କେନ୍ଦ୍ରାପଡା: ଜିଲ୍ଲାର ମହାକାଳପଡା ବ୍ଲକ ଅଧିନସ୍ଥ ବଡିହ ପଞ୍ଚାୟତର ରାମଚନ୍ଦ୍ରପୁର ଗାଁରେ ଅଗ୍ନିକାଣ୍ଡ। ଏ ଦୁର୍ଘଟଣାରେ ବିବେକାନନ୍ଦ ନାୟକ ନାମକ ଜଣେ ବ୍ୟକ୍ତି ପୋଡିଯାଇ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପଟେ ଅଗ୍ନିକାଣ୍ଡ ଯୋଗୁଁ ତିନିଟି ଗୋରୁ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ଏହା ସହ ତାଙ୍କର ଘର ଏବଂ ଗୁହାଳ ମଧ୍ୟ ଜଳିଯାଇଛି।
ଅଗ୍ନିକାଣ୍ଡରେ ଜଣେ ଗୁରୁତର - କେନ୍ଦ୍ରାପଡା ନ୍ୟୁଜ
କେନ୍ଦ୍ରପଡାର ବଡିହ ପଞ୍ଚାୟତ ଅଧିନସ୍ଥ ରାମଚନ୍ଦ୍ରପୁର ଗାଁରେ ହୋଇଥିବା ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡିଛି। ଖବର ପାଇ ମହାକାଳପଡା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ରାମଚନ୍ଦ୍ରପୁର
ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡି ନାହିଁ। ନିଆଁ କବଳରୁ ଗୋରୁଙ୍କ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଥିଲେ ବିବେକାନନ୍ଦ। ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଉଛି। ଅଗ୍ନିକାଣ୍ଡରେ ପୋଡି ହୋଇଯିବାରୁ ଗୋଟିଏ ଗାଇର ମୃତ୍ୟୁ ଘଟିଛି। ଏ ଖବର ପାଇ ଘଟଣାସ୍ଥଳରେ ମହାକାଳପଡା ଅଗ୍ନିଶମ ବିଭାଗ ପହଞ୍ଚିଥିଲା। ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ