ଓଡିଶା

odisha

ETV Bharat / state

ମା'ଙ୍କୁ ମେଲାଣି ଦେଲେ ଇନ୍ଦୁପୁରବାସୀ, ଦେଖିବା ପାଇଁ ଜମୁଛି ଭିଡ଼ - ସରିଲା ଶାରଦୀୟ ଦଶହରା

ଧରାପୃଷ୍ଠରୁ ମେଲାଣି ନେଇଛନ୍ତି ଜଗତଜନନୀ । ଇନ୍ଦୁପୁରରେ ମେଲାଣି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୋଭାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ନିକିରାଇ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅଧିକ ପଢନ୍ତୁ

ମାଙ୍କୁ ମେଲାଣି ଦେଉଛନ୍ତି ଇନ୍ଦୁପୁରବାସୀ
ମାଙ୍କୁ ମେଲାଣି ଦେଉଛନ୍ତି ଇନ୍ଦୁପୁରବାସୀ

By

Published : Oct 7, 2022, 7:15 AM IST

କେନ୍ଦ୍ରାପଡା:ସରିଲା ଶାରଦୀୟ ଦଶହରା । ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ଜଗତଜନନୀ ମା' ଦୁର୍ଗା । ଦେବୀ ଦଶଭୂଜାଙ୍କୁ ବିଦାୟ ଦେଉଛନ୍ତି ଶ୍ରଦ୍ଧାଳୁ(Devotees bid farewell to Maa Durga) । ବୁଧବାର ମଧ୍ୟରାତ୍ରରେ ମା ଜଗତ ଜନନୀଙ୍କ ବିସର୍ଜନ ପୂଜା ସମାପନ ପରେ ଗୁରୁବାର ଅପରାହ୍ନରେ ମାଙ୍କ ଭଷାଣ କାର୍ଯ୍ୟକ୍ରମ ପାଇଁ ଚଳଚଞ୍ଚଳ ହୋଇ ଉଠିଛି କେନ୍ଦ୍ରାପଡା ଇନ୍ଦୁପୁର ଅଞ୍ଚଳ। ଦୁଇ ବର୍ଷର କୋରୋନା କଟକଣା ପରେ ଏଥର ଶୋଭାଯାତ୍ରାରେ ମା'ଙ୍କ ଭସାଣି ହେଉଛି ।

ମାଙ୍କୁ ମେଲାଣି ଦେଉଛନ୍ତି ଇନ୍ଦୁପୁରବାସୀ

ଏହା ମଧ୍ୟ ପଢନ୍ତୁ: ଦେବୀଗଡାରେ ବିସର୍ଜନ: ମା’ଙ୍କ ଆଗମନରେ ମନରେ ବାନ୍ଧିଥିଲେ ଆଶା, ସବୁ ଉଜାଡି ଦେଲା ବର୍ଷା

ପ୍ରାୟ 15ଟି ମେଢ଼ ଭସାଣ ଶୋଭାଯାତ୍ରାରେ ସାମିଲ ହୋଇଥିବା ବେଳେ ଗୁରୁବାର ସମସ୍ତ ମେଢ଼ ମା ଚଣ୍ଡିଦେବୀଙ୍କ ନିକଟରେ ଥିବା ମେଲଣ ପଡିଆରେ ଏକତ୍ର ହୋଇ ଶୁକ୍ରବାର ପ୍ରଭାତରୁ ଜଳଛାୟା କରାଯିବ ବୋଲି କହିଛନ୍ତି ପୂଜା କମିଟି ଓ ଶାନ୍ତି କମିଟିର କର୍ମକର୍ତ୍ତା। ଅନ୍ୟପଟେ ଏହି ଭସାଣ ଶୋଭାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ନିକିରାଇ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଇଆଇସି ଭସାଣ ଅଞ୍ଚଳରେ ଉପସ୍ଥିତ ରହି କିପରି ସମସ୍ତ ମେଢ଼ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମେଳଣ ପଡ଼ିଆରେ ପହଞ୍ଚିବେ ସେନେଇ ତଦାରଖ ଚଳାଇଛନ୍ତି। ଇନ୍ଦୁପୁର ମେଳଣ ପଡ଼ିଆରେ ଆଜି ମଧ୍ୟରାତ୍ରି ସୁଦ୍ଧା ମେଢ଼ ଗୁଡିକୁ ଆଣି ପହଞ୍ଚାଇବା ପାଇଁ ପ୍ରଶାସନ ଓ ପୂଜା କମିଟି ପ୍ରସ୍ତୁତ ରହିଥିବା ବେଳେ ଆସନ୍ତାକାଲି ଶ୍ରେଷ୍ଠ 3 ମେଢ଼ ଗୁଡିକୁ ପୁରଷ୍କୃତ କରାଯିବ।

ଏନେଇ ପୂଜା କମିଟି ସମ୍ପାଦକ କହିଛନ୍ତି ଯେ, "ଆଜି ମା'ଙ୍କୁ ମେଲାଣି ଦେଉଛୁ । ୨ ବର୍ଷପରେ ମାଙ୍କୁ ମେଲାଣୀ ଦେବା ପାଇଁ ସମସ୍ତେ ଉତ୍ସାହିତ ଥିଲେ । କିନ୍ତୁ ବର୍ଷା ପାଇଁ ଟିକେ ଫିକା ପଡିଛି । ଲୋକଙ୍କ ବହୁତ ମାତ୍ରାରେ ସମାଗମ ହେଉଛନ୍ତି ।"

ଇନ୍ଦୁପୁର ସରପଞ୍ଚ କହିଛନ୍ତି ଯେ," ଇନ୍ଦୁପୁରରେ ଧୁମଧାମରେ ଭସାଣୀ ଉତ୍ସବ ପାଳନ ହେଉଣି । ଆମ ପାଇଁ ଏକ ଆନନ୍ଦ ଉଲ୍ଲାସର ଦିନ । ସମସ୍ତ ମେଢ ଶୋଭାଯାତ୍ରାରେ ବାହାରିଛନ୍ତି । ଦୀର୍ଘ ୪୦ ବର୍ଷ ହେଲା ଦଶହରା ଦିନ ମା'ଙ୍କୁ ମେଲାଣି ଦିଆଯାଉଥିଲା । କିନ୍ତୁ ଚଳିତ ବର୍ଷ ମେଲାଣି ଉତ୍ସବ କରାଯାଇଛି । ଇନ୍ଦୁପୁର ମେଳଣ ପଡ଼ିଆରେ ମେଢ଼ ଗୁଡିକୁ ଆଣି ପହଞ୍ଚାଇବା ପାଇଁ ପ୍ରଶାସନ ଓ ପୂଜା କମିଟି ପ୍ରସ୍ତୁତ ରହିଥିବା ବେଳେ ଆଜି ଶ୍ରେଷ୍ଠ 3 ମେଢ଼ ଗୁଡିକୁ ପୁରସ୍କୃତ କରାଯିବ ।"

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details