ଓଡିଶା

odisha

ETV Bharat / state

ମହାକାଳପଡାରୁ ବିରଳ ପ୍ରଜାତିର ଧଳା ସାପ ଉଦ୍ଧାର - କେନ୍ଦ୍ରାପଡା ଖବର

ମହାକାଳପଡା ବ୍ଲକ ବାଲିସୁଆଁ ଗ୍ରାମରୁ ଉଦ୍ଧାର ହୋଇଛି ଏକ ବିରଳ ଧଳା ରଙ୍ଗର ସାପ ଉଦ୍ଧାର ହୋଇଛି । ଉଦ୍ଧାର ସାପ ଟିକି ଲିଡସିଷ୍ଟିକ ଚିତି ବା Leucistic (albino) Common Krait ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

Incredibly rare white snake found in Balisuan village of Mahakalapada Block
ମହାକାଳପଡାରୁ ବିରଳ ପ୍ରଜାତିର ଧଳା ସାପ ଉଦ୍ଧାର

By

Published : Jul 7, 2020, 7:25 PM IST

କେନ୍ଦ୍ରାପଡା: ଜିଲ୍ଲାର ମହାକାଳପଡା ବ୍ଲକ ବାଲିସୁଆଁ ଗ୍ରାମରୁ ଉଦ୍ଧାର ହୋଇଛି ଏକ ବିରଳ ଧଳା ରଙ୍ଗର ସାପ । ସମ୍ପୂର୍ଣ୍ଣ ଧଳା ରଙ୍ଗର ଦେହ ଏବଂ କଳା ରଙ୍ଗର ଆଖି ଥିବା ଏହି ସାପଟିକୁ ସୋମବାର ବାଲିସୁଆଁ ଗାଁର ଯୁବକ ଅବିନାଶ ସ୍ବାଇଁ ରାତି ପ୍ରାୟ 10ଟା ସମୟରେ ଏକ ରାସ୍ତା ପାର ହେଉଥିବା ବେଳେ ଦେଖିଥିଲେ । ଧଳା ରଙ୍ଗର ଏଭଳି ସାପ ସେ ଆଗରୁ କେବେ ଦେଖିନଥିଲେ । ତେଣୁ କୌତୁହଳବଶତଃ ସେ ଏକ ବାଡି ସାହାଯ୍ୟରେ ଏକ ପ୍ଲାଷ୍ଟିକ ଡବା ଭିତରେ ପୂରାଇ ଦେଇଥିଲେ ।

ମହାକାଳପଡାରୁ ବିରଳ ପ୍ରଜାତିର ଧଳା ସାପ ଉଦ୍ଧାର

ଏହା ପରେ ଡବା ଭିତରୁ ଫଟୋ ଉଠାଇ ସ୍ନେକ ହେଲ୍ପଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ପଠାଇ ସାପଟିକୁ ଚିହ୍ନିବା ପାଇଁ କହିଥିଲେ । ଶୁଭେନ୍ଦୁ ଧଳା ଦେହ ଏବଂ କଳା ଆଖି ସହିତ ଏହି ସାପ ଟିକି ଲିଡସିଷ୍ଟିକ ଚିତି ବା Leucistic (albino) Common Krait ବୋଲି ଚିହ୍ନଟ କରିଥିଲେ । ମଙ୍ଗଳବାର ସକାଳୁ ଶୁଭେନ୍ଦୁଙ୍କ ଠାରୁ ନିର୍ଦ୍ଦେଶ ପାଇ ସ୍ନେକ ହେଲ୍ପଲାଇନର ସଦସ୍ୟ ନଳିନୀ ପ୍ରସାଦ ଦାସ ବାଲିସୁଆଁ ଗ୍ରାମରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର କରି ସାପଟିକୁ ଜଙ୍ଗଲରେ ଛାଡି ଦିଆଯାଇଛି । ସାପଟି ଚିତି ସାପ ହୋଇଥିବାରୁ ଅନ୍ୟ ଚିତି ସାପ ପରି ତା'ପାଖରେ ମାରାତ୍ମକ ନ୍ୟୁରୋଟକ୍ସିକ ବିଷ ରହିଛି ବୋଲି କହିଛନ୍ତି ସ୍ନେକ ହେଲ୍ପଲାଇନର ସମ୍ପାଦକ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details