କେନ୍ଦ୍ରାପଡା: ମହାକାଳପଡା ଥାନା ଗୋପାଳପୁର ଗ୍ରାମର ଏକ ବନ୍ଦ ଘରୁ ବିବାହିତ ମହିଳାଙ୍କ ମୃତଦେହ ମହାକାଳପଡା ପୋଲିସ୍ ଉଦ୍ଧାର କରିଛି ।
ଗୋପାଳପୁର ଗ୍ରାମର କାବୁଲି ସୂତାରଙ୍କ ଝିଅ ତାଙ୍କ ଘର ବାହାରୁ ତାଲାବନ୍ଦ ଥିବାବେଳେ ଘର ଆଗରେ କାନ୍ଦୁଥିଲା । ଗ୍ରାମର ୱାର୍ଡ ସଭ୍ୟ ଦେଖି ପଚାରିବାରୁ ତାଙ୍କ ବାପା କାବୁଲି ତା ମାଙ୍କୁ ପିଟି ପିଟି ମାରିଦେବା ସହିତ ଘର ବନ୍ଦ କରି କୁଆଡେ ପଳାଇ ଯାଇଛି ବୋଲି କହିବାରୁ ୱାର୍ଡ ସଭ୍ୟ ଗୟାଧର ପ୍ରଧାନ ମହାକାଳପଡା ଥାନାକୁ ଖବର ଦେଇଥିଲେ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା ମହାକାଳପଡା ପୋଲିସ୍ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପାରିବାରିକ କଳହ ତଥା ମାତ୍ର ୫୦ ଟଙ୍କାକୁ କେନ୍ଦ୍ର କରି କାବୁଲି ତାର ପତ୍ନୀକୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।
ବାବୁଲି ସୂତାର ଦୀର୍ଘ ଦିନ ହେବ ଢେଙ୍କାନାଳ ଜିଲ୍ଲାର ଗହିରିଆପାଳ ଗ୍ରାମରେ ବାସନ୍ତୀ ବେହେରାଙ୍କୁ ଭଲପାଇ ବାହା ହୋଇଥିବାବେଳେ ତାଙ୍କର ଦୁଇଟି ଝିଅ ଅଛନ୍ତି ।
ବାବୁଲି ବଢେଇ କାମ କରୁଥିବାବେଳେ ସବୁବେଳେ ନିଶାସକ୍ତ ଅବସ୍ଥାରେ ରୁହନ୍ତି । ସୋମବାର ରାତିରେ ବାବୁଲି ବାସନ୍ତୀଙ୍କୁ ମଦ ଆଣିବା ପାଇଁ ୫୦ ଟଙ୍କା ମାଗିଥିଲେ । ମଦ ପାଇଁ 50 ଟଙ୍କା ନଦେବାରୁ ସେ ବାସନ୍ତୀଙ୍କୁ ପିଟିପଟି ହତ୍ୟା କରଛନ୍ତି ବୋଲି ବଡ ଝିଅ ବହୁଧା ସୂତାର କହିଛି ।
ଘଟଣାସ୍ଥଳରେ ଥାନା ଅଧିକାରୀ ପହଞ୍ଚିବା ସହିତ ମାଜିଷ୍ଟ୍ରେଟ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଶବ ବ୍ୟବଚ୍ଛେଦ ପରେ ସମ୍ପୂର୍ଣ ଘଟଣା ସମ୍ପର୍କରେ ଅଧିକ ସୂଚନା ମିଳିବ ବୋଲି ଥାନା ଅଧିକାରୀ ମନୋରଞ୍ଜନ ଚୌଧୁରୀ ସୂଚନା ଦେଇଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ