ଓଡିଶା

odisha

ETV Bharat / state

କେନ୍ଦ୍ରାପଡାରେ ଚାଞ୍ଚଲ୍ୟ; ମୋବାଇଲ ଲୁଟିବା ସହ ଗୁଳିମାଡ କଲେ ଦୁର୍ବୃତ୍ତ

ଡେରାବିଶ୍ ଥାନା ଲକ୍ଷ୍ମୀନାରାୟଣପୁର-ନୂଆହାଟରେ ଗୁଳିମାଡ଼। ଏହି ଗୁଳିକାଣ୍ଡରେ ଜଗନ୍ନାଥ ବେହେରା ନାମକ ଜଣେ ଯୁବକ ଆହତ ହୋଇଛନ୍ତି । ତାଙ୍କ ବାମ ଗୋଡରେ ଗୁଳି ବାଜିଛି । ଘଟଣାସ୍ଥଳରେ ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Aug 26, 2019, 11:30 PM IST

କେନ୍ଦ୍ରାପଡା: ଡେରାବିଶ୍ ଥାନା ଲକ୍ଷ୍ମୀନାରାୟଣପୁର-ନୂଆହାଟରେ ଗୁଳିମାଡ଼ ହୋଇଛି । ଏହି ଗୁଳିକାଣ୍ଡରେ ଜଗନ୍ନାଥ ବେହେରା ନାମକ ଜଣେ ଯୁବକ ଆହତ ହୋଇଛନ୍ତି । ତାଙ୍କ ବାମ ଗୋଡରେ ଗୁଳି ବାଜିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ସୂଚନାନୁସାରେ, ରବୀନ୍ଦ୍ର ମଲ୍ଲିକ ନାମକ ଜଣେ ଯୁବକ ଘରକୁ ଫେରୁଥିବା ବେଳେ 3 ଜଣ ଯୁବକ ଏକ କଳା ପଲସର ଗାଡିରେ ଆସି ତାଙ୍କ ଠାରୁ ମୋବାଇଲ ଛଡାଇ ନେଇଥିଲେ । ରବୀନ୍ଦ୍ର ଓ ତାଙ୍କ ସହଯୋଗୀ ଜଗନ୍ନାଥ ସେମାନଙ୍କ ପିଛା କରିବା ସମୟରେ ଦୁର୍ବୃତ୍ତମାନେ ଗୁଳିମାଡ କରିଥିଲେ । ଗୁଳିଟି ଜଗନ୍ନାଥଙ୍କ ବାମଗୋଡ଼ରେ ବାଜିଛି । ଖବର ପାଇ ଘଟଣାସ୍ଥଳରେ ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details