ଓଡିଶା

odisha

ETV Bharat / state

ଜମ୍ବୁ ହତ୍ୟାକାଣ୍ଡ ଘଟଣା: ମହିଳାଙ୍କ ପରିଚୟ ଦେଲେ ପୁରସ୍କୃତ ହେବେ ସୂଚନାଦାତା - Jambu Murder Case

ମହିଳା ଓ ଶିଶୁପୁତ୍ରକୁ ହତ୍ୟା ଉଦ୍ୟମ । କେନ୍ଦ୍ରାପଡ଼ା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ ମହିଳା ଓ ଶିଶୁପୁତ୍ରର ଫଟୋ ସେୟାର କରି ଉଭୟଙ୍କ ପରିଚୟ ଜାଣିବାକୁ ଚେଷ୍ଟା ଚଳାଇଛି । ଅଧିକ ପଢନ୍ତୁ...

ଜମ୍ବୁ ହତ୍ୟାକାଣ୍ଡ ଘଟଣା: ମହିଳାଙ୍କ ପରିଚୟ ଦେଲେ ପୁରସ୍କୃତ ହେବେ ସୂଚନାଦାତା
ଜମ୍ବୁ ହତ୍ୟାକାଣ୍ଡ ଘଟଣା: ମହିଳାଙ୍କ ପରିଚୟ ଦେଲେ ପୁରସ୍କୃତ ହେବେ ସୂଚନାଦାତା

By

Published : Jun 30, 2021, 7:06 PM IST

କେନ୍ଦ୍ରାପଡା:ମହିଳାଙ୍କୁ ହତ୍ୟା ଓ ଶିଶୁପୁତ୍ରକୁ ହତ୍ୟା ଉଦ୍ୟମର ସୂତାଖିଅ ପାଉନାହିଁ ପୋଲିସ । ଗତ ୨୬ତାରିଖ ଦିନ ସକାଳୁ ଜମ୍ବୁ ମେରାଇନ ଥାନା କଣ୍ଡରାପାଟିଆ ଫୁଟାଜୋର ନିକଟରୁ ଜଣେ ଅପରିଚିତ ମହିଳାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବାବେଳେ ପାଖରେ ଜଣେ ଶିଶୁପୁତ୍ରକୁ ପଥରରେ ଛେଚା ଯାଇଥିବାବେଳେ ମୁର୍ମୁଷ ଅବସ୍ଥାରେ ତାକୁ କଟକ ବଡ଼ ଡ଼ାକ୍ତରଖାନାର ଟ୍ରମା କେୟାର ସେଣ୍ଟରରେ ଚିକିତ୍ସା କରାଯାଉଛି ।

ଜମ୍ବୁ ହତ୍ୟାକାଣ୍ଡ ଘଟଣା: ମହିଳାଙ୍କ ପରିଚୟ ଦେଲେ ପୁରସ୍କୃତ ହେବେ ସୂଚନାଦାତା
ଜମ୍ବୁ ହତ୍ୟାକାଣ୍ଡ ଘଟଣା: ମହିଳାଙ୍କ ପରିଚୟ ଦେଲେ ପୁରସ୍କୃତ ହେବେ ସୂଚନାଦାତା

ତେବେ ଘଟଣାକୁ ଚାରିଦିନ ବିତିଥିବାବେଳେ ହତ୍ୟାର ଶିକାର ମହିଳା ଓ ଶିଶୁପୁତ୍ରର ପରିଚୟ ପାଇନାହିଁ ପୋଲିସ । ଅଧିକନ୍ତୁ ଜମ୍ବୁ ରାସ୍ତାର ବିଭିନ୍ନ ଛକ ସ୍ଥାନମାନଙ୍କରେ ଲାଗିଥିବା ସିସିଟିଭିରୁ ପୋଲିସ ଫୁଟେଜ ସଂଗ୍ରହ କରି ଅଭିଯୁକ୍ତଙ୍କୁ ଖୋଜୁଥିବା ବେଳେ ଅପରାଧୀ ମାନେ ସମ୍ୟକ ସୁରାକ ମଧ୍ୟ ଛାଡି ଯାଇନାହାନ୍ତି ।

ତେବେ ଏଭଳି ସ୍ଥିତିରେ କେନ୍ଦ୍ରାପଡ଼ା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ମୃତ ମହିଳା ଓ ଶିଶୁପୁତ୍ରର ଫଟୋ ସେୟାର କରି ଏମାନଙ୍କ ପରିଚୟ ସମ୍ପର୍କରେ ସୂଚନା ଦେଲେ ପୋଲିସ ପକ୍ଷରୁ ସୂଚନାଦାତାଙ୍କୁ ପୁରସ୍କୃତ କରାଯିବା ସହ ନାମ ଓ ପରିଚୟ ଗୋପନ ରଖାଯିବ ବୋଲି ଉଲ୍ଲେଖ ରହିଛି ।

ଏଥିସହ କେନ୍ଦ୍ରାପଡ଼ା ଆରକ୍ଷୀ ଅଧିକ୍ଷକ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଓ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀଙ୍କ ନମ୍ବରରେ ସୂଚନା ପାଇଁ ଅନୁରୋଧ କରି କେନ୍ଦ୍ରାପଡା ପୋଲିସ ଏକ ଫଟୋ ସେୟାର କରିଛି ଓ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details