ଓଡିଶା

odisha

ETV Bharat / state

ଆଇଏଚଆରସିର ପ୍ରେସ ମିଟ୍‌: ମହିଳାଙ୍କ ପାଇଁ ଜାରି ହେଲା 155260 ଟୋଲ ଫ୍ରି ନମ୍ବର - toll free number for women

ପଟ୍ଟାମୁଣ୍ଡାଇରେ ଆଇଏଚଆରସି ପକ୍ଷରୁ ଆୟୋଜିତ ହୋଇଛି ଏକ ସାମ୍ବାଦିକ ସମ୍ମିଳନୀ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଏଚଆରସି ପକ୍ଷରୁ ମହିଳାମାନଙ୍କ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ଅଭିଯୋଗ ଓ ସମସ୍ୟା ନିମନ୍ତେ ଟୋଲ୍‌ ଫ୍ରି ନମ୍ବର ପ୍ରଚଳନ ନେଇ ଅନୁରୋଧ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Sep 5, 2019, 1:58 PM IST


କେନ୍ଦ୍ରାପଡା: ସାରା ବିଶ୍ବରେ ଏବେ ଦିନକୁ ଦିନ ବୃଦ୍ଧି ପାଉଛି, ମହିଳାଙ୍କ ପ୍ରତି ହିଂସା, ଅତ୍ୟାଚାର । ଯୌନ ଶୋଷଣ, ଦୁଷ୍କର୍ମ, ଅସଦାଚରଣ ଏବଂ ଯୌତୁକ ନିର୍ଯାତନା ଭଳି ମାମଲା ଥମିବାରେ ନାଁ ନେଉ ନାହିଁ । ଏଭଳି ଘଟଣା ଦେଖି ଲାଗୁଛି ମହିଳାମାନେ ଆଉ ଜମା ସୁରକ୍ଷିତ ନୁହଁନ୍ତି । ଏବେ ଏହା ବ୍ୟାଧି ଭଳି ମାଡି ଚାଲିଛି । ଏହାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛି ଆନ୍ତର୍ଜାତିକ ମାନବାଧିକାର ପରିଷଦ(ଆଇଏଚଆରସି) । ଏନେଇ ଏକ ପଟ୍ଟାମୁଣ୍ଡାଇରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ କରିଛି ଆଇଏଚ୍‌ଆରସି । କୌଣସି ଅପ୍ରୀତିକର ଘଟଣା ଘଟିବା ପରିସ୍ଥିତିରେ ମହିଳାମାନେ ଟୋଲ ଫ୍ରି ନମ୍ବରରେ ବିନା ଭୟ, ଶଙ୍କାରେ କଲ କରି ସୁରକ୍ଷା ମାଗିପାରିବା ପାଇଁ ଏହି ସମ୍ମିଳନୀରେ ଅନୁରୋଧ କରିଛି ଆଇଏଚ୍‌ଆରସି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା


ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଏଚ୍‌ଆରସି ପକ୍ଷରୁ ମହିଳାମାନଙ୍କ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ଅଭିଯୋଗ ଓ ସମସ୍ୟା ନିମନ୍ତେ ଟୋଲ୍‌ ଫ୍ରି ନମ୍ବର ପ୍ରଚଳନ ନେଇ ଅନୁରୋଧ କରାଯାଇଥିଲା । ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚ ସିଆଇଡି ପକ୍ଷରୁ ଟୋଲ୍‌ ଫ୍ରି ନମ୍ବର 155260 ପ୍ରଦାନ କରାଯାଇଥିବା ନେଇ ପଟ୍ଟାମୁଣ୍ଡାଇରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏଣିକି ଏହି ନମ୍ବରରେ ନିର୍ଯାତନାର ଶିକାର ହେଉଥିବା ବାଳିକା ଓ ମହିଳାମାନେ ନିଜ ଅଭିଯୋଗ କରିପାରିବେ ଏବଂ ଅଭିଯୋଗକାରିଣୀ ମାନଙ୍କର ସମସ୍ତ ତଥ୍ୟ ଗୋପନ ରଖାଯିବ ବୋଲି କୁହାଯାଇଛି । ଆଇଏଚ୍‌ଆରସି ରାଜ୍ୟ ସଭାପତି ଡ଼ଃ ଶିବସୁନ୍ଦର ସ୍ବାଇଁ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପଟ୍ଟାମୁଣ୍ଡାଇ ତହସିଲଦାର ଉକ୍ତ ଟୋଲ୍‌ ଫ୍ରି ନମ୍ବରକୁ ଉନ୍ମୋଚନ କରିଛନ୍ତି ।

ଅନେକ ସମୟରେ ଲୋକଲଜ୍ଜା, ଅନ୍ୟାନ୍ୟ ବାହ୍ୟ କାରଣ ଓ ଭୟରେ ପୀଡିତା କିମ୍ବା ତାଙ୍କ ପରିବାର ଘଟଣା ସମ୍ପର୍କରେ ଚୁପ ରହିଯାନ୍ତି । ଆଇନର ଆଶ୍ରୟ ନେବାକୁ କୁଣ୍ଠାବୋଧ କରନ୍ତି କିମ୍ବା ଭୟ କାରଣରୁ ନୀରବ ରୁହନ୍ତି । ଏହିଭଳି ସମ୍ବେଦନଶୀଳ ଘଟଣାଗୁଡିକୁ ପୀଡିତା କିମ୍ବା ତାଙ୍କ ପରିବାର ସୁରକ୍ଷିତ ଭାବରେ ଓ ବିନା ଦ୍ବିଧାରେ ସମସ୍ତ ବିବରଣୀ ପୋଲିସକୁ ଅବଗତ କରାଇବା ନିମନ୍ତେ ପ୍ରେସ ମିଟ୍‌ କରାଯାଇଥିଲା । ଫଳରେ ଏହି ଘଟଣାରେ ସମ୍ପୃକ୍ତ ଅସମାଜିକ ବ୍ୟକ୍ତିଙ୍କୁ ଦଣ୍ଡ ଅନ୍ୟମାନଙ୍କ ଠାରୁ ଥିବା ଆସନ୍ନ ବିପଦରୁ ପୀଡିତାଙ୍କ ପରିବାରକୁ ରକ୍ଷା ମିଳି ପାରିବ । ଏନେଇ ଆନ୍ତର୍ଜାତିକ ମାନବାଧିକାର କମିଶନ ପକ୍ଷରୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ,କ୍ରାଇମବ୍ରାଞ୍ଚ,ମହିଳା କମିଶନ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଟୋଲ ଫ୍ରି ନମ୍ବର ପ୍ରଚଳନ ପାଇଁ ଅନୁରୋଧ କରିଥିଲା ।


କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details