ଓଡିଶା

odisha

ETV Bharat / state

ସମବାୟ ସମିତି ନିବନ୍ଧକଙ୍କ ବିରୋଧରେ ତାତିଲେ ସୂଚନାଧିକାର କର୍ମୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ - ସୂଚନାଧିକାର କର୍ମୀଙ୍କ ଧାରଣା

ସମବାୟ ସମିତି ନିବନ୍ଧକଙ୍କ ପକ୍ଷରୁ ସୂଚନା ପଇବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା । ଅଧିକ ପଢନ୍ତୁ

ସମବାୟ ସମିତି ନିବନ୍ଧକଙ୍କ ବିରୋଧରେ ତାତିଲେ ସୂଚନାଧିକାର କର୍ମୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ
ସମବାୟ ସମିତି ନିବନ୍ଧକଙ୍କ ବିରୋଧରେ ତାତିଲେ ସୂଚନାଧିକାର କର୍ମୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ

By

Published : May 18, 2022, 8:00 AM IST

କେନ୍ଦ୍ରାପଡା: ସମବାୟ ସମିତି ନିବନ୍ଧକଙ୍କ ନିକଟରୁ ମିଳୁନି ସୂଚନାଧିକାର ଆଇନ ବଳରେ ତଥ୍ୟ । ଅନ୍ତତଃପକ୍ଷେ ୫୦ରୁ ଊର୍ଦ୍ଧ୍ବ ସୂଚନା ପାଇବା ପାଇଁ ସୂଚନାଧିକାର କର୍ମୀମାନେ ଆବେଦନ କରି ଥିବାବେଳେ ସୂଚନା ନଦେଇ ସମୟ ଗଡେଇ ଚାଲିଛନ୍ତି ଜିଲ୍ଲାରେ ଥିବା ଅନେକ ସମବାୟ ସମିତି ଓ ଏହି ସମିତିଗୁଡିକର ମୁଖ୍ୟ ନିବନ୍ଧକ କାର୍ଯ୍ୟାଳୟ । ମାମଲାର ସମାଧାନ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ।

ସମବାୟ ସମିତି ନିବନ୍ଧକଙ୍କ ବିରୋଧରେ ତାତିଲେ ସୂଚନାଧିକାର କର୍ମୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ

ବେଆଇନ ନିଯୁକ୍ତି, ଜାଲ କାଗଜପତ୍ରରେ ଋଣ, ରବି ଓ ଖରିଫ ଫସଲ କିଣିବାରେ ଟୋକନ ଅନିୟମିତତାକୁ ନେଇ ଜିଲ୍ଲାର RTI କର୍ମୀମାନେ ସୂଚନା ମାଗୁ ଥିବାବେଳେ ସବୁଆଡୁ ନିରାଶ ହୋଇ ସମବାୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଜିଲ୍ଲାରେ ଅବସ୍ଥାପିତ ARCS(ଆଡିସନାଲ ରେଜିଷ୍ଟ୍ରାର ଅଫ କୋ ଅପରେଟିଭ ସୋସାଇଟି) କୌଣସି ସୂଚନା ଦେବାକୁ ସଫାସଫା ମନା କରିଦେଇ ଥିବାବେଳେ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ।

ତେବେ ARCSଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୂଚନାଧିକାର କର୍ମୀଙ୍କୁ ଯେପର୍ଯ୍ୟନ୍ତ ସୂଚନା ମିଳିନାହିଁ ସେପର୍ଯ୍ୟନ୍ତ ପ୍ରଶାସନ ବିରୋଧରେ ଓଡିଶା ସୂଚନାଧିକାର ଅଭିଯାନ(OSAA) ବିକ୍ଷୋଭ ଧାରଣା ଜାରି ରଖିବ ବୋଲି ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details