କେନ୍ଦ୍ରାପଡା: ଲଗାଣ ବର୍ଷାରେ ବେହାଲ କେନ୍ଦ୍ରାପଡ଼ା। ଗତ 23 ତାରିଖ ଠାରୁ ଲଘୁଚାପ ପ୍ରଭାବରେ ଲାଗିରହିଥିବା ବର୍ଷାରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗତ ଗୁରୁବାର ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖାଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ମଧ୍ୟ ଏହା ବନ୍ଦ ରହିବ।
ଲଗାଣ ବର୍ଷାରେ ବେହାଲ କେନ୍ଦ୍ରାପଡା - kendrapara affected by heavy rain fal;l
ଲଗାଣ ବର୍ଷାରେ ବେହାଲ କେନ୍ଦ୍ରାପଡ଼ା। ଗତ 23 ତାରିଖ ଠାରୁ ଲଘୁଚାପ ପ୍ରଭାବରେ ଲାଗିରହିଥିବା ବର୍ଷା ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗତ ଗୁରୁବାର ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ କରାଯାଇଥିବା ବେଳେ ଶୁକ୍ରବାର ମଧ୍ୟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହା ବନ୍ଦ ରହିବ ବୋଲି ସୂଚନା ମିଳିଛି।
ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା
ଜିଲ୍ଲାର ରାଜକନିକା ବ୍ଲକରେ ସର୍ବାଧିକ 164 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଆଳିରେ 122 ମିମି, ପଟ୍ଟାମୁଣ୍ଡାଇ ଓ ଡେରାବିଶରେ 121ମିମି, ମାର୍ଶାଘାଇରେ 102 ମିମି, ରାଜନଗରରେ 88 ମିମି, ମହାକାଳପଡ଼ାରେ 77 ମିମି, କେନ୍ଦ୍ରାପଡ଼ା ଓ ଗରଦପୁରରେ 73ମି.ମି ବର୍ଷା ରେକର୍ଡ କରାଯାଇଥିବା ଜଣାଇଛନ୍ତି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସମ୍ବିତ ଶତପଥୀ। ଜିଲ୍ଲାରେ ମୋଟାମୋଟି ଭାବରେ 104.56 ମିମି ବର୍ଷା ରେକର୍ଡ କରାଯାଇଛି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ