ଓଡିଶା

odisha

ETV Bharat / state

ନାରୀଶକ୍ତିର ଅନନ୍ୟ ଉଦାହରଣ ତୃପ୍ତିମୟୀ, ସୁନା କାନଫୁଲ ପାଇଁ ଡକାୟତଙ୍କ ସହ ଲଢିଲେ

ରାସ୍ତା ମଝିରେ ଯୁବତୀ ଦେଖାଇଲେ ଅଦମ୍ୟ ସାହସ ଓ ଶକ୍ତି, ଯେଉଁଥିପାଇଁ ସାରା କେନ୍ଦ୍ରାପଡ଼ା ଜିଲ୍ଲା କହୁଛି ସାବାସ ତୃପ୍ତି । କୌଣସି ଫିଲ୍ମ ଠାରୁ କମ ନଥିଲା ଜଣେ କଲେଜ ଛାତ୍ରୀ ଓ ଦୁଇ ସୁନା ଲୁଟେରାଙ୍କ ମଧ୍ୟରେ ହୋଇଥିବା ଫାଇଟିଂର କାହାଣୀ । ଅଧିକ ପଢନ୍ତୁ...

kendrapada derabis block truptimayee bala is a brave girl and ideal of other girls
ନାରୀ ଶକ୍ତିର ଅନନ୍ୟ ଉଦାହରଣ ତୃପ୍ତିମୟୀ

By

Published : Jan 28, 2021, 10:48 PM IST

Updated : Jan 29, 2021, 3:36 PM IST

କେନ୍ଦ୍ରାପଡା: ରାସ୍ତା ମଝିରେ ଯୁବତୀ ଦେଖାଇଲେ ଅଦମ୍ୟ ସାହସ ଓ ଶକ୍ତି, ଯେଉଁଥି ପାଇଁ ସାରା କେନ୍ଦ୍ରାପଡ଼ା ଜିଲ୍ଲା କହୁଛି ସାବାସ ତୃପ୍ତି । କୌଣସି ଫିଲ୍ମ ଠାରୁ କମ ନଥିଲା ଜଣେ କଲେଜ ଛାତ୍ରୀ ଓ ଦୁଇ ସୁନା ଲୁଟେରାଙ୍କ ମଧ୍ୟରେ ହୋଇଥିବା ଫାଇଟିଂର କାହାଣୀ ।

ଅଦ୍ଭୁତ, ଅବିଶ୍ବସନୀୟ ଏବଂ ଅକଳ୍ପନୀୟ ସାହସର ଅଧିକାରିଣୀ ତୃପ୍ତିମୟୀ । ଡକାୟତଙ୍କ ସହ ଲଢ଼ି ନିଜ ଜୀବନ ବଞ୍ଚାଇବା ସହ କାନଫୁଲ ଲୁଟେରାଙ୍କ କବଳରୁ ଉଦ୍ଧାର କରିଥିଲା । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳ କେନ୍ଦ୍ରାପଡ଼ା-ଗଣ୍ଡାକିଆ ରାସ୍ତାର ଓସ୍ତପୁର ନିକଟରେ । ଘର ତାଙ୍କର ଡେରାବିଶ୍ ବ୍ଲକ ଜଂରା ବାରିମୂଳ ଗାଁରେ । ହେଲେ ବାପା ବିଜୟ ବଳଙ୍କ ସହିତ ବଳରାମପୁର ଠାରେ ଭଡା ଘରେ ଦୀର୍ଘଦିନରୁ ରହୁଛନ୍ତି ତୃପ୍ତିମୟୀ ।

ନାରୀଶକ୍ତିର ଅନନ୍ୟ ଉଦାହରଣ ତୃପ୍ତିମୟୀ, ସୁନା କାନଫୁଲ ପାଇଁ ଡକାୟତଙ୍କ ସହ ଲଢିଲେ

ଗତ ୨୫ତାରିଖ ଦିନ ଝିଅ ତୃପ୍ତିମୟୀ ନିଜ ମାମୁଁଘର ସାହସପୁରରୁ ଭଡାଘର ବଳରାମପୁରକୁ ଫେରୁଥିବା ସମୟରେ ଦୁଇ ଡକାୟତ ଏକ ମୋଟର ସାଇକେଲରେ ଝିଅଟିକୁ ଏକୁଟିଆ ଦେଖି ଫଲୋ କରିଥିଲା । ଗାଡ଼ିରୁ ଓହ୍ଲାଇ ତାର ବେକକୁ ଜଣେ ଚିପି ଧରିବା ସହ ଆଉ ଜଣେ ସୁନା କାନଫୁଲକୁ ଖୋଲିବାକୁ ପ୍ରୟାସ କରିଥିଲା । ତେବେ ଯୁବତୀ ଜଣକ ସାହସର ସହ ଦୁଇ ଡକାୟତଙ୍କ ମୁକାବିଲା କରି ନିଜ କାନଫୁଲକୁ ସୁକ୍ଷିତ କରିପାରିଥଲା । ତୃପ୍ତିର ସାହସ ଆଗରେ ହାର ମାନିଥିଲା ଡକାୟତ । ସେହି ସମୟରେ ଜଣେ ବାଟୋଇ ଆସିବାରୁ ଡକାୟତ ମାନେ ସାଇକେଲର ବାସ୍କେଟ ଆଗରେ ଥିବା ପର୍ସକୁ ଛଡାଇନେଇ ଫେରାର ହୋଇଯାଥିଲେ । ଏହି ସାହସିକତା ପାଇଁ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ତୃପ୍ତିମୟୀ । ଦୁଇ ଡକାୟତଙ୍କୁ ଧରି ନପାରିବାରୁ ମନରେ ଅବଶୋଷ ରହିଗଲା ବୋଲି କହିଛନ୍ତି କେନ୍ଦ୍ରାପଡ଼ା ତୁଳସୀ ମହିଳା ମହାବିଦ୍ୟାଳୟର ଯୁକ୍ତ ୩ କଳା ପ୍ରଥମ ବର୍ଷର ଛାତ୍ରୀ ତୃପ୍ତିମୟୀ ବଳ ।

ଅପରପକ୍ଷରେ କେନ୍ଦ୍ରାପଡ଼ା-ଗଣ୍ଡାକିଆ ରାସ୍ତାରେ ଥିବା ଏକ ବିଦେଶୀ ଠିପିଖୋଲା ମଦ ଦୋକାନ ଯୋଗୁଁ ବାରମ୍ବାର ଏଭଳି ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ଉଭୟ ଛାତ୍ରୀ ଓ ତାଙ୍କ ମା । କେବଳ ସେତିକି ନୁହେଁ, କଲେଜ ଆସିବା ଓ ଯିବା ସମୟରେ ଏହି ମଦ ଦୋକାନରେ ଅସାମାଜିକ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର, କମେଣ୍ଟ କରିବା, ମଦ ଗ୍ଲାସ ପକାଇବା ଭଳି ଅଭିଯୋଗ ମଧ୍ୟ ହୋଇ ଆସୁଛି । ତେବେ ଗତ ୨୫ ତାରିଖରୁ କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଉକ୍ତ ଦୁଇ ଡକାୟତଙ୍କ ଟେର ପାଇନାହିଁ କେନ୍ଦ୍ରାପଡା ସଦର ପୋଲିସ ।

ପୋଲିସ ୨୫/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିବା କହିଛନ୍ତି ସଦର ଥାନା ଅଧିକାରୀ । ଝିଅର ସାହସିକତାକୁ ଧନ୍ୟବାଦ ଜଣାଇ ଏଭଳି କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ଓ ନାରୀ ଅବଳା ଦୁର୍ବଳା ନୁହେଁ, ନାରୀ ସମସ୍ତ ଅସାଧ୍ୟକୁ ସାଧନ କରିପାରେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ତୃପ୍ତିମୟୀଙ୍କ ଏହି ସାହସିକତା ପାଇଁ ତାଙ୍କୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ଏଥିସହିତ ବିଭିନ୍ନ ମହଲରୁ ତାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଉଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jan 29, 2021, 3:36 PM IST

ABOUT THE AUTHOR

...view details