ଓଡିଶା

odisha

ETV Bharat / state

କନିକା ପ୍ରଜା ଆନ୍ଦୋଳନକୁ ୧୦୦ ବର୍ଷ, ଶହୀଦ ବାସୁ-ବିଶୁନିଙ୍କୁ ରାଜ୍ୟପାଳଙ୍କ ଶ୍ରଦ୍ଧାଞ୍ଜଳି - କନିକା ପ୍ରଜା ଆନ୍ଦୋଳନକୁ ଶହେ ବର୍ଷ

କନିକା ପ୍ରଜା ଆନ୍ଦୋଳନକୁ ୧୦୦ ବର୍ଷ । ଶହୀଦ ବାସୁ-ବିଶୁନିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଅଧିକ ପଢନ୍ତୁ

କନିକା ପ୍ରଜା ଆନ୍ଦୋଳନକୁ ୧୦୦ ବର୍ଷ, ସହିଦ ବାସୁ-ବିଶୁନିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ
କନିକା ପ୍ରଜା ଆନ୍ଦୋଳନକୁ ୧୦୦ ବର୍ଷ, ସହିଦ ବାସୁ-ବିଶୁନିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ

By

Published : Jun 18, 2022, 1:25 PM IST

କେନ୍ଦ୍ରାପଡା: କନିକା ପ୍ରଜା ଆନ୍ଦୋଳନକୁ ପୁରିଛି ୧୦୦ ବର୍ଷ । ଏହି ଅବସରରେ ଶୁକ୍ରବାର କେନ୍ଦ୍ରାପଡା ରାଜକନିକା ପଞ୍ଚାୟତ ସମିତି ସଭାଗୃହରେ ପ୍ରଜା ଆନ୍ଦୋଳନର ଶତବାର୍ଷିକ ସ୍ମୃତି ଉତ୍ସବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ବେବର୍ତ୍ତା ସରୋବର ତୀରରେ ଥିବା ଶହୀଦ ସ୍ମୃତି ପୀଠରେ ରାଜ୍ୟପାଳ ପୁଷ୍ପମାଲ୍ୟ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଇଂରେଜଙ୍କ ସହ ଲଢେଇ କରି ସହିଦ ହୋଇଥିବା ବାସୁ ସେଠୀ ଆଉ ବିଶୁନୀ ମଢୁଆଳଙ୍କ ଶହୀଦ ସ୍ମୃତି ପୀଠକୁ ରାଜ୍ୟସ୍ତରୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟପାଳ ।

କନିକା ପ୍ରଜା ଆନ୍ଦୋଳନକୁ ୧୦୦ ବର୍ଷ, ସହିଦ ବାସୁ-ବିଶୁନିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ

ଇଂରେଜମାନଙ୍କ ଗୋଲାମି କରୁଥିବା କନିକା ରାଜା ପ୍ରଜାମାନଙ୍କୁ ଠାରୁ ନାନା ପ୍ରକାର କର ଆଦାୟ କରୁଥିଲେ । ପ୍ରଜାମାନଙ୍କୁ ବେଠି ଖଟାଇବା ସହ ସେମାନଙ୍କ ଉପରେ ବିଭିନ୍ନ ଅତ୍ୟାଚାର କରୁଥିଲେ । ଏହା ବିରୁଦ୍ଧରେ ପ୍ରଜାମାନେ ଆରମ୍ଭ କରିଥିଲେ ମେଳି । ଏହି ମେଳିକୁ ଦମନ କରିବା ପାଇଁ କନିକା ରାଜା ଇଂରେଜମାନଙ୍କ ସହାୟତା ନେଇ ତୋପ କମାଣ ସହିତ ବେବର୍ତ୍ତା ସରୋବର ତୀରରେ ପହଞ୍ଚି ଥିଲେ । ସେଠାରେ ବାସୁ ସେଠୀ ଆଉ ବିଶୁନୀ ମଢୁଆଳଙ୍କ ନେତୃତ୍ଵରେ ଇଂରେଜ ତଥା କନିକା ରାଜାଙ୍କ ବିରୁଦ୍ଧରେ ପ୍ରଜା ଆନ୍ଦୋଳନ ଚାଲିଥିଲା । ବେବର୍ତ୍ତା ସରୋବର ତୀରରେ ଆରମ୍ଭ ହୋଇଥିଲା ଘମାଘୋଟ ଲଢେଇ । ଏଇ ଲଢେଇରେ ପାଇକ ବୀର ବାସୁ ସେଠୀ ଆଉ ବିଶୁନୀ ମଢୁଆଳ ତୋପ କମାଣ ଆଗରେ ସବୁଦିନ ପାଇଁ ନୀରବି ଯାଇଥିଲେ । ହେଲେ ତାଙ୍କ ସ୍ଥାନରେ ସୃଷ୍ଟି ହୋଇଥିଲେ ହଜାର ହଜାର ବାସୁ ଓ ବିଶୁନି, ଯେଉଁମାନେ ଇଂରେଜମାନଙ୍କ ତୋପ କମାଣ ଆଗରେ ଛାତି ଦେଖାଇଥିଲେ । ଯାହାଦ୍ଵାରା କନିକା ରାଜାଙ୍କ ସହିତ ଇଂରେଜ ଦବି ଯାଇଥିଲେ ।

ଇଂରେଜ ବିରୋଧରେ ଲଢେଇ କରି ଶହୀଦ ହୋଇଥିବା ବାସୁ ସେଠୀ ଆଉ ବିଶୁନୀ ମଢୁଆଳଙ୍କୁ ମନେ ପକାଇବା ପାଇଁ ବେବର୍ତ୍ତା ସରୋବର ତୀରରେ ଶହୀଦ ସ୍ମୃତି ସ୍ତମ୍ଭ ନିର୍ମାଣ କରି ପ୍ରତିବର୍ଷ ସହିଦ ସ୍ମୃତି ଦିବସ ପାଳନ କରାଯାଉଛି । ଶୁକ୍ରବାର ଶତବାର୍ଷିକ ଶହୀଦ ସ୍ମୃତି ଦିବସ ଥିଲା । ଏହି ଅବସରରେ ରାଜ୍ୟପାଳ ଗଣେଶୀ ଲାଲ କନିକା ମାଟିର ସୁଯୋଗ୍ୟ ସନ୍ତାନ ବରପୁତ୍ର ଦ୍ବୟଙ୍କ ଶତବାର୍ଷିକ ଶହୀଦ ସ୍ମୃତି ଦିବସରେ ଯୋଗ ଦେଇଥିଲେ । ରାଜ୍ୟପାଳଙ୍କୁ କନିକା ଚନ୍ଦନ ପୋଖରୀ ଛକ ନିକଟରୁ ବାଦ୍ୟ ରୋଷଣୀ ଆଉ ପଟୁଆରରେ ମେଘପୂର ନିକଟ ବେବର୍ତ୍ତା ସରୋବର ତୀରକୁ ପାଛୋଟି ନିଆଯାଇଥିଲା । ସେଠାରେ ତାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ସହିଦ ପୀଠକୁ ନବନିର୍ମିତ କରି ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ କନିକାବାସୀଙ୍କ ପକ୍ଷରୁ ବହୁଦିନ ହେଲା ସରକାରଙ୍କ ଠାରେ ଦାବି ହୋଇ ଆସୁଛି । ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରି ସହୀଦ ସ୍ମୃତି ପୀଠର ଚତୁଃପାର୍ଶ୍ଵରେ ପାଚେରୀ ଉଠାଇ ଉଦ୍ୟାନ ସୃଷ୍ଟି କରିବା ସହିତ ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନେବାକୁ ଦାବି କରିଥିଲେ କମିଟି ସଦସ୍ୟ । ରାଜ୍ୟପାଳ ଗଣେଶୀ ଲାଲ କନିକା ମାଟିର ସୁଯୋଗ୍ୟ ସନ୍ତାନମାନଙ୍କ ଗୁଣଗାନ କରିବା ସହିତ ଇଂରେଜମାନଙ୍କ ସହ ମୁହାମୁହିଁ ଲଢେଇ କରି ସହିଦ ହୋଇଥିବା ବାସୁ ସେଠୀ ଆଉ ବିଶୁନୀ ମଢୁଆଳଙ୍କ ସହିଦ ସ୍ମୃତି ପୀଠକୁ ରାଜ୍ୟସ୍ତରୀୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ABOUT THE AUTHOR

...view details