ୍ରଶାସନ
Cyclone Jawad: କେନ୍ଦ୍ରାପଡାରେ NDRF, ଜୱାଦ ମୁକାବିଲା ପାଇଁ ପ୍ରସ୍ତୁତ କହିଲା ପ୍ରଶାସନ

By

Published : Dec 3, 2021, 5:16 PM IST

କେନ୍ଦ୍ରାପଡ଼ା: ସମ୍ଭାବ୍ୟ ବାତ୍ୟା ଜୱାଦ(Cyclone Jawad)କୁ ନେଇ ପ୍ରସ୍ତୁତ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ (Kendrapara administration)। ୯ଟି ବ୍ଲକରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ (Cyclone shelter)ଗୁଡିକରେ ୧୬୫ଟି ଆସ୍କାଲାଇଟ ମହଜୁଦ ରଖାଯାଇଥିବା ବେଳେ ଅଧିକ ବର୍ଷା ଓ ପରବର୍ତ୍ତୀ ସ୍ଥିତିରେ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବିଭାଗ (Fire Department )କୁ ନିର୍ଦ୍ଦେଶ ଦିଆଯାଇଛି । ମଝି ସମୁଦ୍ରକୁ ଯାଇଥିବା ୩୪୦୬ଟି ଡଙ୍ଗା ସମେତ ମତ୍ସ୍ୟଜୀବୀଙ୍କୁ ଏଯାବତ ନିରାପଦ ଭାବେ ଫେରାଇ ଅଣାଯାଇଛି । ଏଥିସହ ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ।

Cyclone Jawad: କେନ୍ଦ୍ରାପଡାରେ NDRF, ଜୱାଦ ମୁକାବିଲା ପାଇଁ ପ୍ରସ୍ତୁତ କହିଲା ପ୍ରଶାସନ

ଜିଲ୍ଲାରେ ଏବେ ଗୋଟିଏ ଲେଖାଏଁ NDRF ଓ ODRAF ଟିମ ପହଞ୍ଚିଥିବା ବେଳେ ଜିଲ୍ଲାର ସମସ୍ତ ଅଗ୍ନିଶମ କର୍ମଚାରୀ ଓ ଯନ୍ତ୍ର ସାମଗ୍ରୀ ସମେତ ଜିଲ୍ଲା ବାହାରୁ ୪ଟି ଅଗ୍ନିଶମ ଟିମ ଆସି କେନ୍ଦ୍ରାପଡ଼ା ଜିଲ୍ଲାରେ ପହଞ୍ଚିଥିବା ସୂଚନା ମିଳିଛି । NDRF ଟିମରେ ୨୦ଜଣ ସଦସ୍ୟ ରହିଥିବା ବେଳେ ODRAF ଟିମରେ ୪୦ଜଣ ସଦସ୍ୟ ରହିଛନ୍ତି । ଆବଶ୍ୟକ ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ NDRF ଓ ODRAF ଟିମକୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅଣାଯିବ ବୋଲି କହିଛନ୍ତି NDRF ଇନ୍ସପେକ୍ଟର । ସେହିପରି ଜିଲ୍ଲାର ତଟବର୍ତ୍ତି ଅଞ୍ଚଳ ଗୁଡିକରେ ୧୧୭ଟି ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଥିବା ବେଳେ ୯୦୦ରୁ ଊର୍ଦ୍ଧ୍ବ ବିଦ୍ୟାଳୟକୁ ସାମୟିକ ବାତ୍ୟା ଆଶ୍ରୟସ୍ଥଳୀ ରୂପେ ବ୍ୟବହାର କରାଯିବା ସହ ସମସ୍ତ ଲାଇନ ଡିପାର୍ଟମେଣ୍ଟ ଗୁଡିକୁ ଆଲର୍ଟ କରାଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

Cyclone Jawad: କେନ୍ଦ୍ରାପଡାରେ NDRF, ଜୱାଦ ମୁକାବିଲା ପାଇଁ ପ୍ରସ୍ତୁତ କହିଲା ପ୍ରଶାସନ

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details