ଓଡିଶା

odisha

By

Published : May 28, 2021, 5:35 PM IST

ETV Bharat / state

ଲକଡାଉନରେ ଖୋଲିଥିଲା ହୋଟେଲ, 10 ହଜାର ଜୋରିମାନା ସହ 7 ଦିନ ସିଲ କଲେ ତହସିଲଦାର

ରାଜ୍ୟରେ ଜାରି ରହିଛି ଲକଡାଉନ । ତଥାପି ପ୍ରଶାସନ ଆଖିରେ ଧୁଳିଦେଇ ଦୋକାନ ଖୋଲୁଛନ୍ତି ଦୋକାନୀ । ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନେଲେ ତହସିଲଦାର । ଅଧିକ ପଢନ୍ତୁ....

ଲକଡାଉନରେ ଖୋଲିଥିଲା ହୋଟେଲ, 10 ହଜାର ଜୋରିମାନା ସହ 7 ଦିନ ସିଲ କଲେ ତହସିଲଦାର
ଲକଡାଉନରେ ଖୋଲିଥିଲା ହୋଟେଲ, 10 ହଜାର ଜୋରିମାନା ସହ 7 ଦିନ ସିଲ କଲେ ତହସିଲଦାର

କେନ୍ଦ୍ରାପଡା: ରାଜ୍ୟରେ ଜାରି ରହିଛି ଲକଡାଉନ । ତଥାପି ଆଗପଟେ ତାଲା ଆଉ ପଛପାଖ ଖୋଲା। ଏମିତି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ପଟ୍ଟାମୁଣ୍ଡାଇ ବଜାରରେ। ପଟ୍ଟାମୁଣ୍ଡାଇ ବଜାରରେ ଥିବା ସାହୁ ହୋଟେଲ ଆଗପଟ ବନ୍ଦ ରଖି ଦୋକାନର ପଛପାଖରେ ବ୍ୟବସାୟ କରୁଥିବା ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କିରିଛି ବ୍ଲକ ପ୍ରଶାସନ ।

ଲକଡାଉନରେ ଖୋଲିଥିଲା ହୋଟେଲ, 10 ହଜାର ଜୋରିମାନା ସହ 7 ଦିନ ସିଲ କଲେ ତହସିଲଦାର

ମିଳିଥିବା ସୂଚନା ଅନୁସାରେ ଉକ୍ତ ହୋଟେଲ କୋଭିଡ ଗାଇଡଲାଇନ ଉଲଙ୍ଘନ କରି ଖୋଲା ରହୁଥିବା ନେଇ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ କୌଣସି ପ୍ରକାରରେ ଖବର ମିଳିଥିଲା। ତହସିଲଦାର ସଙ୍ଗେସଙ୍ଗେ ହୋଟେଲ ନିକଟରେ ପହଞ୍ଚି ଦୋକାନକୁ 7 ଦିନ ପର୍ଯ୍ୟନ୍ତ ସିଲ କରିବା ସହ ୧୦ ହଜାର ଟଙ୍କା ଜୋରିମାନା ଅର୍ଥ ଆଦାୟ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଏହି ଦୋକାନୀ ଜଣଙ୍କ ପୁର୍ବରୁ କୋଭିଡ ନିୟମ ଉଲ୍ଲଂଘନ କରି ୩ ହଜାର ଟଙ୍କା ଜୋରିମାନା ଦେଇଥିବା କହିଛନ୍ତି ତହସିଲଦାର।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details