ଓଡିଶା

odisha

ETV Bharat / state

ସର୍ବଦଳୀୟ ଓ ସର୍ବଧର୍ମ ଇଫତାର ପାର୍ଟିରେ ଭାଇଚାରାର ବାର୍ତ୍ତା ବାଣ୍ଟିଲେ କେନ୍ଦ୍ରାପଡାବାସୀ - କେନ୍ଦ୍ରାପଡ଼ା ଭାଇଚାରା

କେନ୍ଦ୍ରାପଡ଼ା ସହରରେ ପୁଣି ଭାଇଚାରାର ସମ୍ପର୍କ ଦେଖାଇଲେ ଉଭୟ ସମ୍ପ୍ରଦାୟର ଲୋକେ । ଆଜି(ବୁଧବାର) କେନ୍ଦ୍ରାପଡ଼ା ଟାଉନ ହଲରେ ପୌରାଧ୍ୟକ୍ଷାଙ୍କ ପକ୍ଷରୁ ଆୟୋଜିତ ସର୍ବଦଳୀୟ ଇଫତାର ପାର୍ଟିରେ ଯୋଗଦେଇ ଭାଇଚାରାର ବାର୍ତ୍ତା ବାଣ୍ଟିଛନ୍ତି ଦୁଇ ସମ୍ପ୍ରଦାୟ । ଅଧିକ ପଢନ୍ତୁ

ସର୍ବଦଳୀୟ ଓ ସର୍ବଧର୍ମ ଇଫତାର ପାର୍ଟିରେ ଭାଇଚାରାର ବାର୍ତ୍ତା ବାଣ୍ଟିଲେ କେନ୍ଦ୍ରାପଡାବାସୀ
ସର୍ବଦଳୀୟ ଓ ସର୍ବଧର୍ମ ଇଫତାର ପାର୍ଟିରେ ଭାଇଚାରାର ବାର୍ତ୍ତା ବାଣ୍ଟିଲେ କେନ୍ଦ୍ରାପଡାବାସୀ

By

Published : Apr 27, 2022, 10:38 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରରେ ପୁଣି ଭାଇଚାରାର ସମ୍ପର୍କ ଦେଖାଇଲେ ଉଭୟ ସମ୍ପ୍ରଦାୟର ଲୋକେ । ଆଜି(ବୁଧବାର) କେନ୍ଦ୍ରାପଡ଼ା ଟାଉନ ହଲରେ ପୌରାଧ୍ୟକ୍ଷାଙ୍କ ପକ୍ଷରୁ ଆୟୋଜିତ ସର୍ବଦଳୀୟ ଇଫତାର ପାର୍ଟିରେ ଯୋଗଦେଇ ଭାଇଚାରାର ବାର୍ତ୍ତା ବାଣ୍ଟିଛନ୍ତି ଦୁଇ ସମ୍ପ୍ରଦାୟ । ଅତୀତରେ କେନ୍ଦ୍ରାପଡ଼ା ଜିଲ୍ଲା ଗ୍ୟାଙ୍ଗୱାର, ଦୁଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳକୁ ନେଇ ଦୁର୍ନାମ ରହିଥିଲା । କେନ୍ଦ୍ରାପଡ଼ା ଜିଲ୍ଲାରେ ଗତ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ ଠାରୁ ସଂଖ୍ୟାଲଘୁ ଭାଇମାନେ ବିରାଟ ଶୋଭାଯାତ୍ରାରେ ଆସୁଥିବା ହିନ୍ଦୁ ଯୁବକ ମାନଙ୍କୁ ସରବତ ଏବଂ ମୃଦୁପାନୀୟ ଦେଇ ଆରମ୍ଭ କରିଥିବା ଭାଇଚାରାର ସମ୍ପର୍କର ପ୍ରତିଫଳନ ଆଜି ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ଦେଖାଇଛନ୍ତି ।

ସର୍ବଦଳୀୟ ଓ ସର୍ବଧର୍ମ ଇଫତାର ପାର୍ଟିରେ ଭାଇଚାରାର ବାର୍ତ୍ତା ବାଣ୍ଟିଲେ କେନ୍ଦ୍ରାପଡାବାସୀ

ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନଙ୍କ ପବିତ୍ର ରମଜାନ ମାସ ଶେଷ ହେବାକୁ ଥିବା ବେଳେ ଆଜିର ଏହି ଇଫତାର ପାର୍ଟିରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଗଣେଶ୍ୱର ବେହେରା, ବିଜେପି ସଂଖ୍ୟାଲଘୁ ସମ୍ପ୍ରଦାୟର ରାଜ୍ୟ ଉପ ସଭାପତି ମହମ୍ମଦ ସଲିମ ଖାନ, ବିଜେଡି ରାଜ୍ୟ ସମ୍ପାଦକ ରଣଜିତ ସାହୁ ପ୍ରମୁଖ ଯୋଗଦେଇ ଉଭୟ ହିନ୍ଦୁ ଓ ମୁସଲମାନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ବୋଲି ବିବେଚନା କରିବା ସହ ଦୀର୍ଘଦିନ ଧରି ସମ୍ଭବ ହୋଇ ପାରିନଥିବା ଆଜିର ଏହି ସର୍ବଦଳୀୟ ଏବଂ ସର୍ଵଧର୍ମ ଇଫତାର ପାର୍ଟି ସମସ୍ତଙ୍କୁ ଏକସୂତ୍ରରେ ବାନ୍ଧି ରଖିବ ବୋଲି କହିଛନ୍ତି ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details