ଓଡିଶା

odisha

ETV Bharat / state

ଦୁର୍ନୀତି କ୍ଷୋର ବାବୁଙ୍କ ନିଦ ହଜେଇଛି ଜିଲ୍ଲାପାଳଙ୍କ ୱାଟସଆପ ନମ୍ବର - ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଦୁର୍ନୀତି ନିବାରଣ ୱାଟସଆପ ନମ୍ବର ଦୁର୍ନୀତିଗ୍ରସ୍ତ ସରକାରୀ ବାବୁମାନଙ୍କ ନିଦ ହଜେଇ ଦେଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କେନ୍ଦ୍ରାପଡା

By

Published : Sep 5, 2019, 2:35 PM IST


କେନ୍ଦ୍ରାପଡା: ଦୁର୍ନୀତିଗ୍ରସ୍ତ ସରକାରୀ ବାବୁମାନଙ୍କ ନିଦ ହଜିଯାଇଛି । କାରଣ ହେଉଛି ସୋସିଆଲ ମିଡିଆରେ ଭାଇରାଲ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଦୁର୍ନୀତି ନିବାରଣ ୱାଟସଆପ ନମ୍ବର ।

'କଲେକ୍ଟରେଟ୍‌ କେନ୍ଦ୍ରାପଡା' ନାମରେ ପ୍ରଶାସନ ଦ୍ବାରା ଚାଲୁଥିବା ଫେସବୁକ ଆଇଡିରେ ଜିଲ୍ଲାପାଳଙ୍କ ନମ୍ବର 9438883093 ପୋଷ୍ଟ କରାଯାଇଥିଲା । ଯଦି କେହି ସରକାରୀ ବାବୁ ଦୁର୍ନୀତି କରୁଥିବାର ଘଟଣା ସାମନାକୁ ଆସେ, ତାହେଲେ ଉପରୋକ୍ତ ନମ୍ବରରେ ତାଙ୍କ ବିରୋଧରେ ପ୍ରମାଣ ସହ ପଠାଇଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହିତ ଉପରିସ୍ଥ ଅଧିକାରୀଙ୍କୁ ଦୁର୍ନୀତିଗ୍ରସ୍ତ ବାବୁମାନଙ୍କୁ ଦଣ୍ଡ ଦେବାରେ ସାହାଯ୍ୟ ମିଳିବ ବୋଲି ଉକ୍ତ ପୋଷ୍ଟରେ ଉଲ୍ଲେଖ ରହିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କେନ୍ଦ୍ରାପଡା

ପୂର୍ବରୁ ବିଦ୍ୟାଳୟରେ ପାଠ ପଢ଼ାଇ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ମେଡିକାଲକୁ ଅଚାନକ ଗସ୍ତ କରି ଜିଲ୍ଲାପାଳ ସମର୍ଥ ବର୍ମା ସରକାରୀ ଠକ ଅଧିକାରୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିଲେ । ସେପଟେ ସହରକୁ ଅପରାଧ ଓ ଦୁର୍ନୀତିମୁକ୍ତ କରିବାକୁ ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ସାଧାରଣ ଜନତା ପ୍ରଶଂସା କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details