ଓଡିଶା

odisha

ETV Bharat / state

ବାତ୍ୟା ବିପନ୍ନଙ୍କ ଦେବଦୂତ: ନଦୀପାର କଲେ, 10କିମି ଚାଲିଲେ 'ଆଇଆଇସି ତପନ’ - ଲୋକପ୍ରିୟ ପୋଲିସ

ଅମ୍ଫାନ ଆସିବାବେଳେ ଅପହଞ୍ଚ ଇଲାକାରେ ପହଞ୍ଚି ଲୋକଙ୍କୁ ଉଦ୍ଧାର ଓ ଥଇଥାନ କରି ଧନ୍ୟବାଦର ପାତ୍ର ହୋଇଛନ୍ତି ରାଜନଗର ଥାନା ଅଧିକାରୀ ତପନ କୁମାର ନାୟକ । ନଦୀ ପାର ହୋଇ ଦୀର୍ଘ 10 କିଲୋମିଟର ଚାଲିଚାଲି ଯିବା ଓ ପ୍ରଭାବିତଙ୍କୁ ଉଦ୍ଧାର କରି ଥଇଥାନ କରିବା ପରେ ସେମାନଙ୍କର ଆଶୀର୍ବାଦ ଓ ପ୍ରଶଂସା ତାଙ୍କୁ ଓ ତାଙ୍କ ସହଯୋଗୀଙ୍କୁ ଗଭୀର ଆତ୍ମବିଶ୍ବାସ ଓ ନିଷ୍ଠାପର ହେବାପାଇଁ ପ୍ରେରଣା ଯୋଗାଇଛି ବୋଲି ସେ କହିଛନ୍ତି ।

ବାତ୍ୟା ବିପନ୍ନଙ୍କ ଦେବଦୂତ ସାଜିଲେ 'ଆଇଆଇସି ତପନ'
ବାତ୍ୟା ବିପନ୍ନଙ୍କ ଦେବଦୂତ ସାଜିଲେ 'ଆଇଆଇସି ତପନ'

By

Published : May 29, 2020, 10:38 PM IST

Updated : May 30, 2020, 10:35 AM IST

କେନ୍ଦ୍ରାପଡା: ଗତ 20 ତାରିଖ ଦିନ ମାଡି ଆସିଥିବା 'ଅମ୍ଫାନ' କେନ୍ଦ୍ରାପଡା ଜିଲ୍ଲାର ଲୋ ଲାଇନ ଅଞ୍ଚଳ ରାଜନଗର ଉପରେ ଗଭୀର ପ୍ରଭାବ ପକାଇଛି । ମହାବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ 19 ତାରିଖ ସନ୍ଧ୍ୟା ସୁଦ୍ଧା ଖାଲୁଆ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ଆସିବା ପାଇଁ ସଚେତନ କରାଯାଇଥିଲା । କିନ୍ତୁ କେତେକ ସ୍ଥାନରେ ସରକାରୀ ସଚେତନତାକୁ ନ ଜାଣିପାରି ନିଜ ଘରେ ରହିଯାଇଥିଲେ କିଛି ଲୋକ । କେନ୍ଦ୍ରାପଡା ରାଜନଗର ସାତଭାୟା ସମୁଦ୍ରକୂଳ ଅଞ୍ଚଳରେ ବାସ କରୁଥିବା ଏମିତି କିଛି ଲୋକ ନିଜ ଜୀବିକା ପାଇଁ ସାତଭାୟା ଅଞ୍ଚଳରେ ରହି ଯାଇଥିବା ବେଳେ ବର୍ଷା ପବନ ମାଡି ଆସିବାରୁ ଆଉ ଆସିପାରିନଥିଲେ । ଏଭଳି ସମୟରେ ନିଜ ସାହସର ପରିଚୟ ଦେଇ ନିଜର କିଛି ସହକର୍ମୀ ପୋଲିସ ବାହିନୀ ସହିତ ଲୋକଙ୍କ ନିକଟରେ ଦେବଦୂତ ସାଜି ଛିଡା ହୋଇଥିଲେ ରାଜନଗର ଥାନା ଅଧିକାରୀ ତପନ କୁମାର ନାୟକ ।

ବାତ୍ୟା ବିପନ୍ନଙ୍କ ଦେବଦୂତ: ନଦୀପାର କଲେ, 10କିମି ଚାଲିଲେ 'ଆଇଆଇସି ତପନ’

ତପନ, ଗତ 19 ତାରିଖ ରାତିରେ ବର୍ଷା ଓ ପବନକୁ ଖାତିର ନକରି କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ ରାଜନଗରରୁ ବାଉଁଶଗଡ଼ ନଦୀ ପର୍ଯ୍ୟନ୍ତ ପୋଲିସ ଗାଡ଼ିରେ ଯାଇଥିଲେ । ସେଠାରୁ ନଦୀପାର ହୋଇ ସଂକୀର୍ଣ୍ଣ କାଦୁଅ ରାସ୍ତାରେ ଦୀର୍ଘ 10 କିଲୋମିଟର ଚାଲିଚାଲି ଯାଇ ସାତଭାୟା ସମୁଦ୍ର କୂଳରୁ ଓକିଲପାଳ ପର୍ଯ୍ୟନ୍ତ ରହୁଥିବା 60ରୁ ଊର୍ଦ୍ଧ୍ବ ଲୋକଙ୍କୁ ବୁଝାସୁଝା କରି ବଗପାଟିଆ ଥଇଥାନ କେନ୍ଦ୍ରକୁ ନଦୀ ପାର କରି ପୋଲିସ ଗାଡ଼ିରେ ଆଣିଥିଲେ । ତାଙ୍କର ଏହି କାର୍ଯ୍ୟ ପାଇଁ କି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ, କେନ୍ଦ୍ରାପଡ଼ା ଏସପି ତାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ।

ଜଣେ ପୋଲିସ ଅଧିକାରୀ ଭାବରେ 1 ବର୍ଷ ହେବ ତପନ ରାଜନଗରରେ ଯୋଗ ଦେବା ପରେ ସ୍ଥାନୀୟ ଅଞ୍ଚଳର ଲୋକସମ୍ପର୍କ ଓ କର୍ତ୍ତବ୍ୟ ସମ୍ପାଦନତା ପାଇଁ ବେଶ ନାଁ କମାଇଥିବା କୁହନ୍ତି ସ୍ଥାନୀୟ ଲୋକ ପ୍ରତିନିଧି ଓ ବୁଦ୍ଧିଜୀବୀ ।

'ଅମ୍ଫାନ'ର ଅନୁଭୂତି ନିଆରା ଥିଲା । କୁମ୍ଭୀରିଆ ନଦୀ ପାର ହୋଇ ଦୀର୍ଘ 10 କିଲୋମିଟର ଚାଲିଚାଲି ଯିବା ଓ ପ୍ରଭାବିତଙ୍କୁ ଉଦ୍ଧାର କରି ଥଇଥାନ କରିବା ପରେ ସେମାନଙ୍କର ଆଶୀର୍ବାଦ ଓ ପ୍ରଶଂସା ତାଙ୍କୁ ଓ ତାଙ୍କ ସହଯୋଗୀଙ୍କୁ ଗଭୀର ଆତ୍ମବିଶ୍ବାସ ଓ ନିଷ୍ଠାପର ହେବାପାଇଁ ପ୍ରେରଣା ଯୋଗାଇଛି ଯାହାକି ତାଙ୍କୁ ଆଗକୁ ଆହୁରି ଭଲ କାମ କରିବା ପାଇଁ ସୁପଥ ଦେଖାଇଛି । ଏହା ସହ ଉପରିସ୍ଥ ଅଧିକାରୀ ଓ ପୋଲିସ ଡିଜିଙ୍କ ଫୋନ କଲ ପରେ କାମ କରିବା ପାଇଁ ମନୋବଳ ଆହୁରି ବଢିଯାଇଛି ବୋଲି କହିଛନ୍ତି ଥାନା ଅଧିକାରୀ ତପନ ନାୟକ । ସେହିପରି କୋରୋନା ଡ୍ୟୁଟି ସମୟରେ ଅମ୍ଫାନର ମୁକାବିଲା ବାସ୍ତବିକ କଷ୍ଟ ଥିଲେ ମଧ୍ୟ କର୍ତ୍ତବ୍ୟ ଆଗରେ ସବୁ ଫିକା ପଡିଯାଇଥିଲା ବୋଲି କୁହନ୍ତି ତପନ ।

ତପନଙ୍କ କର୍ତ୍ତବ୍ୟବୋଧତା ଓ ନିଷ୍ଠାପର ଉଦ୍ୟମ ସମସ୍ତ ପୋଲିସ ବିଭାଗ ପାଇଁ ପ୍ରେରଣାଦାୟୀ ନିଶ୍ଚୟ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : May 30, 2020, 10:35 AM IST

ABOUT THE AUTHOR

...view details