ଓଡିଶା

odisha

ETV Bharat / state

ପାଟକୁରାରେ ବିଜେଡି ପଦଯାତ୍ରାର ପଡିବ କି ପ୍ରଭାବ ? ଟିକେଟ ପାଇଁ ଆଶାୟୀ ଥିବା କହିଲେ ସାବିତ୍ରୀ - ବଜେଡିର ଜନସମ୍ପର୍କ ପଦଯାତ୍ରା।

ପାଟକୁରା ନିର୍ବାଚନ ମଣ୍ଡଳୀର ଡେରାବିଶ୍ ବ୍ଲକରେ ବଜେଡିର ଜନସମ୍ପର୍କ ପଦଯାତ୍ରା। ଅଧିକ ପଢନ୍ତୁ

BJD holds Jan Sampark Padyatra at Derabis Block
BJD holds Jan Sampark Padyatra at Derabis Block

By ETV Bharat Odisha Team

Published : Oct 12, 2023, 1:13 PM IST

BJD holds Jan Sampark Padyatra at Derabis Block

କେନ୍ଦ୍ରାପଡା: ପାଖେଇ ଆସୁଛି ବିଧାନସଭା ନିର୍ବାଚନ। ଏଥର କିଏ ହାତେଇବ କେନ୍ଦ୍ରାପଡ଼ାର ପାଟକୁରା ଆସନ। କାହୁକି ମିଳବ ଟିକେଟ ? ବିଜେଡି ବର୍ତ୍ତମାନର ବିଧାୟିକା ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ଟିକେଟ ଦେବ ନା ବିଜେଡି ନୂଆ ଚେହାରଙ୍କ ଉପରେ ଦଳ ଭରସା କରିବ ? ସଂଖ୍ୟାଧିକ ଦଳୀୟ କର୍ମୀ ଏବେ ସାବିତ୍ରୀଙ୍କ ବିରୋଧରେଥିବା ବେଳେ ପାଟକୁରା ଆସନ ପାଇଁ ଏବେ ମାଳ ମାଳ ଆଶାୟୀ ରହିଛନ୍ତି । ତେଣୁ କାହାକୁ ଟିକେଟ ମିଳିବ ତାହା ଏବେ ଅନିଶ୍ଚିତତା ଘେରରେ । ଅନ୍ୟପଟେ ଆଗାମୀ ସାଧାରଣ ନିର୍ବାଚନରେ ସାବିତ୍ରୀଙ୍କୁ ପୁଣି ଟିକେଟ ମିଳିବ ବୋଲି ବିଜେଡିର ପଦଯାତ୍ରାରେ ସେ କହିଛନ୍ତି । ଏବେ ପାଟକୁରା ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ଟିକେଟ ପାଇଁ ମାଳମାଳ ଆଶାୟୀ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି।

ସାବିତ୍ରୀ ଅଗ୍ରଓ୍ବାଲ କହିଛନ୍ତି ଯେ, ମୁଁ ବିଜେଡିର ସବୁ କାର୍ଯ୍ୟକ୍ରମରେ ସାମିଲ ହେଉଛି, ଲୋକଙ୍କ ପାଇଁ ମଧ୍ୟ କାମ କରୁଛି। ଆଗକୁ ମଧ୍ୟ ଏହା ବଜାୟ ରଖିବି। ପଦଯାତ୍ରାରେ ଯୋଗ ଦେଇଥିବା ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଯଦି ମୁଁ ପ୍ରକୃତରେ ପାଟକୁରାବାସୀଙ୍କ ପାଇଁ କାର୍ଯ୍ୟ କରିଥିବି ତେବେ ଟିକେଟ ଆମକୁ ମିଳିବ। ମୋର ଆଶା ଆମକୁ ଟିକେଟ ମିଳିବ, ଯେହେତୁ ଆମେ ଲୋକଙ୍କ ପାଇଁ କାମ କରିଛୁ।

ଏହା ମଧ୍ୟ ପଢନ୍ତୁ- ଫୁଲବାଣୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଘରକୁ ଘର ବୁଲିଲା ଶଙ୍ଖକ୍ୟାମ୍ପ

ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା। ଯାହା ବୁଧବାର ଶେଷ ହୋଇଛି । ପଦଯାତ୍ରାରେ ବିଜେଡି ବିକାଶର ଗାଥାକୁ ଲୋକଙ୍କ ପାଖରେ ପହଞ୍ଚାଇଥିଲେ ନେତା ଓ କର୍ମୀ। ଏହି କ୍ରମରେ କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନ ମଣ୍ଡଳୀର ଡେରାବିଶ୍ ବ୍ଲକରେ ବୁଧବାର ପଦଯାତ୍ରା ହୋଇଥିଲା। ଗୋଲରାହାଟ ପଞ୍ଚାୟତ ପ୍ରଭୁ ଦଧିବାମନଜୀଉଙ୍କ ମନ୍ଦିର ଠାରୁ ପଦଯାତ୍ରା ଆରମ୍ଭ ହୋଇ ଚାଟରାଚକଡ଼ା ପଞ୍ଚାୟତର ଦେବୀ ମା' ବାସନ୍ତୀଙ୍କ ମନ୍ଦିରରେ ଶେଷ ହୋଇଥିଲା ।

ଏହି ପଦଯାତ୍ରା ପ୍ରତିବର୍ଷ ହେଉଥିବା ବେଳେ ଆଗକୁ ସାଧାରଣ ନିର୍ବାଚନ ଥିବା କାରଣରୁ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ୨୦୧୯ ନିର୍ବାଚନ ସମୟରେ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ସାବିତ୍ରୀଙ୍କୁ ପାଟକୁରା ନିର୍ବାଚନ ମଣ୍ଡଳୀରୁ ଶାସକ ଦଳ ବିଜେପିର ବରିଷ୍ଠ ନେତା ବିଜୟଙ୍କ ବିରୋଧରେ ପ୍ରାର୍ଥୀ କରିଥିଲା । ସାବିତ୍ରୀଙ୍କୁ ବିଜୟୀ କରିବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ପାଟକୁରାରେ ପ୍ରଚାର କରିଥିବା ବେଳେ ବିଜୟୀ ହେବା ପରେ ସାବିତ୍ରୀ ଅନେକ ସମୟରେ ଘରେ ରହି ନିର୍ବାଚନ ମଣ୍ଡଳୀ କଥା ଯେମିତି ଭୁଲି ଯାଇଥିଲେ । ସାବିତ୍ରୀଙ୍କ ପ୍ରତିନିଧି ଭାବେ ପୁଅ ସଞ୍ଜୟ ନିର୍ବାଚନ ମଣ୍ଡଳୀ ଗସ୍ତ କରୁଥିବା ବେଳେ ତାଙ୍କର ଆଚ୍ଚରଣ ଓ ଉଚ୍ଚାରଣକୁ ଦଳର ବରିଷ୍ଠ ନେତାମାନେ ଗ୍ରହଣ କରିନପାରି ସାବିତ୍ରୀଙ୍କଠାରୁ ଦୂରେଇ ଯାଇଛନ୍ତି ।

ତେବେ ୨୦୦୯ ମସିହାରୁ ସ୍ବର୍ଗତ ବେଦପ୍ରକାଶଙ୍କ ଅନୁଗତ ଭାବେ ଡେରାବିଶ୍ ବ୍ଲକ ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟ ଯେନତେନ ପ୍ରକାରେ କିଛି ଅସନ୍ତୁଷ୍ଟଙ୍କୁ ବୁଝାଇବାରେ ସଫଳ ହୋଇଥିବା ବେଳେ ସଂଖ୍ୟାଧିକ ବିଜେଡି ଦଳର କର୍ମୀ ଏବେ ସାବିତ୍ରୀଙ୍କ ବିରୋଧରେ ।ଏଭଳି ସ୍ଥିତିରେ ଡେରାବିଶ୍ ବ୍ଲକରେ ୧୧ ତାରିଖର ପଦଯାତ୍ରା କେତେ ସଫଳ ବା ବିଫଳ ତାହା ଆଗାମୀ ସମୟ କହିବାକୁ ଥିବା ବେଳେ ସାବିତ୍ରୀ କିନ୍ତୁ ଟିକେଟ ପାଇଁ ଆଶାୟୀ ବୋଲି କହିଛନ୍ତି । ଲୋକଙ୍କ ସହ ଅଛନ୍ତି, ଲୋକଙ୍କ କାମ କରିଛନ୍ତି ବୋଲି କହୁଥିବା ବେଳେ ଏବେ ପାଟକୁରା ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ଟିକେଟ୍‌ ପାଇଁ ମାଳମାଳ ଆଶାୟୀ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details