ଓଡିଶା

odisha

ETV Bharat / state

ଷଷ୍ଠଦିନରେ କେନ୍ଦ୍ରାପଡ଼ାର ଗଣପର୍ବ: ଏକାଠି ପୂଜା ପାଉଛନ୍ତି ରାମ, ଲକ୍ଷ୍ମଣ, ସୀତା ସମେତ ଭକ୍ତ ହନୁମାନ - Kendrapara maa laxmi festival

କେନ୍ଦ୍ରାପଡା ସହରର ବଡ଼ହାଟସ୍ଥିତ ମହାବୀର କ୍ଲବରେ ପୂଜା ପାଉଛନ୍ତି ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର, ପତ୍ନୀ ସୀତାଙ୍କ ସହ ଅନୁଜ ଲକ୍ଷ୍ମଣ ଏବଂ ଭକ୍ତ ହନୁମାନ ।

Kendrapara maa laxmi festival
ଷଷ୍ଠଦିନରେ କେନ୍ଦ୍ରାପଡ଼ାର ଗଣପର୍ବ,

By

Published : Nov 4, 2020, 9:10 PM IST

କେନ୍ଦ୍ରାପଡ଼ା: ଚାଲିଛି କେନ୍ଦ୍ରାପଡ଼ାର ଗଣପର୍ବ । ଏବେ ସହରରେ କେବଳ ମା' ଲକ୍ଷ୍ମୀ ନୁହଁନ୍ତି, ମାଙ୍କ ସହିତ ଏଠାରେ ଅନ୍ୟ ଦେବାଦେବୀଙ୍କୁ ମଧ୍ୟ ପୂଜା କରାଯାଉଛି । କେନ୍ଦ୍ରାପଡା ସହରର ବଡ଼ହାଟସ୍ଥିତ ମହାବୀର କ୍ଲବରେ ପୂଜା ପାଉଛନ୍ତି ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର, ପତ୍ନୀ ସୀତାଙ୍କ ସହ ଅନୁଜ ଲକ୍ଷ୍ମଣ ଏବଂ ଭକ୍ତ ହନୁମାନ ।

ଷଷ୍ଠଦିନରେ କେନ୍ଦ୍ରାପଡ଼ାର ଗଣପର୍ବ,

ପ୍ରାୟ ୫୦ବର୍ଷରୁ ଊର୍ଦ୍ଧ୍ବବର୍ଷ ହେବ ଏଠାରେ "ରାମ ଅଭିଷେକ"ମୂର୍ତ୍ତି ପୂଜା ପାଇ ଆସୁଥିବା ବେଳେ ଏଠାକାର କିମ୍ବଦନ୍ତୀ ସମ୍ପୂର୍ଣ୍ଣ ନିଆରା । ଚଳିତବର୍ଷ କୋରୋନା ମହାମାରୀ ଜନିତ କଟକଣା ହେତୁ ୪ଫୁଟର ମୂର୍ତ୍ତି ପୂଜା ପାଉଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଛି ।

ତେବେ ଉପନିର୍ବାଚନ ସମୟରେ ଉକ୍ତ ନିର୍ବାଚନ ମଣ୍ଡଳୀ ଗୁଡିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ଖୁଲାମଖୁଲା ଚାଲିଥିବାବେଳେ ଠାକୁର ଦର୍ଶନ ପାଇଁ କଟକଣା ହେତୁ ସରକାରୀ ଗାଇଡ଼ଲାଇନକୁ ନେଇ ପ୍ରଶ୍ନ କରିଛନ୍ତି ପୂଜା କମିଟି ସଦସ୍ୟ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details