ସ୍ତ୍ରୀକୁ ହତ୍ୟାକରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ
08:29 June 08
ସ୍ତ୍ରୀକୁ ହତ୍ୟାକରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଗାଁରେ ଅଭାବନୀୟ ଘଟଣା l ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା ଉଦ୍ୟମ କରିଛି ସ୍ଵାମୀ l ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ମୃତ ମହିଳା ଜଣକ ଘୁଙ୍ଗୁର ମଲିକ । ସ୍ବାମୀ ଝରି ମଲିକ ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ବିଷ ପିଇଦେଇଥଲେ ।
ଫଳରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ