କେନ୍ଦ୍ରାପଡା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ସହିତ ଖରିଫ ଧାନ ରବି ଋତୁରେ ଉଠାଇବା ଓ ଅନ୍ୟାନ୍ୟ କୃଷି ସମସ୍ୟା ସମାଧାନ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ନବନିର୍ମାଣ କୃଷକ ସଙ୍ଗଠନ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ 5 ଘଣ୍ଟିଆ ଗଣ ଅନଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ 5ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।
ଦାବି ପୂରଣ ନେଇ ନବନିର୍ମାଣ କୃଷକ ସଙ୍ଗଠନର ଗଣ ଅନଶନ - nabanirmana krusaka sangathana
କେନ୍ଦ୍ରାପଡା ଜିଲ୍ଲା ନବନିର୍ମାଣ କୃଷକ ସଙ୍ଗଠନ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ଦାବି ପୂରଣ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣ ଅନଶନ । ଅଧିକ ପଢନ୍ତୁ...
ଦାବି ପୂରଣ ନେଇ ନବନିର୍ମାଣ କୃଷକ ସଙ୍ଗଠନର ଗଣ ଅନଶନ
ଏହି ଅନଶନ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ ଜନିତ ସହାୟତା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ପ୍ରଦାନ କରିବା ପାଇଁ ଦାବି କରିଛି ସଙ୍ଗଠନ। ସେହିପରି ଗତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ଚାଷୀମାନେ ଟୋକନ ପାଇଥିଲେ ମଧ୍ୟ ଲକଡାଉନ ଯୋଗୁଁ ଧାନ ବିକ୍ରି ହୋଇନପାରି ଥିବାରୁ ବର୍ତ୍ତମାନ ଏହି ଧାନ ବିକ୍ରି ପାଇଁ ସରକାର ଯୋଜନା କରନ୍ତୁ ବୋଲି ଦାବି କରାଯାଇଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ