ଓଡିଶା

odisha

ଫେରାର୍‌ ହାଇଦର, ହାଇଆଲର୍ଟରେ କେନ୍ଦ୍ରାପଡା

By

Published : Apr 11, 2021, 8:22 AM IST

ଗ୍ୟାଙ୍ଗଷ୍ଟାର ହାଇଦର ଅଲ୍ଲୀ ଫେରାର ପରେ ହାଇଆଲର୍ଟରେ କେନ୍ଦ୍ରାପଡ଼ା । ପୋଲିସ କଡା ନଜରରେ ରହିଛି କେନ୍ଦ୍ରାପଡା । ଅଧିକ ପଢନ୍ତୁ...

highalert kendrapada for kept of gangstat haider ali
ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ କେନ୍ଦ୍ରାପଡ଼ାରେ ହାଇଆଲର୍ଟ

କେନ୍ଦ୍ରାପଡା:ଗ୍ୟାଙ୍ଗଷ୍ଟାର ହାଇଦର ଅଲ୍ଲୀ ଫେରାର ପରେ ହାଇଆଲର୍ଟରେ କେନ୍ଦ୍ରାପଡ଼ା । ପୋଲିସ କଡା ନଜରରେ ରହିଛି କେନ୍ଦ୍ରାପଡା । କେନ୍ଦ୍ରାପଡାରେ ସମସ୍ତ ଅଞ୍ଚଳରେ ପୋଲିସ ଯାଞ୍ଚକୁ କଡାକଡି କରିଛି ।

ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ କେନ୍ଦ୍ରାପଡ଼ାରେ ହାଇଆଲର୍ଟ

ବହୁଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ହାଇଦର ଅଲ୍ଲୀ କଟକ ବଡ଼ ମେଡିକାଲରୁ ଫେରାର ହୋଇଯିବା ପରେ ହାଇଆଲର୍ଟରେ କେନ୍ଦ୍ରାପଡ଼ା। କେନ୍ଦ୍ରାପଡ଼ା ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ହାଇଦରକୁ ଧରିବା ପାଇଁ ଚାଲିଛି କଡା ଚେକିଂ। ରାଜ୍ୟ ରାଜପଥ ଓ ଜାତୀୟ ରାଜପଥର ଉଭୟ ପଟରୁ ଆସୁଥିବା ଗାଡିଗୁଡିକୁ ପୋଲିସ ଅଟକାଇ ହାଇଦରକୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି।

ସୂଚନା ଅନୁଯାୟୀ,ଗତ ୨୦୦୯ ମସିହା ଜୁଲାଇ ମାସରେ ଗ୍ୟାଙ୍ଗଷ୍ଟାର ସୁଲେମାନ ହତ୍ୟାର ମୁଖ୍ୟ କାର୍ପଟଦାର ଭାବେ ସମ୍ବଲପୁର ଉପକାରାଗାରରେ ଆଜୀବନ ସଜ୍ଜା କାଟୁଥିବା ହାଇଦର ଗତ କିଛିଦିନ ତଳେ ଅସୁସ୍ଥ ହେବାରୁ ତାକୁ ପ୍ରଥମେ ବୁର୍ଲା ମେଡିକାଲ ଓ ପରେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ତେବେ ଶନିବାର ସନ୍ଧ୍ୟାରେ ସୁରକ୍ଷାକର୍ମୀଙ୍କୁ ଚକମା ଦେଖାଇ ମେଡିକାଲରୁ ଫେରାର ହୋଇଯିବାରେ ସଫଳ ହୋଇଛି ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details