ETV Bharat Odisha

ଓଡିଶା

odisha

ETV Bharat / state

ଶେଷ ପର୍ଯ୍ୟାୟରେ ଗଜଲକ୍ଷ୍ମୀ ପୂଜା, ଆଜି ଧନଦାତ୍ରୀଙ୍କ ବିସର୍ଜନ ପୂଜା - ଶେଷ ପର୍ଯ୍ୟାୟରେ ଗଜଲକ୍ଷ୍ମୀ ପୂଜା

କେନ୍ଦ୍ରାପଡାରେ ଶେଷ ପର୍ଯ୍ୟାୟରେ ଗଜଲକ୍ଷ୍ମୀ ପୂଜା । ସପ୍ତାହେ ଧରି ପୂଜାର୍ଚ୍ଚନା କରାଯିବା ପରେ ଆଜି ବିସର୍ଜନ ପୂଜା । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଚାଲିବ ଭସାଣ ଉତ୍ସବ । ଅଧିକ ପଢନ୍ତୁ

ଶେଷ ପର୍ଯ୍ୟାୟରେ ଗଜଲକ୍ଷ୍ମୀ ପୂଜା
ଶେଷ ପର୍ଯ୍ୟାୟରେ ଗଜଲକ୍ଷ୍ମୀ ପୂଜା
author img

By

Published : Oct 15, 2022, 10:21 PM IST

କେନ୍ଦ୍ରାପଡା:ଜିଲ୍ଲାରେ ଜମୁଛି ଗଜଲକ୍ଷ୍ମୀ ପୂଜା, ଚଳିତ ବର୍ଷ ୭ଦିନ ପୂଜା ହେବାକୁ ଥିବା ବେଳେ ଆଜି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ପୂଜାର ସପ୍ତମ ଦିନରେ ବିସର୍ଜନ ପୂଜା କରାଯିବ । ଏହାପରେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ କେନ୍ଦ୍ରାପଡାରେ ଚାଲିବ ଧନଦାତ୍ରୀଙ୍କ ଭସାଣ ଉତ୍ସବ । ତେବେ ସାତ ଦିନ ଧରି ଚାଲିଥିବା ଏହି ପୂଜାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଆଜି ଶେଷ ଦିନ ଥିବାରୁ ମଣ୍ଡପ ଗୁଡକରେ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି । ଗତ ରବିବାର ଠାରୁ ସହରରେ ଆରମ୍ଭ ହୋଇଯାଇଥିଲା ଗଜଲକ୍ଷ୍ମୀ ପୂଜା । ଦୀର୍ଘ ଦୁଇ ବର୍ଷ ପରେ ମାଙ୍କୁ ମଣ୍ଡପରେ ଦର୍ଶନ କରିଥିଲେ ଭକ୍ତ । ସନ୍ଧ୍ୟା ହେଲେ ରଙ୍ଗୀନ ଅଲୋକ ସାଙ୍ଗକୁ ସୁଉଚ୍ଚ ତୋରଣରେ ଝଲସି ଉଠୁଥିଲା କେନ୍ଦ୍ରାପଡା ସହର ।

ଶେଷ ପର୍ଯ୍ୟାୟରେ ଗଜଲକ୍ଷ୍ମୀ ପୂଜା

ପୂଜା ଆରମ୍ଭ ହେବା ଦିନଠାରୁ ସନ୍ଧ୍ୟା ସମୟରେ ଭୁବନେଶ୍ୱର, କଟକ, କଳାହାଣ୍ଡି, ସମ୍ବଲପୁର ଜିଲ୍ଲାର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। ସହରର ପୁରୁଣା ବସଷ୍ଟାଣ୍ଡରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଉଥିବା ବେଳେ କେଶପୁର,ଗୋପ,ସାନ ଓ ବଡ଼ ମଙ୍ଗଳା,ତିନିମୁହାଣୀ,ଦଣ୍ଡାମୁଣ୍ଡ ଛକ,ଗରାପୁର, ମହିପାଳ, ବଣିଆମାଳ ଆଦି ସ୍ଥାନରେ ଏହି କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି, ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଲୋକଙ୍କ ଭିଡ ଜମୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜାର କଳା ପରିବେଷଣ ସୁଯୋଗ ମିଳିଥିବାରୁ କଳାକାର, ମ୍ୟାନେଜର ଓ ଆୟୋଜକ ବହୁତ ଖୁସି ଥିବା କହିଛନ୍ତି ।

ଏହା ମଦ୍ୟ ପଢନ୍ତୁ-ଜମୁଛି କେନ୍ଦ୍ରାପଡା ଲକ୍ଷ୍ମୀପୂଜା, ଜୀବନ ଜୀବିକା ସମ୍ଭାଳୁଛନ୍ତି ଉଠା ଦୋକାନୀ

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ଚଟପଟା ଖାଦ୍ୟ ଆଉ ମିନା ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଗଣପର୍ବର ସାତଦିନ ମଦ୍ୟରେ ଦୁଇଦିନ ପ୍ରତିକୂଳ ପାଗ ହୋଇଥିବାରୁ ମେଳା ବୁଲିବାରୁ ବଞ୍ଚିତ ହୋଇଥିଲେ ଜିଲ୍ଲାବାସୀ । ତେବେ ଏହି ପୂଜାଉତ୍ସଵକୁ ଆଉ ଦୁଇଦିନ ବଢା ଯାଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ଦର୍ଶକ।

ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡାରେ ଜନସମାଗମ ହୋଇଥିବା ବେଳେ ବ୍ୟବସାୟ ମଧ୍ୟ ଭଲ ହେଉଥିବା ଦେଖିବାକୁ ମିଳୁଛି । ପ୍ରସାଧାନ ସାମଗ୍ରୀ ଠାରୁ ଆରମ୍ଭ କରି ଖେଳନା ସାଙ୍ଗକୁ ଘରକରଣା ସାମଗ୍ରୀ କ୍ରୟ କରିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହେଉଛି । ଏହି ସାମଗ୍ରୀ ଗୁଡିକ ବଡ଼ ବଡ଼ ସପିଂ ମଲରେ ବିକ୍ରି ହେଉଥିଲେ ସୁଦ୍ଧା ସେଠାରେ ଏଗୁଡିକର ଅଧିକ ମୂଲ୍ୟ ରହିଥିବା ବେଳେ ଏହି ଅତିକ୍ଷୁଦ୍ର ବ୍ୟବସାୟୀଙ୍କ ଠାରୁ ସ୍ୱଳ୍ପ ମୂଲ୍ୟରେ ସାମଗ୍ରୀ ମିଳୁଥିବା କହିଛନ୍ତି ଗ୍ରାହକ । ସହରର ଐତିହ୍ୟ ସହ ଜଡିତ ଲକ୍ଷ୍ମୀପୂଜାକୁ କେନ୍ଦ୍ରାପଡାବାସୀ ବର୍ଷ ତମାମ ଅପେକ୍ଷା କରି ରହିଥାନ୍ତି । ମା'ଙ୍କ କୃପାରୁ ଚଳିତ ବର୍ଷ ବିନା କଟକଣାରେ ପୂଜ ସହ ବ୍ୟବସାୟ ହେଉଥିବା ବେଳେ ଗ୍ରାହକ ଓ ବ୍ୟବସାୟୀ ସମସ୍ତେ ଖୁସ ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details