ଓଡିଶା

odisha

ETV Bharat / state

ଜଲିଉଡ୍କୁ କୋରୋନା ମାଡ, ଦୁର୍ଦ୍ଦିନରେ ଯାତ୍ରା କଳାକାର - କେନ୍ଦ୍ରାପଡା ଖବର

ଅଭିନୟରେ ବୁଡି ରହି ସର୍ବଦା ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଯାତ୍ରା କଳାକାରଙ୍କ ମୁହଁରୁ ଦାନା ଛଡାଇ ନେଇଛି କୋରୋନା। ଅଧିକ ଖବର ପଢନ୍ତୁ...

problems-during-lockdown
ଜଲିଉଡ୍ କୁ କୋରୋନା ମାଡ, ଦୁର୍ଦ୍ଦିନରେ ଯାତ୍ରା କଳାକାର

By

Published : Apr 20, 2020, 1:42 PM IST

କେନ୍ଦ୍ରାପଡା: ମୁହଁରେ ରଙ୍ଗମାଖି ଦର୍ଶକଙ୍କୁ ନିଜ ଅଭିନୟର ଯାଦୁରେ ବାନ୍ଧି ରଖିଥିବା କଳାକାର ଏବେ ଲକଡାଉନ ପାଇଁ ଘରେ ହାତ ବାନ୍ଧି ବସିଛି। ଅନ୍ଧାର ରାତିରେ ଚିକମିକ୍ ଆଲୋକମାଳାରେ ଯାତ୍ରା ପ୍ରେମୀଙ୍କୁ ନିଜ ସଂଳାପର କେବେ କନ୍ଦାଉ ଥିଲେ ତ କେବେ ହସାଉଥିଲେ।

ହେଲେ ଅଭିନୟରେ ବୁଡି ରହି ସର୍ବଦା ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଏହି କଳାକାର ପରିବାର ମୁହଁରୁ କୋରୋନା ଦୁଇଓଳିର ଦାନା ଛଡାଇ ନେଇଛି। ଭାଙ୍ଗିଦେଇଛି ଓଡ଼ିଆ ଯାତ୍ରା ଜଗତର ମେରୁଦଣ୍ଡ। ରୋଜଗାରର ପନ୍ଥା ବନ୍ଦ ହୋଇଯିବାରୁ ବର୍ତ୍ତମାନ ସବୁ ଯାତ୍ରା କଳାକାର ବେସାହାରା ହୋଇପଡିଛନ୍ତି।

କଳାକାରଟିଏ ନିଜେ ଉପଲବ୍ଧି କରୁଥିବା ଦୁଃଖକୁ କାହା ଆଗରେ ପରିପ୍ରକାଶ କରିପାରେ ନାହିଁ। ବର୍ଷର ବିଭିନ୍ନ ସମୟରେ ଭିନ୍ନଭିନ୍ନ ଜାଗାରେ ଏମାନେ ଯାତ୍ରା ପରିବେଷଣ କରୁଥିବାରୁ ଏମାନଙ୍କର ନା ଅଛି ରାସନ କାର୍ଡ ନା ଅଛି ଶ୍ରମିକ କାର୍ଡ। ତେବେ ଯାତ୍ରା ଉପରେ ନିର୍ଭର କରି ପେଟ ପୋଷୁଥିବା ଏହି କଳାକାରଙ୍କ ପାଇଁ କୋରୋନା ସାଜିଛି ଅଭିଶାପ।

ଜଲିଉଡ୍ କୁ କୋରୋନା ମାଡ, ଦୁର୍ଦ୍ଦିନରେ ଯାତ୍ରା କଳାକାର

ଏଭଳି ସମୟରେ ସରକାରଙ୍କ ପକ୍ଷରୁ ଯାତ୍ରା କଳାକାରଙ୍କ ଉପରେ ଦୃଷ୍ଟି ଦେବାକୁ କହିଛନ୍ତି ଅପେରା ସ୍ବପ୍ନମହଲର ଅଭିନେତ୍ରୀ ଟିକିଲି ପ୍ରଧାନ। ସାରା ଓଡ଼ିଶାରେ ୨୫୦ରୁ ଉର୍ଦ୍ଧ୍ବ ଛୋଟ ବଡ ପାର୍ଟିରେ କାମ କରି ସଂସାର ଚଳାଉଥିବା ୫୦ହଜାରରୁ ଉର୍ଦ୍ଧ୍ବ କଳାକାର ପରିବାର ଆଜି ରାସ୍ତା ଉପରେ। ଖାଇବାକୁ ଦୁଇମୁଠା ଦାନା ମିଳୁନଥିବାରୁ ଭବିଷ୍ୟତରେ ସେମାନେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ମଧ୍ୟ ଶୁଣାଇଛନ୍ତି।

କଳାକାର ଆଖିରେ କିଏ କେବେ ଲୁହ ଦେଖିନଥିବେ। ହେଲେ ଯେତେବେଳେ ସେ କାନ୍ଦେ ତା ଲୁହର ପ୍ରତ୍ୟେକ ବୁନ୍ଦା ଯନ୍ତ୍ରଣା ଓ ଯାତନାକୁ ବୁଝାଏ। ବର୍ତ୍ତମାନର ବିପତ୍ତି ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ସାହାଯ୍ୟ ସହାୟତା ଯୋଗାଇଦେବା ପାଇଁ ନିବେଦନ କରିଛନ୍ତି ଯାତ୍ରା ଦର୍ଶକ ଓ ଅନ୍ୟମାନେ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details