ଓଡିଶା

odisha

ETV Bharat / state

ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ଶତାଧିକ କର୍ମୀ - କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ପାନୀୟ ଜଳ ପ୍ରକଳ୍ପ ସ୍ଥାନ ବୁଲି ଦେଖିଲେ, ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗ ଦେଲେ । ଅଧିକ ପଢନ୍ତୁ...

ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ଶତାଧିକ କର୍ମୀ
ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ଶତାଧିକ କର୍ମୀ

By

Published : Sep 1, 2021, 9:45 AM IST

କେନ୍ଦୁଝର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦାନ । ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ପ୍ରଭୁ ବଳଦେବଜୀଉଙ୍କ ଦର୍ଶନ ପରେ ରାଜକନିକା ବରୁଣାଡ଼ିହା ଠାରେ ନିର୍ମାଣାଧିନ ମେଗା ପାନୀୟ ଜଳ ପ୍ରକଳ୍ପ ସ୍ଥାନରେ ପହଞ୍ଚି ସେଠାରେ ବୁଲିବା ସହ ଆନ୍ଦୋଳନରତ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି ।

ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ଶତାଧିକ କର୍ମୀ

ଅପରାହ୍ନରେ କେନ୍ଦ୍ରାପଡ଼ାର ଏକ ଘରୋଇ ମଣ୍ଡପରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହେବା ସହ ମହାକଳାପଡା ନିର୍ବାଚନ ମଣ୍ଡଳୀର ଶତାଧିକ କଂଗ୍ରେସ ଓ ବିଜେଡି କର୍ମୀଙ୍କୁ ଦଳୀୟ ଉତ୍ତରୀୟ ସହ ବିଜେପିରେ ସ୍ୱାଗତ କରିଛନ୍ତି । ଏହି ଅବସରରେ ଗତ ୧୯୯୯ ମହାବାତ୍ୟାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଗାଡ଼ିରେ ବୁଲାଇ ପ୍ରଶଂସା ସାଉଁଟିଥିବା ତରୁଣକାନ୍ତି କାଞ୍ଜିଲାଲ କଂଗ୍ରେସ ଛାଡି ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଥିବା ବେଳେ ଆଗକୁ ମହାକଳାପଡା ନିର୍ବାଚନ ମଣ୍ଡଳୀର କୋଣ ଅନୁକୋଣରୁ ବହୁ ରାଜନୈତିକ ବ୍ୟକ୍ତିବିଶେଷ ବିଜେପିରେ ସାମିଲ ହେବେ ବୋଲି କହିଛନ୍ତି । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହି ଅବସରରେ ରାଜକନିକାର ଖରସ୍ରୋତା ନଦୀରେ ନିର୍ମାଣାଧିନ ପାନୀୟ ଜଳ ପ୍ରକଳ୍ପ ପାଇଁ ସରକାର କୌଣସି ଗ୍ରାମସଭା କରିନ ଥିବାବେଳେ ଏଭଳି ଭୟ ଓ ବର୍ବରତା ଦେଖାଇ ଲୋକମାନଙ୍କୁ ପୋଲିସ ଲଗାଇ ଗିରଫ କରିବାକୁ ବିରୋଧ କରିଛନ୍ତି ।

ଅନ୍ୟପଟେ ଭିତରକନିକା ପାଇଁ ଅନଶନରେ ଥିବା ଶ୍ରୀକାନ୍ତ ନାୟକଙ୍କୁ ପୋଲିସ ବଳପୂର୍ବକ ଉଠାଇ ନେବା ଓ କଟକ ବଡ଼ ମେଡିକାଲରେ ବେଡ୍ ନ ମିଳିବା ଏବଂ ୧୨ ଘଣ୍ଟା ପର୍ଯ୍ୟନ୍ତ ଗଛମୂଳେ ପଡିରହିବା ଘଟଣାକୁ ସରକାର ଓ ଜିଲ୍ଲା ପ୍ରଶାସନର ଦାୟିତ୍ବହୀନତା ବୋଲି କହିଛନ୍ତି ପଣ୍ଡା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details