କେନ୍ଦ୍ରାପଡା:ଆଜି(ରବିବାର) ହେଉଛି ସମ୍ବିଧାନ ଦିବସ । ଭାରତୀୟ ସମ୍ବିଧାନ ହେଉଛି ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ । ଆଜିର ଦିନରେ ଦେଶର ସମ୍ବିଧାନ ପ୍ରଣୟନ ହୋଇଥିଲା । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ବିଭିନ୍ନ ସ୍ଥାନରେ ସମ୍ବିଧାନ ଦିବସ ପାଳନ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହରେ ମଧ୍ୟ ସମ୍ବିଧାନର ପ୍ରତିଷ୍ଠା ଦିବସ ଆୟୋଜନ କରାଯାଇଥିଲା । ଏଥିରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ଯୋଗଦେଇ ଥିବାବେଳେ ସେମାନଙ୍କୁ ଶପଥପାଠ କରାଯାଇଥିଲା ।
ସୂଚନା ଯୋଗ୍ୟ ଏହି ସମ୍ବିଧାନ ଦିବସ ୧୯୪୯ ମସିହା ନଭେମ୍ବର ମାସ ୨୬ ତାରିଖରେ ଗୃହୀତ ହୋଇଥିଲା । ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ ହେଉଛି ଭାରତୀୟ ସମ୍ବିଧାନ । ମୂଳ ଭାରତୀୟ ସମ୍ବିଧାନରେ ୩୯୫ଟି ଧାରା, ୨୨ଗୋଟି ପାର୍ଟ, ୮ଟି ସିଡୁଲ୍ ଥିବାବେଳେ ବର୍ତମାନ ସୁଦ୍ଧା ଏଥିରେ ୪୪୮ଟି ଧାରା,୨୫ ଗୋଟି ପାର୍ଟ ଓ ୧୨ଟି ସିଡୁଲ୍ ରହିଛି ।
ଏହି ଅବସରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧକ୍ଷତାରେଜିଲ୍ଲା ସଦଭାବନା ଗୃହରେ ଏକ ବୈଠକ ଆୟୋଜନ କରାଯାଇଥିଲା । ସେ ଭାରତୀୟ ସମ୍ବିଧାନର ପ୍ରସ୍ତାବନାକୁ ଉପସ୍ଥିତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କୁ ଶପଥପାଠ କରାଇଥିଲେ । ଏହି ଅବସରରେ ସେ କହିଛନ୍ତି ," ଆମ ସମ୍ବିଧାନ ଆମର ଗୌରବ, ପରିଚୟ ଓ ଏହା ଆମ ଅସ୍ମିତାର ପରିଚୟ ।" ଏହାସହ ଆମ ଭାରତୀୟ ସମ୍ବିଧାନ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ସୁଦୃଢ଼ କରିିଛି ବୋଲି କହିଥିଲେ ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ ।