କେନ୍ଦ୍ରାପଡା:ଆଉ କିଛି ଘଣ୍ଟା ପରେ କେନ୍ଦ୍ରାପଡ଼ାରେ ପହଞ୍ଚିବ ଗ୍ୟାଙ୍ଗଷ୍ଟାର ଶେଖ୍ ହାଇଦରର ମୃତଦେହ । ସନ୍ଧ୍ୟା ପ୍ରାୟ 5ଟା ସମୟରେ ପରିବାର ଲୋକଙ୍କୁ ହାଇଦରର ମୃତଦେହ ହସ୍ତାନ୍ତର ପରେ ମୃତଦେହକୁ ଧରି କେନ୍ଦ୍ରାପଡ଼ା ଅଭିମୁଖେ ବାହାରି ଆସିଛନ୍ତି ପରିବାରବର୍ଗ ।
ହାଇଦର ମୃତ୍ୟୁ: କବରସ୍ଥାନରେ ଜିରୋ ପଏଣ୍ଟ; ସ୍ଥିତି ଅନୁଧ୍ୟାନ କରୁଛନ୍ତି IG - କବରସ୍ଥାନରେ ଜିରୋ ପଏଣ୍ଟ
19:00 July 25
ହାଇଦର ମୃତ୍ୟୁ: ଅନ୍ତିମ ସତ୍କାର ହେବାକୁ ଥିବା କବରସ୍ଥାନକୁ ଜିରୋ ପଏଣ୍ଟ ଘୋଷଣା
ଏହି ପରିପ୍ରେକ୍ଷୀରେ ଗରାପୁର କାଳୀମନ୍ଦିର ଛକ ଓ କେନ୍ଦ୍ରାପଡ଼ା ହାଇସ୍କୁଲ ଛକ ଅଞ୍ଚଳରେ ପୋଲିସ ପକ୍ଷରୁ ନୋ ଏଣ୍ଟ୍ରି ଜୋନ କରାଯାଇଛି । ହାଇଦରର ମୃତଦେହକୁ କବର ଦିଆଯିବାକୁ ଥିବା କବରସ୍ଥାନକୁ ଜିରୋ ପଏଣ୍ଟ ଘୋଷଣା କରାଯାଇ ଉକ୍ତ ସ୍ଥାନକୁ ପ୍ରବେଶ ନିଷେଦ୍ଧ କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରେ ରଖି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ କେନ୍ଦ୍ରାପଡ଼ା ସହରର ବିଭିନ୍ନ ସ୍ଥାନରେ ବୁଲି ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଗତକାଲି(ଶନିବାର) ସନ୍ଧ୍ୟାରେ ହାଇଦରକୁ ଏନକାଉଣ୍ଟର କରାଯାଇଥିଲା । ଏ ଖବର ପାଇବା ପରେ ହାଇଦରର ପତ୍ନୀ ହାସିନା ବିବି ତାଙ୍କ ସ୍ୱାମୀକୁ ପୋଲିସ ଜାଣିଶୁଣି ହତ୍ୟା କରିଛି ବୋଲି ଅଭିଯୋଗ ଉଠାଇଥିଲେ । ଆଜି ବାଲେଶ୍ୱର ସିମୁଳିଆ ଥାନାରେ ହାଇଦରକୁ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ