ଓଡିଶା

odisha

ETV Bharat / state

ଗୋଟିଏ ଦିନରେ ୨ଟି ଧର୍ମର ପର୍ବ, ଏକାଠି ପାଳିଲେ ହିନ୍ଦୁ ମୁସଲିମ ଧର୍ମାବଲମ୍ବୀ - ଗଜଲକ୍ଷ୍ମୀ ପୂଜା

ଆଜି ଗୋଟିଏ ଦିନରେ ପଡିଛି ୨ଟି ଧର୍ମର ପର୍ବ । ଗୋଟିଏ ପଟେ ହିନ୍ଦୁ ଧର୍ମାବଲମ୍ବୀ ଗଜଲକ୍ଷ୍ମୀ ପୂଜା କରିଥିବା ବେଳେ ମୁସଲିମ ଭାଇ ଭଉଣୀ ଇସଲାମୀୟ ଗୁରୁ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀକୁ ପାଳନ କରିଛନ୍ତି । ମାତ୍ର ଭାଇଚାରର ସହର କେନ୍ଦ୍ରାପଡ଼ାରେ ଉଭୟ ଧର୍ମାବଲମ୍ବୀ ମିଶି ପରସ୍ପରର ପର୍ବକୁ ପାଳନ କରିଛନ୍ତି । ଅଧିକ ପଢନ୍ତୁ

ଗୋଟିଏ ଦିନରେ ପଡ଼ିଛି ୨ଟି ଧର୍ମର ପର୍ବ, ଏକାଠି ପାଳିଲେ ହିନ୍ଦୁ ମୁସଲିମ ଧର୍ମାବଲମ୍ବୀ
ଗୋଟିଏ ଦିନରେ ପଡ଼ିଛି ୨ଟି ଧର୍ମର ପର୍ବ, ଏକାଠି ପାଳିଲେ ହିନ୍ଦୁ ମୁସଲିମ ଧର୍ମାବଲମ୍ବୀ

By

Published : Oct 9, 2022, 7:44 PM IST

କେନ୍ଦ୍ରାପଡ଼ା:ଇସଲାମୀୟ ଧର୍ମଗୁରୁ ମହାପୁରୁଷ ମହମ୍ମଦଙ୍କ ଆଜି ଜୟନ୍ତୀ । ଏନେଇ ଖୁବ ଉତ୍ସାହିତ ଇସଲାମ ଧର୍ମାବଲମ୍ବୀ । ସେପଟେ ଆଜି ଦିନରେ ହିଁ ପଡୁଛି ଗଜଲକ୍ଷ୍ମୀ ପୂଜା । ଗୋଟିଏ ଦିନରେ ୨ଟି ଧର୍ମର ପର୍ବ ପଡୁଥିବାରୁ କେନ୍ଦ୍ରାପଡ଼ାରେ ଭାଇଚାରର ନିଦର୍ଶନ ଦେଖିବାକୁ ମିଳିଛି । ଜିଲ୍ଲାରେ ଉଭୟ ହିନ୍ଦୁ ଓ ମୁସଲିମ ଧର୍ମାବଲମ୍ବୀ ଏକାଠି ହୋଇ ପରସ୍ପରର ପର୍ବକୁ ଖୁବ ଉତ୍ସାହିତର ସହିତ ପାଳନ କରିଥିବା ଦେଖିବାକୁ ମିଳିଛି ।

ଇସଲାମୀୟ ଗୁରୁ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ଅବସରରେ ଉର୍ସ ଉତ୍ସବ ଆଉ ଅପରାହ୍ନରୁ ଆରମ୍ଭ ହେବ ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜା । ଗୋଟିଏ ଦିନରେ ଦୁଇଟି ଧର୍ମର ଦୁଇଟି ପର୍ବରେ ଭାଇଚାରା ଓ ଦେଶପ୍ରେମର ବାର୍ତ୍ତା ବାଣ୍ଟିଛନ୍ତି ଦୁଇ ଧର୍ମାବଲମ୍ବୀ । ଅନେକ ସମୟରେ ଭାଇଚାରା ପ୍ରଦର୍ଶନ କରିଥିବା କେନ୍ଦ୍ରାପଡ଼ା ଆଜି ପୁଣିଥରେ ଏଭଳି ଭାଇଚାରାର ବାର୍ତ୍ତା ବାର୍ତ୍ତା ସମଗ୍ର ବିଶ୍ବକୁ ଦେଇଛନ୍ତି ।କେନ୍ଦ୍ରାପଡ଼ା ସହରର ପୁରୁଣା ବସଷ୍ଟାଣ୍ଡ, ଦିଲାରପୁର, ଇଦଗାହ ପଡିଆ, ଫକିରାବାଦ ଆଦି ସ୍ଥାନରେ ରହୁଥିବା ପ୍ରାୟ ୫୦୦୦ରୁ ଇସଲାମ ଧର୍ମାବଲମ୍ବୀ ଲୋକେ ପୂର୍ବାହ୍ନ ୯ ଘଟିକା ସମୟରେ ସ୍ଥାନୀୟ ଟାଉନ ହାଇସ୍କୁଲ ଠାରେ ସମୂହ ନମାଜ ପାଠରେ ସାମିଲ ହୋଇ ଏକ ବିରାଟ ପଟୁଆରରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ନେଇ ଉର୍ସ ଉତ୍ସବ ପାଳନ କରିଛନ୍ତି । ଏହି ପଟୁଆର ବା ଶୋଭାଯାତ୍ରାରେ ବହୁ ସଂଖ୍ୟକ ଇସଲାମୀୟ ଲୋକେ ସାମିଲ ହୋଇ ନୂଆ ବସଷ୍ଟାଣ୍ଡ ବାଟ ଦେଇ ନୂଆ ଇଦଗାହ ପଡିଆ ପର୍ଯ୍ୟନ୍ତ ଯାଇଥିଲେ ।

ଏହା ବି ପଢନ୍ତୁ-କେନ୍ଦ୍ରାପଡାରେ ଡେଙ୍ଗୁ ରୋଗୀ ଚିହ୍ନଟ, ସଚେତନ କଲା ସ୍ୱାସ୍ଥ୍ୟ ବିଭାଗ

ତେବେ ଏହି ଉର୍ସ ଉତ୍ସବ ଶୋଭାଯାତ୍ରାରେ ତ୍ରିରଙ୍ଗାକୁ ସାମିଲ କରି ଦେଶପ୍ରେମର ବାର୍ତ୍ତା ଦେଇଛନ୍ତି ମୁସଲମାନ ଭାଇ । ତେବେ ପୂର୍ବରୁ ବହୁବାର ଭାଇଚାରାର ବାର୍ତ୍ତା ଦେଇଥିବା ହିନ୍ଦୁ ଓ ମୁସଲମାନ ଧର୍ମର ଲୋକେ ଆଜି ଏହି ଉର୍ସ ଉତ୍ସବ ସମୟରେ ପୁନର୍ବାର ଏକତ୍ର ହୋଇ ଏହି ପର୍ବକୁ ପାଳନ କରି ସମାଜକୁ ବାର୍ତ୍ତା ଦେଇଛନ୍ତି । ଅନ୍ୟପଟେ ଆଜି ସନ୍ଧ୍ୟାରେ କେନ୍ଦ୍ରାପଡା ଜିଲ୍ଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଳନ କରାଯିବାକୁ ଥିବାବେଳେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ମୁସଲମାନ ଧର୍ମାବଲମ୍ବୀ ମଧ୍ୟ ସମାନ ଧରଣର ଭାଇଚାରାର ବାର୍ତ୍ତା ବାଣ୍ଟିବେ ବୋଲି କହିଛନ୍ତି ।

ଆଜିଠୁ ଦୀର୍ଘ ସାତଦିନ ଧରି ପାଳନ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜାର ଆଜି ପ୍ରଥମ ଦିନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଏହି ପୂଜାରେ ସହରର ସମସ୍ତ ମୁସଲମାନ ଭାଇଭଉଣୀ ସାମିଲ ହୋଇଥାନ୍ତି । ତେବେ ଗୋଟିଏ ଦିନରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଓ ମା'ଲକ୍ଷ୍ମୀଙ୍କ ଆବାହନ ପାଇଁ ଚଳଚଞ୍ଚଳ ଥିବା କେନ୍ଦ୍ରାପଡ଼ା ଜିଲ୍ଲାରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସହରରେ ୧୦ ପ୍ଲାଟୁନ ପୋଲିସ ମୁତୟନ ଥିବା କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ଗୋଟିଏ ଦିନରେ ଦୁଇଟି ପର୍ବ ପାଳନ ନେଇ ଉଭୟ ଧର୍ମାବଲମ୍ବୀ ବହୁତ ଖୁସି ଥିବାବେଳେ ଭାଇଚାରା ଶବ୍ଦର ନିଦର୍ଶନ ସାରା ବିଶ୍ବକୁ ଦେବାକୁ ଚେଷ୍ଟା କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details