କେନ୍ଦ୍ରାପଡା: ଖୁସି ଓ ଆନନ୍ଦର ପର୍ବ ଇଦକୁ ନେଇ ଚଞ୍ଚଳ କେନ୍ଦ୍ରାପଡ଼ା ଜିଲ୍ଲା । ଜିଲ୍ଲାରେ ବାସ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇଭଉଣୀ ପବିତ୍ର ରମଜାନ ମାସରେ 30 ଦିନ ଉପବାସ ରଖିବା ପରେ ପାଳନ କରୁଛନ୍ତି ଇଦ।
କୋରୋନା କଟକଣା ନିୟମ ମାନି କେନ୍ଦ୍ରାପଡାରେ ଇଦ ପାଳନ - କେନ୍ଦ୍ରାପଡା ମୁସଲମାନ
ଲକଡାଉନ ନିୟମ ପାଳନ କରି ଇଦ ପାଳନ କରୁଛନ୍ତି କେନ୍ଦ୍ରାପଡା ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇଭଉଣୀ । 4 ଜଣ ବ୍ୟକ୍ତିଙ୍କୁ ନେଇ ମସଜିଦରେ ନମାଜ ପାଠ କରାଯାଇଛି । ଅଧିକ ପଢନ୍ତୁ...
କୋରୋନା କଟଣାଣା ନିୟମ ମାନି ଇଦ ପାଳୁଛନ୍ତି କେନ୍ଦ୍ରାପଡା ମୁସଲମାନ
ଇଦରେ 4 ଜଣ ବ୍ୟକ୍ତିଙ୍କୁ ନେଇ ମସଜିଦରେ ନମାଜ ପାଠ କରାଯାଇଛି । ତେବେ ଏହି ଅବସରରେ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଇଥିଲା। ମନରେ ଉତ୍ସାହ ଥିଲେ ସୁଦ୍ଧା ସରକାରୀ ନିର୍ଦ୍ଦେଶ ଓ ବର୍ତ୍ତମାନ ପରିସ୍ଥିତିରେ କୋରୋନା ଜନିତ ଲକଡାଉନ ପାଇଁ ଚଳିତବର୍ଷ ଫିକା ପଡିଯାଇଛି ଇଦ ପର୍ବ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ