ଓଡିଶା

odisha

ETV Bharat / state

ବାଲେଶ୍ବରରୁ ଆସୁଥିଲା ବିଷ, ନକଲି ବୋତଲରେ ବିକି ମାଲାମାଲ କେନ୍ଦ୍ରାପଡା ମଦ ବେପାରୀ - ମଦ ପ୍ରସ୍ତୁତ

କେନ୍ଦ୍ରାପଡା ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ବେଆଇନ ମଦ କାରବାର । ପୁରୁଣା ବୋତଲର ସିଲ କାଟି ଚାଲିଛି ମଦ ବେପାର । ଅଧିକ ପଢନ୍ତୁ...

ନକଲି ବିଦେଶୀ ମଦର ହବ ପାଲଟିଲା କି କେନ୍ଦ୍ରାପଡା ?
ନକଲି ବିଦେଶୀ ମଦର ହବ ପାଲଟିଲା କି କେନ୍ଦ୍ରାପଡା ?

By

Published : Nov 5, 2021, 1:58 PM IST

Updated : Nov 5, 2021, 2:49 PM IST

କେନ୍ଦ୍ରାପଡା: ନକଲି ମଦ ତିଆରିର କାରଖାନା ପାଲଟିଲାଣି କେନ୍ଦ୍ରାପଡ଼ା । ବାଲେଶ୍ୱରରୁ କଞ୍ଚାମାଲ ଆଣି ଠିପି ଲଗାଇ ନକଲି ସିଲ ମାରି ପ୍ରସ୍ତୁତ ହେଉଛି ନକଲି ବିଦେଶୀ ମଦ। ପୁରୁଣା ବୋତଲ ସିଲ କାଟି ସେଥିରେ ସ୍ପିରିଟ ସହ କାରାମେଲ ରଙ୍ଗ ଆଉ ହ୍ବିସ୍କି ଫ୍ଲେଭର ମିଶାଇ ତିଆରି ହେଉଛି ନକଲି ମଦ । ଏଥିସହ ନକଲିକୁ ଅସଲିର ରୂପ ଦିଆଯିବା ପାଇଁ ନକଲି EAL ଷ୍ଟିକର ଲଗାଇ କେନ୍ଦ୍ରାପଡାରେ ବିକ୍ରି ହେଉଛି ବିଦେଶୀ ମଦ।

ନକଲି ବିଦେଶୀ ମଦର ହବ ପାଲଟିଲା କି କେନ୍ଦ୍ରାପଡା ?

କେନ୍ଦ୍ରାପଡ଼ା ଜିଲ୍ଲାର କୋଣ ଅନୁକୋଣରେ ଏଭଳି ମଦ ପ୍ରସ୍ତୁତକୁ ନେଇ ଅବକାରୀ ବିଭାଗ ଓ ପୋଲିସ ପାଖରେ ଖବର ନଥିବା ବେଳେ ମାତ୍ର ଜଣେ ଦୁଇଜଣ ପ୍ରସ୍ତୁତକାରୀଙ୍କୁ ବାନ୍ଧିବାରେ ସଫଳ ହେଉଛି ପୋଲିସ। ତେବେ ସୁଦୂର ବାଲେଶ୍ୱରରୁ ମଦ ପ୍ରସ୍ତୁତ ପାଇଁ ଆବଶ୍ୟକୀୟ କଞ୍ଚାମାଲ ସହ ନକଲି ଠିପି ଓ ଷ୍ଟିକର ଆମଦାନୀ କରୁଛି ନକଲି ମଦ ପ୍ରସ୍ତୁତକାରୀ। ବାଲେଶ୍ୱର ଅଞ୍ଚଳର "ପଣ୍ଡା" ନାମକ ଜଣେ ବ୍ୟକ୍ତି ନକଲି ମଦ ତିଆରି ପାଇଁ ଆବଶ୍ୟକୀୟ କଞ୍ଚାମାଲ ଯୋଗାଇ ଦେଉଥିବା ଗଣମାଧ୍ୟମକୁ କହିଛନ୍ତି ଖୋଦ ନକଲି ମଦ ପ୍ରସ୍ତୁତକାରୀ ସୂର୍ଯ୍ୟକାନ୍ତ ଦାଶ ।

ତେବେ ଅବକାରୀ ବିଭାଗ ଓ ପୋଲିସକୁ ଚ୍ୟାଲେଞ୍ଜ କରି ଥରେ ନୁହେଁ ନକଲି ମଦ ତିଆରିରେ ସମ୍ପୃକ୍ତ ବ୍ୟବସାୟୀକୁ ଦୁଇଥର ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଗିରଫ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ପୋଲିସ କିମ୍ବା ଅବକାରୀ ବିଭାଗ ନକଲି ମଦ ତିଆରିର ମୂଖ୍ୟ କାର୍ପଟଦାର ପାଖରେ ଏଯାବତ ପହଞ୍ଚିପାରୁନି। କେବଳ ଗୋଟିଏ ଦୁଇଟି ମାମଲା କରିଦେଇ ଅବକାରୀ ବିଭାଗ ଚୁପ ବସି ରହୁଥିବା ବେଳେ ନକଲି ମଦ ତିଆରି କରି ବଜାରର ଚୋରା ବେପାରୀଙ୍କୁ ମାଲାମାଲ କରିବା ସହ ନିଜେ ମଧ୍ୟ ଉପକୃତ ହେଉଛନ୍ତି ନକଲି ମଦ ପ୍ରସ୍ତୁତକାରୀ। ତେବେ ଗତକାଲି ମଦ ବ୍ୟବସାୟୀ ସୂର୍ଯ୍ୟକାନ୍ତ ଦାଶ ନକଲି ମଦ ପ୍ରସ୍ତୁତ କରି ପଟ୍ଟାମୁଣ୍ଡେଇ ବାଲିପଡା ଆଞ୍ଚଳରେ ବିକ୍ରି କରୁଥିବା ବେଳେ ଅବକାରୀ ବିଭାଗ ପାଟ୍ରେଲିଙ୍ଗ ସମୟରେ ମଦ ବ୍ୟବସାୟୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଅବକାରୀ ବିଭାଗ ୧୨୫ ଲିଟର ନକଲି ମଦ ଜବତ କରିଥିବା ଜଣାପଡିଛି ।

ତେବେ ଗୋଟିଏ ପଟେ ରାଜସ୍ୱ ହାନି ସାଙ୍ଗକୁ ଅନ୍ୟପଟେ ଲୋକମାନଙ୍କ ଜୀବନ ଚାଲିଯିବା ଭୟ ଆଶଙ୍କାକୁ ଅବକାରୀ ବିଭାଗ ମଧ୍ୟ ସ୍ୱୀକାର କରିଥିବା ବେଳେ ମଦ ଭଳି ଧଳାଜହର ବ୍ୟବସାୟ ମଧ୍ୟ ଜିଲ୍ଲା ସାରା ବ୍ୟାପିବାରେ ଲାଗିଛି। ବେଳହୁଁ ସାବଧାନ ନହୋଇ ଅବକାରୀ ବିଭାଗ ଓ ପୋଲିସ ଦୃଢ଼ ପଦକ୍ଷେପ ନନେଲେ ବାଲେଶ୍ୱର ଜିଲ୍ଲା ଭଳି ମଦମୃତ୍ୟୁ ମାମଲା ଯେ କେନ୍ଦ୍ରାପଡ଼ା ଜିଲ୍ଲାରେ ନଘଟିବ ସେକଥା କିଏ କହିବ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

Last Updated : Nov 5, 2021, 2:49 PM IST

ABOUT THE AUTHOR

...view details