ଓଡିଶା

odisha

ETV Bharat / state

ଅମ୍ଫାନ ମୁକାବିଲାରେ ଯୋଦ୍ଧା ସାଜିଲେ ପୋଲିସ ବାବୁ - kendrapada police

ଅମ୍ଫାନ ସମୟରେ ପୋଲିସ ବାବୁଙ୍କ ମହାନତା। କର୍ତ୍ତବ୍ୟ ଆଗରେ ଫିକା ପଡିଲା ପାଦରେ ଚାଲିବା। ଗତ ରାତିରେ ବାତ୍ୟା ଅମ୍ଫାନ ପାଇଁ ସ୍ଥାନାନ୍ତରଣ ସମୟରେ ରାଜନଗର ଥାନା ଅଧିକାରୀ, ତାଳଚୁଆ ମେରାଇନ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକଙ୍କ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ଅଧିକ ପଢନ୍ତୁ..

kendrapada-police-humanity
kendrapada-police-humanity

By

Published : May 20, 2020, 6:56 PM IST

Updated : May 20, 2020, 8:20 PM IST

କେନ୍ଦ୍ରାପଡ଼ା: ଅମ୍ଫାନ ସମୟରେ ପୋଲିସ ବାବୁଙ୍କ ମହାନତା। କର୍ତ୍ତବ୍ୟ ଆଗରେ ଫିକା ପଡିଲା ପାଦରେ ଚାଲିବା। ଗତ ରାତିରେ ବାତ୍ୟା ଅମ୍ଫାନ ପାଇଁ ସ୍ଥାନାନ୍ତରଣ ସମୟରେ ରାଜନଗର ଥାନା ଅଧିକାରୀ ତପନ ନାୟକ ସାତଭାୟା ପର୍ଯ୍ୟନ୍ତ ହାତରେ ଠେଙ୍ଗା ଖଣ୍ଡିଏ ଧରି ପ୍ରାୟ 10କିଲୋମିଟର ଯାଏ ପାଦରେ ଚାଲିଚାଲି ଯାଇ ଖାଲୁଆ ଅଞ୍ଚଳର ଲୋକମାନଙ୍କୁ ବୁଝାସୁଝା କରି ନିରାପଦ ଆଶ୍ରୟସ୍ଥଳୀକୁ ଆଣିଥିଲେ।

ଅମ୍ଫାନ ମୁକାବିଲାରେ ଯୋଦ୍ଧା ସାଜିଲେ ପୋଲିସ ବାବୁ

ଯାହାକୁ ନେଇ ପୋଲିସ ମହାନିର୍ଦ୍ଦେଶକ ଟ୍ବିଟ ମାଧ୍ୟମରେ ରାଜନଗର ଥାନା ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି। ସେହିପରି ଅମ୍ଫାନ ପରବର୍ତ୍ତୀ ସମୟରେ ରାସ୍ତା ଉପରେ ପଡିଥିବା ବଡ଼ବଡ଼ ଗଛ ଗୁଡିକୁ ନିଜ ହାତରେ କଟର ସାହାଯ୍ୟରେ କାଟିବା ସହିତ ତାଳଚୁଆ-ରାଜନଗର ରାସ୍ତାଘାଟକୁ ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ କରିଛନ୍ତି ତାଳଚୁଆ ମେରାଇନ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ। ଜିଲ୍ଲାର ଏହି ଦୁଇ ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହିତ ଶୁଣିବାକୁ ମିଳୁଛି "ପୋଲିସ ହେବ ତ ଏମିତି" ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : May 20, 2020, 8:20 PM IST

ABOUT THE AUTHOR

...view details