ଓଡିଶା

odisha

ETV Bharat / state

ଆଇଟମ ଗାର୍ଲ ନିଶାଙ୍କୁ ରାଜଧାନୀ ଅପେରା ମନା, କଳାକାରଙ୍କୁ ଧମକ ଦେଲେ ନିଶା

ରାଜଧାନୀ ଅପେରାରେ ଆଇଟମ ଗାର୍ଲ ନିଶା ମହାରଣାକୁ ବାରଣ । ନିଶା ଡ୍ୟାନ୍ସ କଲେ ଯାତ୍ରା କରିବେ ନାହିଁ ବୋଲି କହିଲେ କଳାକାର । ଅଧିକ ପଢନ୍ତୁ

By

Published : Mar 27, 2023, 7:44 AM IST

Updated : Mar 27, 2023, 9:16 AM IST

jatra rajdhani artist oppesed nisa maharana
jatra rajdhani artist oppesed nisa maharana

jatra rajdhani artist oppesed nisa maharana

କେନ୍ଦ୍ରାପଡା: ଅଡୁଆରେ ବିବାଦୀୟ ଆଇଟମ ଗାର୍ଲ ନିଶା ମହାରଣା । ଯାତ୍ରା ପେଣ୍ଡାଲକୁ ନଆସିବାକୁ ନିଶାଙ୍କୁ ବାରଣ କଲା ରାଜଧାନୀ ଅପେରା । ନିଶା ମହାରଣା ଓରଫ ଝିଲ୍ଲୀଙ୍କ ନୃତ୍ୟ ପରିବେଷଣକୁ ବିରୋଧ କରି ଏପରି କହିଛନ୍ତି ରାଜଧାନୀ ଅପେରାର କଳାକାର ଓ ପ୍ରଯୋଜକ । ନିଶା ମଞ୍ଚରେ ନୃତ୍ୟ ପରିବେଷଣ କଲେ ଆମେ ଯାତ୍ରା କରିବୁ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ଅପେରାର ହାସ୍ୟା ଅଭିନେତା ଦୟାନିଧି ଉପାଧ୍ୟାୟ ଓ ଅନ୍ୟ କଳାକାର ସମୁହ । ଏହା ଶୁଣିବା ପରେ ଦୟାନିଧିଙ୍କୁ ଗୋବରୀ ନଦୀରେ ଠେଲିଦେବେ ବୋଲି କହିଲେ ନିଶା ।

ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀ ଅପେରା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମୂଳବସନ୍ତ ନିକଟରେ ଶନିବାର ଠାରୁ ରାଜଧାନୀ ଅପେରା ଯାତ୍ରା ପରିବେଷଣ କରୁଛି । ତେବେ ରବିବାର ରାତିରେ ହେବାକୁ ଥିବା ନାଟକରେ ଆଇଟମ ଡ୍ୟାନ୍ସର ନିଶା ମହାରଣା ମୁଖ୍ୟ ଆକର୍ଷଣ ବୋଲି ପ୍ରଚାର କରାଯାଇଥିଲା । ଯାହାକୁ ନେଇ ରାଜଧାନୀ ଅପେରାର କଳାକାର ଓ ଡ୍ୟାନ୍ସରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହାକୁ ନେଇ ହାସ୍ୟା ଅଭିନେତା ଦୟାନିଧି, ଜୁନିୟର ବାବୁଶାନ ଓ ଅନ୍ୟ କଳାକାର ମାନେ ନିଶା ମହାରଣା ମଞ୍ଚକୁ ଆସିଲେ ସେମାନେ ଯାତ୍ରା ପରିବେଷଣ କରିବେ ନାହିଁ ବୋଲି ଏକ ଭିଡ଼ିଓ ବାର୍ତ୍ତା ଦେଇଥିଲେ ।

ତେବେ ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ଉପରେ ରୋକ ଲଗାଇଥିବା ବେଳେ ରାଜଧାନୀ ଅପେରାର କଳାକାର ମାନେ ନିଶା ମହାରଣାଙ୍କୁ ବିରୋଧ କରିଛନ୍ତି । ଅନ୍ୟପଟେ ନିଶା ଏହି ଖବର ପାଇବା ପରେ ଏକ ଭିଡିଓ ବାର୍ତ୍ତାରେ ହାସ୍ୟା ଅଭିନେତା ଦୟାନିଧିଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଦୟାନିଧିଙ୍କୁ କେନ୍ଦ୍ରାପଡାର ଗୋବରୀ ନଦୀରେ ଥିବା କୁମ୍ଭୀର ମୁହଁକୁ ଠେଲିଦେବେ ବୋଲି କହିଛନ୍ତି। ନିଶାଙ୍କ ଏପରି ମନ୍ତବ୍ୟକୁ ନେଇ ଦୟାନିଧି ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି । ଅନ୍ୟପଟେ ଦୟାଙ୍କ କମେଡିରେ ଦ୍ଵିଅର୍ଥ ବୋଧକ ଶବ୍ଦ ରହୁଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ରାଜ୍ୟ ସରକାର ଏହାକୁ ବାରଣ କରିବା ପାଇଁ ନିର୍ଦ୍ଦେଶ ଦେବା ପରଠାରୁ ସେ ତାଙ୍କର ସଂଳାପରେ ଏଭଳି ଶବ୍ଦ ପ୍ରୟୋଗ କରୁନଥିବା କହିଛନ୍ତି । ସେହିପରି ଅଶ୍ଲୀଳ ନୃତ୍ୟ କରିବାକୁ ନିଶାଙ୍କୁ ଦର୍ଶକ ମାନେ ଅଧିକ ପ୍ରଶୟ ଦେଉଥିବା ଅଭିଯୋଗ କରିଛନ୍ତି ସେ।

ଗତ ଫେବୃଆରୀ ମାସରେ ଭଦ୍ରକରେ ଶ୍ରୀକ୍ଷେତ୍ର ଗଣନାଟ୍ୟ ଯାତ୍ରା ପରିବେଶଣ କରୁଥିବା ସମୟରେ ନିଶା ମହାରାଣା ଷ୍ଟେଜକୁ ନଆସିନବାରୁ ଦର୍ଶକଙ୍କ ମଧ୍ୟରେ ଅସନ୍ତେଷ ଦେଖିବାକୁ ମିଳିଥିଲା । କାନପୁର ଖେଳ ପଡ଼ିଆରେ ଶ୍ରୀକ୍ଷେତ୍ର ଗଣନାଟ୍ୟ ଯାତ୍ରା ପରିବେଷଣ କରୁଥିବା ବେଳେ ନିଶାଙ୍କୁ ଯାତ୍ରୀ ପେଣ୍ଡାଲରେ ନପାଇ ଦର୍ଶକ ପେଣ୍ଡାଲ ଉପରକୁ ଚେୟାର ଫିଙ୍ଗିଥିଲେ । ଶେଷରେ ଯାତ୍ରା ବନ୍ଦ କରିବାକୁ ବାଧ୍ୟ ହୋଇଥିଲା ଯାତ୍ରୀ କମିଟି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Mar 27, 2023, 9:16 AM IST

ABOUT THE AUTHOR

...view details