ଓଡିଶା

odisha

ETV Bharat / state

ଯୁବ ସାମ୍ବାଦିକ ବ୍ରଜଙ୍କ ବିୟୋଗ, ଝୁରୁଛି କଲମ କାନ୍ଦୁଛି କନିକା - ଯୁବ ସାମ୍ବାଦିକ ବ୍ରଜଙ୍କ ବିୟୋଗ

ବର୍ଷ ଆରମ୍ଭରୁ ସମ୍ବାଦିକଜଗତ ପାଇଁ ଦୁଃଖଦ ଖବର । ଖୁବ କମ ବୟସରେ ଅକାଳରେ ଆଖି ବୁଜିଛନ୍ତି ଯୁବ ସାମ୍ବାଦିକ ବ୍ରଜ କିଶୋର ସିଂହ । ହୃଦଘାତରେ ମାତ୍ର ୪୪ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ସାମ୍ବାଦିକ ବ୍ରଜ । ଅଧିକ ପଢନ୍ତୁ

ଯୁବ ସାମ୍ବାଦିକ ବ୍ରଜଙ୍କ ବିୟୋଗ
ଯୁବ ସାମ୍ବାଦିକ ବ୍ରଜଙ୍କ ବିୟୋଗ

By

Published : Jan 26, 2022, 7:53 AM IST

କେନ୍ଦ୍ରାପଡା: ବର୍ଷ ଆରମ୍ଭରୁ ସମ୍ବାଦିକଜଗତ ପାଇଁ ଦୁଃଖଦ ଖବର । ଖୁବ କମ ବୟସରେ ଅକାଳରେ ଆଖି ବୁଜିଛନ୍ତି ଯୁବ ସାମ୍ବାଦିକ ବ୍ରଜ କିଶୋର ସିଂହ । ହୃଦଘାତରେ ମାତ୍ର ୪୪ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ସାମ୍ବାଦିକ ବ୍ରଜ । ସେ ଦୀର୍ଘ ୧୦ ବର୍ଷ ଧରି ଦୈନିକ ଖବରକାଗଜ "ସମ୍ବାଦ'ରେ ରାଜକନିକା ବ୍ଲକ ପ୍ରତିନିଧି ଭାବରେ ନିର୍ଭୀକତାର ସହ ସାମ୍ବାଦିକତା କରି ଆସୁଥିଲେ।

ଯୁବ ସାମ୍ବାଦିକ ବ୍ରଜଙ୍କ ବିୟୋଗ

ବ୍ରଜ ଯେ କେବଳ ଜଣେ ଉଚ୍ଚକୋଟୀର ସାମ୍ବାଦିକ ଥିଲେ ତା ନୁହେଁ ଜଣେ ସମାଜସେବୀ ମଧ୍ୟ ଥିଲେ । ବିଭିନ୍ନ ସାମାଜିକ ସଂଗଠନ ସହ ଓତଃପ୍ରୋତ ଭାବେ ଜଡିତ ଥିଲେ ବ୍ରଜ । ଖୁବ ମିଷ୍ଟଭାଷୀ ସ୍ବାଭାବର ଥିଲେ ସେ । ଗତକାଲି (ମଙ୍ଗଳବାର) ଅପରାହ୍ନରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କ ବିୟୋଗ ହୋଇଛି । ପରିବାର ଲୋକଙ୍କ ଠାରୁ ନେଇ ଆତ୍ମୀୟ ସମସ୍ତେ ଶୋକରେ ବୁଡିଛନ୍ତି । ବ୍ରଜଙ୍କର ଏପରି ଅକାଳରେ ଚାଲିଯିବା ସମସ୍ତଙ୍କୁ ମର୍ମାହତ କରିଛି । ମହାନ ଆତ୍ମାଙ୍କ ଶେଷ ଦର୍ଶନ ପାଇଁ ଲୋକାରଣ୍ୟ ହୋଇଥିଲା ସମଗ୍ର ରାଜକନିକା ।

ତାଙ୍କ ମରଶରୀର ରାଜକନିକାରେ ପହଞ୍ଚିବା ପରେ ଏକ ଶୋଭଯାତ୍ରାରେ ଜାଗୁଳାଇପଡା, କଣ୍ଟପଡା, ବାଘବୁଦା ପଞ୍ଚାୟତ ପରିକ୍ରମା କରାଯାଇଥିଲା । ବ୍ରଜ ଭାଇ ଅମର ରହେ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ । ଶୋଭାଯାତ୍ରା ପରେ ତାଙ୍କ ଗଞ୍ଜାସ୍ଥିତ ବାସଭବନରେ ବହୁ ସାମ୍ବାଦିକ, ବରିଷ୍ଠ ନାଗରିକ, ରାଜନୈତିକ ବ୍ୟକ୍ତିମାନେ ପହଞ୍ଚି ଶେଷ ଦର୍ଶନ କରିଥିଲେ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details