ଓଡିଶା

odisha

ETV Bharat / state

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷା ମାଗୁଛି ଝରାଶ୍ରୀ, ସରକାରୀ ଅନୁଦାନ ଲୋଡୁଛି ପରିବାର - ସରକାରୀ ଅନୁଦାନ ମାଗୁଛି କେନ୍ଦ୍ରାପଡା କିଡନୀ ରୋଗୀ

କେନ୍ଦ୍ରାପଡା ଯମପଡା ପଞ୍ଚାୟତ ଗୌଡ଼ଗାଁର ସଞ୍ଜୟ ସ୍ବାଇଁ ଗତ ୧୪ ବର୍ଷ ହେବ କଲିକତାରେ ଝୋଟ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ଦୁଇଟି କିଡନୀ ନଷ୍ଟ ହୋଇଯିବାରୁ ସହଯୋଗ ପାଇଁ ତାଙ୍କ ପତ୍ନୀ ଝରାଶ୍ରୀ ସ୍ୱାଇଁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ

ସ୍ବାମୀଙ୍କ ଜୀବନ ପାଇଁ ଭିକ୍ଷା ମାଗୁଛି ଝରାଶ୍ରୀ, ସରକାରୀ ଅନୁଦାନ ଲୋଡୁଛି ପରିବାର
ସ୍ବାମୀଙ୍କ ଜୀବନ ପାଇଁ ଭିକ୍ଷା ମାଗୁଛି ଝରାଶ୍ରୀ, ସରକାରୀ ଅନୁଦାନ ଲୋଡୁଛି ପରିବାର

By

Published : May 30, 2022, 9:05 PM IST

କେନ୍ଦ୍ରାପଡା: ଆଜି (ସୋମବାର) ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା । ସ୍ୱାମୀ ଦେବତାଙ୍କ ଶୁଭ ମନାସୀ ତାଙ୍କର ଦୀର୍ଘାୟୁ କାମନା ସହ ସିନ୍ଥିରେ ସିନ୍ଦୁର ସଦାସର୍ବଦା ଜଳଜଳ ହୋଇ ଦିଶିବା ପାଇଁ ବିଭିନ୍ନ ମନ୍ଦିରରେ ପୂଜା କରୁଛନ୍ତି ପ୍ରତ୍ୟେକ ସଧବା ଓଡ଼ିଆଣି । ଏହି ସମୟରେ ଆଖିରେ ଆଖିଏ ଲୁହ ଏବଂ ଛାତିରେ କୋହ ନେଇ ସ୍ୱାମୀଙ୍କ ଜୀବନ ପାଇଁ ଆର୍ଥିକ ସହାୟତା ମାଗୁଛନ୍ତି କେନ୍ଦ୍ରାପଡା ଯମପଡା ପଞ୍ଚାୟତ ଗୌଡ଼ଗାଁର ସଞ୍ଜୟ ସ୍ବାଇଁଙ୍କ ପତ୍ନୀ ଝରାଶ୍ରୀ ସ୍ୱାଇଁ । ସଞ୍ଜୟ, ଅଭାବୀ ପରିବାରର ଆର୍ଥିକ ବୋଝକୁ ନେଇ ଗତ ୧୪ ବର୍ଷ ଧରି ନିଜ ପତ୍ନୀ ଝରାଶ୍ରୀ, ଝିଅ ସ୍ୱାତୀ ଓ ପୁଅକୁ ନେଇ ସୁଦୂର କଲିକତାର ଏକ ଝୋଟ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ।

ସ୍ବାମୀଙ୍କ ଜୀବନ ପାଇଁ ଭିକ୍ଷା ମାଗୁଛି ଝରାଶ୍ରୀ, ସରକାରୀ ଅନୁଦାନ ଲୋଡୁଛି ପରିବାର

ତେବେ ହଠାତ ଦେହ ଖରାପ ହେବା ପରେ କଲିକତାର ମାଣିକତାରା ହସ୍ପିଟାଲରେ ଚିକିତ୍ସିତ ହେବା ପରେ ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଥିବା କହିଥିଲେ ଡାକ୍ତର । ଦୁଇଟି କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ପାଖାପାଖି ୩୦ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିବା ପରେ ଏବେ ସଞ୍ଜୟଙ୍କ ଜୀବନ ବଞ୍ଚାଇବା ଏହି ଅଭାବୀ ପରିବାର ପାଇଁ ଅସହ୍ୟ ହୋଇପଡିଛି । ଏଭଳି ସ୍ଥିତିରେ ସ୍ୱାମୀଙ୍କୁ ଯମ ମୁହଁରୁ ଫେରାଇ ଆଣିବା ପାଇଁ ଆବଶ୍ୟକୀୟ ଅର୍ଥ ସହଯୋଗ କରିବା ପାଇଁ ରାଜ୍ୟ ସରକାର ଓ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପତ୍ନୀ ଝରାଶ୍ରୀ ।

ବାହାର ରାଜ୍ୟରେ ଦାଦନ ଖଟୁଥିବା କୌଣସି ଶ୍ରମିକଙ୍କ କିଛି ଅସୁବିଧା ପଡିଲେ ଛିଡା ହେଉଥିବା ସଞ୍ଜୟଙ୍କ ପାଇଁ ଆଜି ଦଇବ ନିଷ୍ଠୁର ସାଜିଛି । ସଞ୍ଜୟଙ୍କୁ ଚିକିତ୍ସା ପାଇଁ କଲିକତାରୁ ଭେଲୋର ନିଆଯାଇଥିବା ବେଳେ ସେଠାରେ ଚିକିତ୍ସା ପାଇଁ ଆବଶ୍ୟକୀୟ ଅର୍ଥ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ସଞ୍ଜୟଙ୍କ ସାଥି ଶ୍ରମିକ ଓ ସାନଭାଇ । ସରକାରୀ ଯୋଜନାରୁ କାଣିଚାଏ ସୁବିଧା ପାଇନଥିବା ସଞ୍ଜୟଙ୍କ ପରିବାର ପାଇଁ ନା ଅଛି ବିଜୁ ସ୍ବାସ୍ଥ୍ୟକଲ୍ୟାଣ କାର୍ଡ ସୁବିଧା ନା କେନ୍ଦ୍ରର ଆୟୁଷମାନ ଯୋଜନାରେ ସେ ହୋଇପାରିଛନ୍ତି ସାମିଲ । ଏବେ କେବଳ ଜନତା ଜନାର୍ଦ୍ଦନ ସଞ୍ଜୟଙ୍କୁ ସହଯୋଗ କରିପାରିବା ଭଳି ସ୍ଥିତି ଉପୁଜିଥିବା ବେଳେ ସଞ୍ଜୟଙ୍କୁ ସହଯୋଗ କରିବା ପାଇଁ ଚାହୁଁଥିବା କୌଣସି ବଦାନ୍ୟ ବ୍ୟକ୍ତି ସଞ୍ଜୟଙ୍କୁ କିଡ଼ନୀ ପ୍ରତ୍ୟାରୋପଣ କ୍ଷେତ୍ରରେ ଆର୍ଥିକ ସହଯୋଗର ହାତ ବଢାଇବା ପାଇଁ ଚାହୁଁଛନ୍ତି ତାହେଲେ ସଞ୍ଜୟ ସ୍ବାଇଁଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଆକାଉଣ୍ଟ ନମ୍ବର- 408610510000254, IFSC Code-BKID0004086 ରେ ଆର୍ଥିକ ସହଯୋଗ ପଠେଇ ପାରିବେ କିମ୍ବା ତାଙ୍କ PHONE PAY- 8100814193 ନମ୍ବରରେ ମଧ୍ୟ ସହଯୋଗ ଦେଇପାରିବେ । ଆଉ ଆପଣଙ୍କ ଗୋଟେ ଛୋଟ ସହଯୋଗ ପୁଣି ସଞ୍ଜୟଙ୍କ ଅନ୍ଧାର ଭିତରେ ରହିଥିବା ପରିବାରକୁ ଆଶାର ଆଲୋକ ଦେଇପାରିବ l

ସେଦିନର ସାବିତ୍ରୀ ନିଜ ପୂଣ୍ୟବଳରେ ସତ୍ୟବାନଙ୍କୁ ବଞ୍ଚାଇଥିବା ବେଳେ ଆଜିର ଝରାଶ୍ରୀ ନିଜ ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ମାଗୁଥିବା ସହାୟତା କେତେଦୂର ପୂରଣ ହେଉଛି ତାହା ସମୟ କହିବ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details