କେନ୍ଦ୍ରାପଡ଼ା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ବୋଲି କାୟାକଳ୍ପ ରିପୋର୍ଟ ପ୍ରମାଣ ଦେଇଛି। କେବଳ ପରିମଳ ବ୍ୟବସ୍ଥା ନୁହେଁ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ମଧ୍ୟ ପଛରେ ରହିଛି କେନ୍ଦ୍ରାପଡ଼ା ଜିଲ୍ଲା। ଏଭଳି ସ୍ଥିତିରେ କାୟାକଳ୍ପ ସ୍ବଚ୍ଛତା କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲା କେତେ ନମ୍ବରରେ ରହିବ ସେନେଇ ପ୍ରାରମ୍ଭିକ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି ଦୁଇଜଣିଆ ଟିମ।
ମୁଖ୍ୟ ଚିକିତ୍ସାଳୟରେ କାୟାକଳ୍ପ ସ୍ବଚ୍ଛତା ସର୍ବେକ୍ଷଣର ଟିମ - kendrapara news
କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାୟାକଳ୍ପ ସ୍ବଚ୍ଛତା ସର୍ବେକ୍ଷଣର ଟିମ । ମୁଖ୍ୟ ଚିକିତ୍ସାଳୟର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ବୋଲି ଦେଲା ରିପୋର୍ଟ । ଅଧିକ ପଢ଼ନ୍ତୁ...
ମୁଖ୍ୟ ଚିକିତ୍ସାଳୟରେ କାୟାକଳ୍ପ ସ୍ବଚ୍ଛତା ସର୍ବେକ୍ଷଣର ଟିମ
ଡକ୍ଟର ଅଜୟ ସ୍ବାଇଁ ଓ ଡକ୍ଟର ଶକ୍ତିମୟୀ ପ୍ରଧାନଙ୍କୁ ନେଇ ଗଠିତ ଦୁଇଜଣିଆ ଟିମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପରିମଳ ବ୍ୟବସ୍ଥା ଦେଖିବା ସହ ବିଭିନ୍ନ ୱାର୍ଡ ବୁଲି ଦେଖିବା ପରେ ଏଠାକାର ପରିବେଶ ସନ୍ତୋଷଜନକ ନୁହେଁ ବୋଲି ମତ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଭରେଜ ପର୍ସେଣ୍ଟଜ ପାଇବ ବୋଲି କହିଛନ୍ତି ଡାକ୍ତର ସ୍ବାଇଁ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ