ଓଡିଶା

odisha

ETV Bharat / state

Panchayat Poll: ରଣାଙ୍ଗନରେ ପ୍ରାର୍ଥୀ, ଆସନ ଦଖଲ ଲକ୍ଷ୍ୟରେ ତିନି ପ୍ରମୁଖ ଦଳ - କେନ୍ଦ୍ରାପଡାରେ ପଞ୍ଚାୟତ ନିର୍ବାଚନ

କେନ୍ଦ୍ରାପଡା ଜିଲ୍ଲା କନିକା ବ୍ଲକର ୨୭ନଂ ଜୋନରେ ଏଥର ତ୍ରିମୁଖୀ ଲଢେଇ । ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ପରସ୍ପରକୁ କଡା ଟକ୍କର ଦେବା ସହ ଶାସକ ଦଳ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ବିରୋଧି ସରକାରଙ୍କ ବିଫଳତାକୁ ମୁଦ୍ଦା କରି ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି । ଅଧିକ ପଢନ୍ତୁ

Panchayat Poll: ମଇଦାନରେ ପ୍ରାର୍ଥୀ, ୨୭ନମ୍ବର ଦଖଲ ଲକ୍ଷ୍ୟରେ ତିନିଦଳ
Panchayat Poll: ମଇଦାନରେ ପ୍ରାର୍ଥୀ, ୨୭ନମ୍ବର ଦଖଲ ଲକ୍ଷ୍ୟରେ ତିନିଦଳ

By

Published : Feb 3, 2022, 10:32 AM IST

କେନ୍ଦ୍ରାପଡ଼ା:ଆଉ କିଛି ଦିନ ପରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ପାଇଁ ଗାଁ ଗଣ୍ଡାରେ ଜୋରସୋରରେ ପ୍ରଚାର ଚଳାଉଛନ୍ତି ପ୍ରାର୍ଥୀ ଓ ସମର୍ଥକ । କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ ଜିଲ୍ଲା ପରିଷଦ ଆସନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଯାଇଥିବା ବେଳେ ସମିତି ସଭ୍ୟ, ସରପଞ୍ଚ ଓ ଓ୍ବାର୍ଡ ମେମ୍ବର ପ୍ରାର୍ଥୀମାନେ ମଧ୍ୟ ପ୍ରଚାର ଆରମ୍ଭ କରି ଦେଇଛନ୍ତି ।

Panchayat Poll: ମଇଦାନରେ ପ୍ରାର୍ଥୀ, ୨୭ନମ୍ବର ଦଖଲ ଲକ୍ଷ୍ୟରେ ତିନିଦଳ

କେନ୍ଦ୍ରାପଡା ଜିଲ୍ଲା କନିକା ବ୍ଲକର ୨୭ନଂ ଜୋନରେ ଏଥର ତ୍ରିମୁଖୀ ଲଢେଇ ଚାଲିଛି । ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ପରସ୍ପରକୁ କଡା ଟକ୍କର ଦେବା ସହ ଶାସକ ଦଳ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ବିରୋଧି ସରକାରଙ୍କ ବିଫଳତାକୁ ମୁଦ୍ଦା କରି ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି । ୨୭ନମ୍ବର ଜୋନ ଅଧିନରେ ଥିବା ପଣସଗଣ୍ଡ, ପଧାନପଡା, ଅବଦୁଲପୁର, ହାଟସାହି, ଚରପଡା, ନମତରା, ଦେଉଳତରା, ସିଓପଡା, ବାରହାଦୋମଣ୍ଡା, ନହୁଣୀ, ପେଗରପଡା ଆଦି ୧୧ଟି ପଞ୍ଚାୟତରେ ଥିବା ୩୯,୦୫୮ଜଣ ମତଦାତାଙ୍କ ନିକଟରେ ପହଞ୍ଚିବାକୁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ପ୍ରାର୍ଥୀ ।

ଆବାସ ଯୋଜନାରେ ଘର, ଶୌଚାଳୟ ନିର୍ମାଣ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଆଦି ଦଳୀୟ ଭିତ୍ତିରେ ପ୍ରଦାନ କରାଯାଇଥିବା ବିଜେପି ଅଭିଯୋଗ କରି ମଇଦାନକୁ ଓହ୍ଲାଇଛି । ସେହିପରି ରାସ୍ତାଘାଟ,ପାନୀୟଜଳ, ଜଳସେଚନ ଆଦିରେ ସାଧାରଣ ଲୋକଙ୍କୁ ସହଯୋଗ କରିବାରେ ବିଜୁ ଜନତା ଦଳ ବିଫଳ ହୋଇଥିବା ଅଭିଯୋଗ କରିବା ସହିତ ଏହାକୁ ମୁଦ୍ଦା କରି ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଛନ୍ତି କଂଗ୍ରେସ ପ୍ରାର୍ଥୀନୀ ।

ଅନ୍ୟପଟେ ସ୍ୱଚ୍ଛ ଶାସନ ସାଙ୍ଗକୁ ବିକାଶର ବାର୍ତ୍ତାବହ ବିଜୁ ଜନତା ଦଳ ସଦାସର୍ଵଦା ଲୋକଙ୍କ ହିତରେ ରହିଥିବା ଓ ସମସ୍ତ ସମସ୍ୟାର ସମାଧାନ ହୋଇଥିବା ବେଳେ କିଛିକାଂଶରେ ଲୋକମାନେ ସହଯୋଗ ପାଇନଥିବା ଏବଂ ସେ ବିଜୟୀ ହେଲେ ଆଉ ଯାହା କିଛି ସମସ୍ୟା ରହିଛି ତାକୁ ପୂରଣ କରିବେ ବୋଲି କହିଛନ୍ତି ବିଜେଡି ପ୍ରାର୍ଥୀନୀ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details