କେନ୍ଦ୍ରାପଡା:ଜିଲ୍ଲାରେ ଘଟି ଯାଇଛି ବଡ ଅଘଟଣ । ଏକ ଅଜଣା ଗାଡ଼ି ଭାରସାମ୍ୟ ହରାଇ ପରିବହନ ବିଭାଗରେ କାର୍ଯ୍ୟ କରୁଥିବା ଜନୈକ ପୋଲିସ କର୍ମଚାରୀ(ଗୃହରକ୍ଷୀ)ଙ୍କ ଉପରେ ମାଡିଯାଇଛି । ଘଟଣାସ୍ଥଳରେ ଉକ୍ତ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଓଭରଲୋଡିଂ ଗାଡି ଗୁଡିକୁ ଯାଞ୍ଚ ପାଇଁ କେନ୍ଦ୍ରାପଡା ପରିବହନ ବିଭାଗ ପକ୍ଷରୁ ୫୩ନଂ ଜାତୀୟ ରାଜପଥ ବଳଭଦ୍ରପୁର ନିକଟରେ ଚେକିଂ ଚାଲିଥିବା ସମୟରେ ଏହି ଅଘଟଣ ଘଟିଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ବଳଭଦ୍ରପୁରଠାରେ ଆରଟିଓ ଏନଫୋର୍ସମେଣ୍ଟ ସ୍କ୍ବାଡ ଚେକିଂ କରୁଥିଲା । ଏହି ସମୟରେ ଗାଡି ଅଟକାଇଲା ବେଳେ ପିକଅପ୍ ଭ୍ୟାନ ହୋମଗାର୍ଡଙ୍କୁ ଧକ୍କା ଦେଇ ପଳାଇଥିଲା ।
ଅନ୍ୟପଟେ କୁହୁଡି ସାଙ୍ଗକୁ ପରିବହନ ବିଭାଗ କର୍ମଚାରୀ ମାନେ ଅନ୍ଧାରୁଆ ସମୟରୁ ଏହି ଯାଞ୍ଚ କରୁଥିବା କାରଣରୁ ଫାଇନ ଆଦାୟ ହେଉଛି ସତ ହେଲେ ଜୀବନ ମଧ୍ୟ ଯାଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ପ୍ରବୀଣ ମହାପାତ୍ର ନାମକ କର୍ମଚାରୀ ଜଣଙ୍କ ପୋଲିସ ବିଭାଗରେ ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିଲେ । ଦୀର୍ଘଦିନ ଧରି ପରିବହନ ବିଭାଗରେ ଦାୟିତ୍ବ ନିର୍ବାହ କରିଥିଲେ । ତେବେ ଦୁଃଖ ଓ ପରିତାପର ବିଷୟ ଏହି ଦୁର୍ଘଟଣା ପରେ ସାଥି ସହ କର୍ମଚାରୀ ପ୍ରବୀଣଙ୍କୁ ମେଡିକାଲ ନେବା ବଦଳରେ ସେଠାରୁ ଛୁ ମାରିଥିବା ଲୋକେ ଅଭିଯୋଗ କରିଛନ୍ତି ।