ଓଡିଶା

odisha

ETV Bharat / state

ସାମ୍ବାଦିକଙ୍କୁ ମାଡ଼: ୫ ବିଧାୟକଙ୍କୁ ୨ଘଣ୍ଟା ତାଲା, ମହିଳା କନେଷ୍ଟବଳଙ୍କ ବହିଷ୍କାର ଦାବି - journalists attacked in kendrapara

ପିନୁ ନାୟକ ନାମକ ଜଣେ ମହିଳା କନଷ୍ଟେବଳ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ଘଟଣାକୁ ନେଇ କେନ୍ଦ୍ରାପଡା ଜିଲ୍ଲାରେ ଉତ୍ତେଜନାର ମହୋଲ । ବିଶେଷ କରି ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନେ ଏହି ଘଟଣାକୁ ବିରୋଧ କରି ଏକଜୁଟ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

ସାମ୍ବାଦିକଙ୍କୁ ମାଡ଼: ମହିଳା କନେଷ୍ଟବଳଙ୍କ ବହିଷ୍କାର ଦାବି କଲେ କେନ୍ଦ୍ରାପଡ଼ା ସାମ୍ବାଦିକ ସଂଘ
ସାମ୍ବାଦିକଙ୍କୁ ମାଡ଼: ମହିଳା କନେଷ୍ଟବଳଙ୍କ ବହିଷ୍କାର ଦାବି କଲେ କେନ୍ଦ୍ରାପଡ଼ା ସାମ୍ବାଦିକ ସଂଘ

By

Published : Jul 22, 2021, 4:29 PM IST

Updated : Jul 22, 2021, 10:59 PM IST

କେନ୍ଦ୍ରାପଡ଼ା:ପିନୁ ନାୟକ ନାମକ ଜଣେମହିଳା କନଷ୍ଟେବଳ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ଘଟଣାକୁ ନେଇ କେନ୍ଦ୍ରାପଡା ଜିଲ୍ଲାରେ ଉତ୍ତେଜନାର ମହୋଲ। ବିଶେଷ କରି ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନେ ଏହି ଘଟଣାକୁ ବିରୋଧ କରି ଏକଜୁଟ ହୋଇଛନ୍ତି । ଗତକାଲି (ବୁଧବାର) କେନ୍ଦ୍ରାପଡ଼ା କାର୍ଯ୍ୟାଳୟ ସମ୍ମୁଖରେ ଜଣେ ୱେବ୍ ଚ୍ୟାନେଲ ସମ୍ବାଦିକଙ୍କୁ ମହିଳା କନଷ୍ଟେବଳ ସର୍ବସମ୍ମୁଖରେ ମାଡ଼ ମାରିବା ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଭୀମସେନ ସେଠୀ ବାରମ୍ବାର ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇଥିଲେ ସୁଦ୍ଧା କିଛି ଶୁଣିନଥିଲେ ମହିଳା କନଷ୍ଟେବଳ ।

ସାମ୍ବାଦିକଙ୍କୁ ମାଡ଼: ୫ ବିଧାୟକଙ୍କୁ ୨ଘଣ୍ଟା ତାଲା, ମହିଳା କନେଷ୍ଟବଳଙ୍କ ବହିଷ୍କାର ଦାବି

ମହିଳା କନେଷ୍ଟବଳ ଜଣକ ମୁହଁରେ ମାସ୍କ ନଦେଇ କାର୍ଯ୍ୟ କରୁଥିବାରୁ ସାମ୍ବାଦିକ ଜଣକ ଏହାର ଭିଡିଓ ଉତ୍ତୋଳନ କରି ସୋସିଆଲ ମଡିଆରେ ସେୟାର କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମହିଳା କନେଷ୍ଟବଳ ଜଣକ ସାମ୍ବାଦିକଙ୍କୁ ସର୍ବ ସମ୍ମୁଖରେ ମାଡ଼ ଦେବାସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । କନେଷ୍ଟବଳଙ୍କୁ ସେଠାରେ ଉପସ୍ଥିତ ଥିବା ତାଙ୍କ ଉପରିସ୍ଥ ଅଧିକାରୀ ଓ ସହକର୍ମୀ ବାରମ୍ବାର ଏଥିରୁ ନିବୃତ୍ତ ହେବାକୁ କହିଥିଲେ ସୁଦ୍ଧା କାହାରି କଥା କିଛି ସେ ଶୁଣିନଥିଲେ ଓ ଅଶ୍ରାବ୍ୟ ଭାଷାର ପ୍ରୟୋଗ କରୁଥିଲେ । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଆଜି(ଗୁରୁବାର) ଏହି ଘଟଣାର ପ୍ରତିବାଦ କରି କେନ୍ଦ୍ରାପଡ଼ଡା ଜିଲ୍ଲାର ଶତାଧିକ ସାମ୍ବାଦିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ପୋଲିସ ପ୍ରଶାସନ ବିରୋଧରେ ବିଭିନ୍ନ ନାରାବାଜି କରିଥିଲେ । ଏପରିକି ଜିଲ୍ଲାର ୫ଜଣ ବିଧାୟକ ଭିଡିଓ କନଫରେନ୍ସିଂରେ ଯୋଗ ଦେବାକୁ ଆସିଥିବା ବେଳେ ସେମାନଙ୍କୁ ମଧ୍ୟ ବାହାରକୁ ବାହାରିବା ପାଇଁ ଦେଇନଥିଲେ । ମୋଟାମୋଟି ଭାବରେ ବିଧାୟକମାନଙ୍କୁ ଅଟକ ରଖିଥିଲେ କେନ୍ଦ୍ରାପଡ଼ା ସାମ୍ବାଦିକ । ଦୀର୍ଘସମୟ ଧରି ବିଧାୟକମାନେ ଅଟକ ରହିବା ପରେ ସାମ୍ବାଦିକମାନଙ୍କ ଏକ ପ୍ରତନିଧି ଦଳ ସହ ଆଲୋଚନା କରିଛନ୍ତି।

ମାଡ଼ ମାରିଥିବା ମହିଳା କନେଷ୍ଟବଳଙ୍କୁ ଗିରଫ କରିବା ସହ ତାଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ଦାବି କରିଛନ୍ତି କେନ୍ଦ୍ରାପଡ଼ା ସାମ୍ବାଦିକ। ତେବେ ଘଟଣାକୁ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ଉଚିତ ପଦକ୍ଷେପ ନିଆଯିବ ବୋଲି ବିଧାୟକମାନେ ପ୍ରତିଶୃତି ଦେବା ପରେ ସାମ୍ବାଦିକମାନେ ତାଙ୍କୁ ଯିବାକୁ ଦେଇଥିଲେ । ସେପଟେ ଘଟଣାକୁ ନେଇ କନେଷ୍ଟବଳଙ୍କ ଆକ୍ରୋଶର ଶିକାର ହୋଇଥିବା ସାମ୍ବାଦିକ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ଏହାସହ ସେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେପଟେ ଦାବି ପୂରଣ ନହେବା ଧାରଣା ଜାରି ରହିବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ସାମ୍ବାଦିକ ସଂଘ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jul 22, 2021, 10:59 PM IST

ABOUT THE AUTHOR

...view details