କେନ୍ଦ୍ରାପଡା: ଓଡ଼ିଆ ନୂଆବର୍ଷ ସମେତ ମହାବିଷୁବ ବା ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଇଁ ଆଜି(ଗୁରୁବାର) ସମଗ୍ର ଓଡିଶା ଉତ୍ସବ ମୁଖର । ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ପଡୁଥିବା ଓଡ଼ିଆ ନବବର୍ଷ ପାଇଁ ସମସ୍ତ ଓଡ଼ିଆ ଗର୍ବ କରୁଥିବା ବେଳେ ମହାଦେବଙ୍କ ଏକାଦଶ ରୁଦ୍ର ଅବତାର ମହାବୀର ହନୁମାନଙ୍କ ଜନ୍ମଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ଆଜି କେନ୍ଦ୍ରାପଡ଼ା ସହରରେ ପ୍ରଥମଥର ପାଇଁ ଆରମ୍ଭ ହୋଇଥିଲା ‘‘ହିନ୍ଦୁ ଏକତା ଶୋଭାଯାତ୍ର’’ । ଦୀର୍ଘ ଦୁଇବର୍ଷ ହେବ ପର୍ବପର୍ବାଣୀ କୋଭିଡ କାରଣରୁ ବନ୍ଦ ରହିଥିବା ବେଳେ କଟକଣାରେ କୋହଳ ଅନେକ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଏହି ଏକତା ଶୋଭାଯାତ୍ରାରେ ସାମିଲ କରାଇବାରେ ସାହାଯ୍ୟ କରିଥିଲା । ଇଚ୍ଛାପୁର ସ୍ଥିତ ଗୁଣ୍ଡିଚା ମନ୍ଦିରରୁ ଜିଲ୍ଲାର ୯ଟି ବ୍ଲକ ଏବଂ ଦୁଇଟି ମୁନିସିପାଲିଟିର ପାଖାପାଖି ୧୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଏହି ଶୋଭାଯାତ୍ରାରେ ସାମିଲ ହୋଇ ତିନିମୁହାଣୀ ରାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ ।
ଓଡିଆ ନୂଆବର୍ଷରେ ଭାଇଚାରାର ବାର୍ତ୍ତା ବାଣ୍ଟିଲେ ଦୁଇ ସମ୍ପ୍ରଦାୟ - ଓଡିଆ ନୂଆବର୍ଷରେ ଭାଇଚାରାର ବାର୍ତ୍ତା ବାଣ୍ଟିଲେ ଦୁଇ ସମ୍ପ୍ରଦାୟ
ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ପଡୁଥିବା ଓଡ଼ିଆ ନବବର୍ଷ ପାଇଁ ସମସ୍ତ ଓଡ଼ିଆ ଗର୍ବ କରୁଥିବା ବେଳେ ମହାଦେବଙ୍କ ଏକାଦଶ ରୁଦ୍ର ଅବତାର ମହାବୀର ହନୁମାନଙ୍କ ଜନ୍ମଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ଆଜି କେନ୍ଦ୍ରାପଡ଼ା ସହରରେ ପ୍ରଥମଥର ପାଇଁ ଆରମ୍ଭ ହୋଇଥିଲା ‘‘ହିନ୍ଦୁ ଏକତା ଶୋଭାଯାତ୍ର’’ । ଅଧିକ ପଢନ୍ତୁ
ତେବେ ଅନେକ ସମୟରେ ସାମ୍ପ୍ରଦାୟିକ ଶବ୍ଦକୁ ନେଇ ଚର୍ଚ୍ଚାରେ ରହୁଥିବା କେନ୍ଦ୍ରାପଡ଼ା ସହରରେ ଆଜି ଭାଇଚାରାର ନିଦର୍ଶନ ଦେଖିବାକୁ ମିଳିଥିଲା । ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇମାନେ ସହରର ବିଭିନ୍ନ ସ୍ଥାନରେ ରହି ଏକତା ଶୋଭାଯାତ୍ରାରେ ଯାଉଥିବା ବଜରଙ୍ଗ ଦଳର ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଥଣ୍ଡା ପାଣି, ଦହି ସରବତ, ମୃଦୁ ପାନୀୟ ଯୋଗାଇବା ସହ ଖରାର ପ୍ରକୋପକୁ ଦୃଷ୍ଟିରେ ରଖି ବିଶ୍ରାମ ନେବା ପାଇଁ ଟେଣ୍ଟ ବ୍ୟବସ୍ଥା ମଧ୍ୟ କରିଥିଲେ, ଯାହାକି ପୂର୍ବଦିନ ମାନଙ୍କରେ କେବେ ଦେଖାଯାଇ ନଥିଲା । ଅନ୍ୟପଟେ ସଂଖ୍ୟାଲଘୁ ସମ୍ପ୍ରଦାୟର ଏବେ ପବିତ୍ର ‘ରମଜାନ’ ମାସ ଚାଲିଥିବାରୁ ସେମାନେ ହିନ୍ଦୁ ଭାଇମାନଙ୍କ ପାଇଁ ଏହି ସେବା କରି ଖୁବ ଖୁସି ଥିବା କହିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ