ଓଡିଶା

odisha

ETV Bharat / state

2 ଡାକ୍ତରଙ୍କୁ ମାଡ ମାରିବା ଘଟଣାରେ ଓମସାର ପ୍ରତିକାତ୍ମକ ଧାରଣା

କେନ୍ଦ୍ରାପଡା ଜିଲ୍ଲାର 2 ଜଣ ଡାକ୍ତରଙ୍କୁ ମାଡ ମାରିବା ଘଟଣାକୁ ପ୍ରତିବାଦ । ଏନେଇ ମଙ୍ଗଳବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ସଂଘ ଓମସା ପକ୍ଷରୁ ପ୍ରତିକାତ୍ମକ ଧାରଣା ଦିଆଯାଇଛି ।

By

Published : Aug 25, 2020, 6:52 PM IST

2 ଡାକ୍ତରଙ୍କୁ ମାଡ ମାରିବା ଘଟଣାରେ ଓମସାର ପ୍ରତିକାତ୍ମକ ଧାରଣା
2 ଡାକ୍ତରଙ୍କୁ ମାଡ ମାରିବା ଘଟଣାରେ ଓମସାର ପ୍ରତିକାତ୍ମକ ଧାରଣା

କେନ୍ଦ୍ରାପଡା: ଜିଲ୍ଲାର 2 ଜଣ ଡାକ୍ତରଙ୍କୁ ମାଡ ମାରିବା ଘଟଣାକୁ ପ୍ରତିବାଦ । ଏନେଇ ମଙ୍ଗଳବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ସଂଘ ଓମସା ପକ୍ଷରୁ ପ୍ରତିକାତ୍ମକ ଧାରଣା ଦିଆଯାଇଛି ।

2 ଡାକ୍ତରଙ୍କୁ ମାଡ ମାରିବା ଘଟଣାରେ ଓମସାର ପ୍ରତିକାତ୍ମକ ଧାରଣା

ରୋଗୀସେବା ବନ୍ଦ ନ କରି ମେଡିକାଲ ପରିସରରେ କିଛି ସମୟ ପାଇଁ ଓମସାର ସଦସ୍ୟମାନେ ଧାରଣ ଦେଇଥିଲେ । ପୋଲିସ ମାଡ ମାରିବା ସହ ଦୁଇ ଡାକ୍ତରଙ୍କୁ ରାତି ତମାମ ହାଜତରେ ରଖିବା ଏବଂ ସେହି ଫଟୋକୁ ଭାଇରାଲ କରିବା ଘଟଣାରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଡାକ୍ତର ସଂଘ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ତେବେ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏସମ୍ପର୍କରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details