କେନ୍ଦ୍ରାପଡ଼ା: ଆଳି ଥାନା ଅନ୍ତର୍ଗତ କଅଁରପୁର ଗ୍ରାମରେ କଙ୍ଗାରୁକୋର୍ଟ ଅଭିଯୋଗ । ଗ୍ରାମବାସୀଙ୍କ ଦ୍ବାରା କଙ୍ଗାରୁକୋର୍ଟର ଶିକାର ଏକ ଅସହାୟ ପରିବାର ଗୃହବନ୍ଦୀ ରହିବା ପରେ ନ୍ୟାୟ ପାଇଁ ତହସିଲଦାରଙ୍କ ଦ୍ବାରସ୍ଥ ହେବା ପରେ ମଧ୍ୟ ନିରାଶ ହୋଇଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ମଧ୍ୟ ଘଟଣାର ସମାଧାନ ଦିଗରେ କୌଣସି ପଦକ୍ଷେପ ନନେଇ ତହସିଲଦାର ନିଜର ଅସହାୟତା ପ୍ରକାଶ କରିଥିବା ଅଭିଯୋଗ କରିଛି ଉକ୍ତ ପରବାର ।
ସମ୍ପୂର୍ଣ୍ଣ ଘଟଣା ଅନୁସାରେ, ଆଳି ଥାନା କଅଁରପୁର ଗ୍ରାମର ବାବୁଲି ସାହୁ ତାଙ୍କ ଘର ସମ୍ନାରେ ଥିବା ସରକାରୀ ଜମିକୁ ଦୀର୍ଘଦୀନ ଧରି ରସ୍ତା ଭାବେ ବ୍ୟବହାର କରି ଯାତାୟତ କରିଆସୁଥିଲେ । ଏହି ଜମି ବାବଦ ବାବୁଲି ତହସିଲରେ ପ୍ରିମିୟମ ମଧ୍ୟ ଦାଖଲ କରିଛନ୍ତି । ମାତ୍ର ପରେ ସେହି ଗ୍ରାମବାସୀ ଓ ବାବୁଲିଙ୍କ ମଧ୍ୟରେ ଏହି ଜମିକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ପରେ କେତେକ ସ୍ଥାନୀୟ ବ୍ୟକ୍ତି ସଂଘବଦ୍ଧ ଭାବେ ବାବୁଲିଙ୍କ ପରିବାରକୁ ଆକ୍ରୋଶମୂଳକ ଭାବେ ସେଠାରୁ ବେଦଖଲ କରିବା ପାଇଁ ଷଡଯନ୍ତ୍ର ଆରମ୍ଭ କରିଥିଲେ । ତାଙ୍କ ଘର ଆଗରେ ଥିବା ଠାକୁରାଣୀ ମନ୍ଦିରର ପାଚେରୀ ନିର୍ମାଣ କିରିବା ଆଳରେ ତାଙ୍କ ଘରର ରାସ୍ତା ବନ୍ଦ ମଧ୍ୟ କରିଦେଇ ଥିବା ଦେଖବାକୁ ମିଳିଥିଲା ।