ଓଡିଶା

odisha

ETV Bharat / state

ଏସିଡ ମାଡ ଘଟଣାର ବର୍ଷେ ପରେ 2 ଅଭିଯୁକ୍ତ ଗିରଫ - ମାର୍ଶାଘାଇ ପୁଲିସ

କେନ୍ଦ୍ରପଡା ଜିଲ୍ଲାର ପାଟଳିପଙ୍କ ଗ୍ରାମରେ ସଂଘଟିତ ଏସିଡ୍‌ ମାଡ ଘଟଣାର ବର୍ଷେ ପରେ 2 ଜଣ ଅଭିଯୁକ୍ତଙ୍କୁ ମାର୍ଶାଘାଇ ପୋଲିସ ଗିରଫ କରିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Sep 27, 2019, 2:18 PM IST


କେନ୍ଦ୍ରାପଡା: ଜିଲ୍ଲାର ପାଟଳିପଙ୍କ ଗ୍ରାମର ହିମାଂଶୁ ବାରିକ ଏସିଡ୍‌ ମାଡ ଘଟଣାର ବର୍ଷେ ପରେ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମାର୍ଶାଘାଇ ପୁଲିସ । ଗତ 2018 ସେପ୍ଟେମ୍ବରରେ ହିମାଂଶୁଙ୍କ ଉପରକୁ ଏସିଡ୍‌ ମାଡ଼ କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭବାନୀ ଶଙ୍କର ଓଝା ଓ ତାର ସହଯୋଗୀ ପିୟୂଷ ଶଙ୍କର ଓଝା ଦୀର୍ଘଦିନ ଧରି ଫେରାର ଥିଲେ ।

ପାଟଳିପଙ୍କ ଗ୍ରାମରେ ଭବାନୀ ଶଙ୍କର ଓଝା ଓ ତାର ସହଯୋଗୀ ପିୟୂଷ ଶଙ୍କର ଓଝା ଚୋରାମଦ ସହ ଗଞ୍ଜେଇ ମଧ୍ୟ ବିକ୍ରି କରୁଥିଲେ । ଏହି ସମ୍ପର୍କରେ ହିମାଂଶୁ କେନ୍ଦ୍ରାପଡା ଏସପିଙ୍କୁ ଜଣାଇଥିଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଭବାନୀ ଓ ପିୟୂଷ ସେହିଦିନ ରାତିରେ ହିମାଂଶୁଙ୍କ ଶୋଇବା ଘରର ଝରକା ଫାଙ୍କରେ ଏସିଡ୍‌ ମାଡ଼ କରିଥିଲେ। ଏଥିରେ ହିମାଂଶୁଙ୍କ ମୁହଁ ସଂପୂର୍ଣ୍ଣ ଜଳିଯିବା ସହ ତାଙ୍କ ପତ୍ନୀ ଓ ଶିଶୁ କନ୍ୟା ଗୁରୁତର ଆହତ ହେଇଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଏହି ଖବର କିଛି ଦିନ ପୂର୍ବରୁ ଇଟିଭି ଭାରତରେ ପ୍ରସାରଣ ହେବା ପରେ ରାଜ୍ୟର କିଛି ସ୍ବେଚ୍ଛାସେବୀ ସଙ୍ଗଠନ ମାନବିକ ଅଧିକାର ଆୟୋଗରେ ମାମଲା ରୁଜୁ କରିଥିଲେ। ଏହା ସହ ହିମାଂଶୁଙ୍କ ମା କୁନିଲତା ବାରିକ ପୁଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଦୁଃଖ ଜଣାଇଥିଲେ । କମିଶନରଙ୍କ ନିର୍ଦ୍ଦେଶ ପରେ ମାର୍ଶାଘାଇ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରି କୋର୍ଟଚାଲାଣ କରିଛି। ଏସମ୍ପର୍କରେ ପଚାରିବାରୁ ଥାନା ଅଧିକାରୀ କୌଣସି ମତାମତ ଦେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details