ଓଡିଶା

odisha

ETV Bharat / state

ଶୋଇଥିଲେ ସ୍ତ୍ରୀ, ଟାଙ୍ଗିଆରେ ହାଣିଲା ସ୍ବାମୀ

ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ମୁସଲିମ ବସ୍ତିରେ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ଅଧିକ ପଢନ୍ତୁ

By

Published : Jun 23, 2022, 1:09 PM IST

husband killed wife
ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

କେନ୍ଦ୍ରାପଡା:ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ । ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ମୁସଲିମ ବସ୍ତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ତେଣ୍ଡାକୁଡ଼ା ଇଦଘା ପଛପଟ ସେକ୍ ମହଲାର ମନାନ ଅଲୀ ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ନିଜ ସ୍ତ୍ରୀ ପ୍ୟାରୁଲ ବିବିଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବର ପାଇ ପାଟକୁରା ପୋଲିସ ପହଞ୍ଚି ଅଭିଯୁକ୍ତ ସ୍ୱାମୀ ମନାନକୁ ପାଟକୁରା ଥାନାରେ ଅଟକ ରଖିଛି ।

ସାଇଣ୍ଟିଫିକ୍ ଟିମ ଆସିଲେ ତଦନ୍ତ ଆରମ୍ଭ ହେବ ବୋଲି ପାଟକୁରା ଥାନା ଆଇଆଇସି ସରୋଜ ସାହୁ କହିଛନ୍ତି । ପୂର୍ବରୁ ମନାନ ଆତ୍ମହତ୍ୟା ଉଦ୍ୟମ କରିବା ସହ ନିଜ ଘରେ ନିଆଁ ଲଗାଇଥିଲା ବୋଲି ପଡ଼ୋଶୀ ସୂଚନା ଦେଇଛନ୍ତି । ମନାନ ମୁଲମଜୁରୀ ଲାଗି ପରିବାର ପ୍ରତିପୋଷଣ କରିବା ସହ ତାଙ୍କର ୧୫, ୨୦ ଓ ୨୨ ବର୍ଷର ୩ଟି ପୁଅ ଅଛନ୍ତି । ତେବେ ହତ୍ୟାର ପ୍ରକୃତ କାରଣ ଏଯାଏ ଜଣାପଡ଼ି ନ ଥିବା ସୂଚନା ମିଳିଛି ।

ABOUT THE AUTHOR

...view details