କେନ୍ଦ୍ରାପଡ଼ା:ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ମାର୍ଶାଘାଇ ବ୍ଲକ ବଟିରା ପଞ୍ଚାୟତ ରାମଚନ୍ଦ୍ରପୁର ଗାଁରେ ଘଟିଛି ଅଘଟଣ । ଘର ଭାଙ୍ଗିଯିବାରୁ କାନ୍ଥ ତଳେ ଚାପି ହୋଇ ରହିଥିବା ଗୋଟିଏ ପରିବାରକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି ।
ଘଟଣାରୁ ପ୍ରକାଶ ମାର୍ଶାଘାଇ ବ୍ଲକ ରାମଚନ୍ଦ୍ରପୁର ଗାଁର ଜିତେନ୍ଦ୍ର ସେଠୀ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି । ସେ ତାଙ୍କ ସ୍ତ୍ରୀ ସୁନନ୍ଦା ସେଠୀ ଏବଂ ୨ ଶିଶୁ ପୁତ୍ରଙ୍କ ସହ ଘରେ ଥିବା ବେଳେ ହଠାତ୍ ତାଙ୍କ ଚାଳ ଛପର ଘର ତାଙ୍କ ଉପରେ ଭୁଶୁଡି ପଡିଥିଲା । ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଘରର କାନ୍ଥ ଭିଜି ଯାଇଥିଲା । ହଠାତ୍ ଘରଟି ଭୁଶୁଡି ପଡିବାରୁ ଜିତେନ୍ଦ୍ର ତାଙ୍କ ସ୍ତ୍ରୀ ସୁନନ୍ଦା ଏବଂ ତାଙ୍କ ୨ ଶିଶୁ ପୁତ୍ର ଘରତଳେ ଚାପି ହୋଇ ଚିତ୍କାର କରିଥିଲେ ।