ଓଡିଶା

odisha

ETV Bharat / state

କେନ୍ଦ୍ରୀୟ ଅନୁଦାନ ହାଇଜ୍ୟାକ ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା - କେନ୍ଦ୍ରୀୟ ଅନୁଦାନ ହାଇଜ୍ୟାକ ଅଭିଯୋଗ

ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହଡପ କରି ନିଜ ନାମରେ ପ୍ରଚଳନ କରିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ବିଜେପି ଗର୍ଜିଛି । କେନ୍ଦ୍ରୀୟ ଅନୁଦାନ ହାଇଜ୍ୟାକ ଅଭିଯୋଗରେ ବିଜେପି ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦେଇଛି । ଅଧିକ ପଢନ୍ତୁ...

କେନ୍ଦ୍ରୀୟ ଅନୁଦାନ ହାଇଜ୍ୟାକ ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏତଲା
କେନ୍ଦ୍ରୀୟ ଅନୁଦାନ ହାଇଜ୍ୟାକ ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏତଲା

By

Published : Dec 29, 2020, 6:48 PM IST

କେନ୍ଦ୍ରାପଡ଼ା:ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହଡପ କରି ନିଜ ନାମରେ ପ୍ରଚଳନ କରିବା ଅଭିଯୋଗରେ ଜିଲ୍ଲା ବିଜେପି ପକ୍ଷରୁ କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସଦର ଥାନାରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଠକେଇ ମାମଲା ଦାଏର କରାଯାଇଛି ।

କେନ୍ଦ୍ରୀୟ ଅନୁଦାନ ହାଇଜ୍ୟାକ ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏତଲା

କେନ୍ଦ୍ର ସରକାରଙ୍କ ସମସ୍ତ ସ୍ଥାୟୀ ଯୋଜନାର ନାମକୁ ରାଜ୍ୟ ସରକାର ପରିବତ୍ତର୍ନ କରିପାରିବେ ନାହିଁ କିମ୍ବା ସେହି ଯୋଜନାର ଅର୍ଥକୁ ଅନ୍ୟତ୍ର ଖର୍ଚ୍ଚ କରିପାରିବେ ନାହିଁ ବୋଲି ଆଇନରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏହାକୁ ଉଲ୍ଲଂଘନ କରି ରାଜ୍ୟ ସରକାର ଯେଉଁ ପ୍ରୟାସ ଚଳାଇଛନ୍ତି ତାହାକୁ ନେଇ ଗର୍ଜିଛି ବିଜେପି । ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ଅନୁଦାନରେ ନିର୍ମିତ ପ୍ରଧାନମନ୍ତ୍ରୀ ଆବାସ ଗୃହରେ ବିଜୁ ପକ୍କାଘର ଷ୍ଟିକର ମାରିବା ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ରହିଥିବା ମିଥ୍ୟା ତଥ୍ୟଯୁକ୍ତ ଚିଠି ସଂପୂର୍ଣ୍ଣ ବେଆଇନ ।

ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ବ୍ଲକ ପ୍ରଶାସନ ଅଣ୍ଟା ଭିଡ଼ିଛି । ଯେଉଁଥିପାଇଁ ବିଜେପି ଆଜି (ମଙ୍ଗଳବାର) କେନ୍ଦ୍ରାପଡା ବ୍ଲକ ଘେରାଉ କରିଥିବାବେଳେ ସଦର ଥାନାରେ ଏନେଇ ଆଇପିସିର ୪୨୦ ଧାରା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ନାମରେ ନବୀନ ପଟ୍ଟନାୟକଙ୍କ ନାମରେ ମକଦ୍ଦମା ରୁଜୁ କରିବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details